www.samajalive.in
Sunday, December 7, 2025
14.1 C
Bhubaneswar

ତାୱା ଚିକେନ

ଚିକେନ – ୫୦୦ ଗ୍ରାମ
ତେଲ – ଆବଶ୍ୟକ ପରିମାଣରେ
ଅଦା ରସୁଣ ବଟା – ୪ ଚାମଚ
କଟା ପିଆଜ – ୨ଟି
କଟା ଟମାଟୋ – ୧ଟି
ଗୁଣ୍ଡ ମସଲା ପାଇଁ – ଶୁଖିଲା ଲଙ୍କା ,ଡ଼ାଲଚିନି, ଜିରା, ଗୁଜୁରାତି, ବଡ଼ ଅଳେଇଚ, ଲବଙ୍ଗ, ଗୋଲମରିଚ
ଲେମ୍ବୁରସ – ୨ ଚାମଚ
ଲୁଣ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏଥିରେ ଅଦା ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଲେମ୍ବୁରସ ପକାଇ ଗୋଳାଇ ଭଲ ଭାବେ ରଖିଦିଅନ୍ତୁ। ଏବେ ଗୁଣ୍ଡ ମସଲା ପାଇଁ ଶୁଖିଲା ଲଙ୍କା ,ଡ଼ାଲଚିନି, ଜିରା, ଗୁଜୁରାତି, ବଡ଼ ଅଳେଇଚ, ଲବଙ୍ଗ, ଗୋଲମରିଚକୁ ଭଲ ଭାବେ ଛେଚି ଗୁଣ୍ଡ କରି ରଖନ୍ତୁ। ଏବେ ଗ୍ୟାସେରେ ତାୱା ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୁଜୁରାତି, ଡ଼ାଲଚିନି ପକାଇ ଗୋଳାଇ ରଖିଥିବା ଚିକେନ, ଅଳ୍ପ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣକୁ ପକାଇ ଭଲ ଭାବେ କଷନ୍ତୁ। କିଛି ସମୟ କଷିବା ପରେ କଟା ପିଆଜ ,କଟା ଟମାଟୋ ,ରଖିଥିବା ଗୁଣ୍ଡ ମସଲାକୁ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଅଧକପ ପାଣି ଦେଇ ପୁଣି ଗୋଳାନ୍ତୁ। ଗୋଳଇବା ପରେ ଧନିଆ ପତ୍ର ପକାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ତାୱା ଚିକେନ।।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories