www.samajalive.in
Sunday, December 7, 2025
16.1 C
Bhubaneswar

ଉପମୁଖ୍ୟମନ୍ତ୍ରୀଙ୍କ ଚେତାବନୀ: ମହିଳା ମାନଙ୍କୁ ବିଭ୍ରାନ୍ତ କରନ୍ତୁନି

ଭୁବନେଶ୍ଵର: ମିଶନ ଶକ୍ତି ମହିଳାଙ୍କ ଧାରଣା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ସୋମବାର ଏ ନେଇ ବିଧାନସଭାରେ ଚର୍ଚ୍ଚା ହୋଇଛି। ମହିଳା ମାନଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ। କାହା କଥାରେ ପଡି ରାସ୍ତାରେ ଗଡିବାର କୌଣସି ଆବଶ୍ୟକତା ନାହିଁ।  ମହିଳାଙ୍କ ସ୍ଵାର୍ଥରେ ଯାହା ଠିକ୍ , ସେହି ଅନୁସାରେ ସରକାର ପଦକ୍ଷେପ ନେବେ। ତେବେ ସୋମବାର ବିଧାନସଭା ସମ୍ମୁଖରେ ବିଭିନ୍ନ ସଙ୍ଗଠନ ଧାରଣାରେ ବସିଥିଲେ। ଗତ ୬ ମାସର ବକେୟା ଦରମା ଦାବି ନେଇ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ମହିଳା ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଧାନସଭା ଚାଲିଥିବାବେଳେ ସେମାନେ ନିଜର ସମସ୍ୟ ସରକାରଙ୍କୁ ଜଣାଇବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ଅଟକାଇଥିଲା । ସେପଟେ ବିକ୍ଷୋଭକାରୀ ମହିଳା ମାନଙ୍କ ସହ ବିଜେଡି ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories