www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ

ମୁମ୍ବଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରାଯିବ ବୋଲି ଶନିବାର ମୁମ୍ବଇ ପୁଲିସକୁ ଏକ ହ୍ବାଟସଆପ୍‌ ଜରିଆରେ ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି। ଏହି ବାର୍ତ୍ତା ରାଜସ୍ଥାନର ଆଜମେର ସହରରୁ ଆସିଥିବାର ପ୍ରମାଣ ମିଳିଛି। ଏହା ଜଣାପଡିବା ପରେ ମୁମ୍ବଇ ପୁଲିସର ଏକ ଦଳକୁ ଆଜମେର ପଠାଯାଇଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏଆଇର ଦୁଇଜଣ ଏଜେଣ୍ଟ ଏହି ଘଟଣାକୁ ବାସ୍ତବ ରୂପ ଦେବେ ବୋଲି ବାର୍ତ୍ତାରେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ବାର୍ତ୍ତା ପ୍ରେରକ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ହୋଇଥିବେ ନଚେତ ମଦ ନିଶାରେ ଏଭଳି ଧମକ ଦେଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ମୁମ୍ବଇ ପୁଲିସ ପକ୍ଷରୁ ଅଜଣା ବ୍ୟକ୍ତିଙ୍କ ନାମରେ ଏତଲା ଦାଏର କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories