www.samajalive.in
Sunday, December 7, 2025
14.1 C
Bhubaneswar

ରାଇରଙ୍ଗପୁରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ରାଇରଙ୍ଗପୁରଠାରେ ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଢ଼ାମରା-ଚାକୁଲିଆ ଏବଂ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନ ସମେତ ଆଦିବାସୀ ଗବେଷଣା ଏବଂ ବିକାଶ କେନ୍ଦ୍ର, ଦାଣ୍ଡବୋସ ବିମାନ ବନ୍ଦର; ଏବଂ ରାଇରଙ୍ଗପୁର ସବ୍-ଡିଭିଜନାଲ ହସ୍ପିଟାଲର ନୂତନ ଅଟ୍ଟାଳିକା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ, ସେ ଏହି ମାଟିର ଝିଅ ହୋଇଥିବାରୁ ନିଜକୁ ନେଇ ସର୍ବଦା ଗର୍ବିତ। ଅନେକ ଦାୟିତ୍ୱ ଏବଂ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ତାଙ୍କୁ କେବେବି ତାଙ୍କ ଜନ୍ମସ୍ଥାନ ଏବଂ ଏଠାକାର ଲୋକମାନଙ୍କଠାରୁ ଦୂରରେ ରଖି ପାରିନାହିଁ। ବରଂ, ଲୋକଙ୍କ ଭଲ ପାଇବା ତାଙ୍କୁ ସେମାନଙ୍କ ଆଡ଼କୁ ଟାଣି ଆଣିଥାଏ। ସେ କହିଛନ୍ତି ଯେ, ତାଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟରେ ସବୁବେଳେ ମାତୃଭୂମି ରହିଥାଏ। ଏହି ଅଞ୍ଚଳର ଲୋକଙ୍କ ପବିତ୍ର ଏବଂ ଗଭୀର ସ୍ନେହ ସର୍ବଦା ତାଙ୍କ ମନରେ ପ୍ରତିଧ୍ୱନିତ ହୁଏ।

- Advertisement -

ରେଳ ପ୍ରକଳ୍ପ ଏବଂ ବିମାନବନ୍ଦର ଏହି ଅଞ୍ଚଳରେ ପରିବହନ, ବାଣିଜ୍ୟ ଏବଂ ବ୍ୟବସାୟକୁ ପ୍ରୋତ୍ସାହିତ କରିବ ବୋଲି ରାଷ୍ଟ୍ରପତି ଆତ୍ମବିଶ୍ୱାସ ପ୍ରକଟ କରିଛନ୍ତି। ୧୦୦ ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନା ଅଟ୍ଟାଳିକା ସ୍ଥାନୀୟ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିବ।

ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ସରକାରଙ୍କ ପୂର୍ବୋଦୟ ପରିକଳ୍ପନା ଦ୍ୱାରା ଓଡ଼ିଶା ଉପକୃତ ହେଉଛି। ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଯୋଗାଯୋଗ ଏବଂ ପରିବହନ ସୁବିଧା ସମେତ ବିଭିନ୍ନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ସମଗ୍ର ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରାଯାଉଛି।

ରାଷ୍ଟ୍ରପତି କହିଥିଲେ, ଆଦିବାସୀ ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଉଛି। ମୟୂରଭଞ୍ଜ ଜିଲ୍ଲାର ୨୩ଟି ବିଦ୍ୟାଳୟ ସମେତ ଓଡ଼ିଶାରେ ୧୦୦ରୁ ଅଧିକ ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଥିବା ବିଷୟରେ ଉଲ୍ଲେଖ କରି ସେ ଖୁସି ପ୍ରକଟ କରିଥିଲେ। ଏହିସବୁ ବିଦ୍ୟାଳୟଗୁଡ଼ିକରୁ ଶିକ୍ଷା ଗ୍ରହଣ କରିବା ପରେ ଆଦିବାସୀ ପିଲାମାନେ ସମାଜ ଏବଂ ଦେଶର ପ୍ରଗତିରେ ଗୁଣାତ୍ମକ ଯୋଗଦାନ ଦେବାରେ ସକ୍ଷମ ହେବେ ବୋଲି ସେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories