www.samajalive.in
Sunday, December 7, 2025
26.1 C
Bhubaneswar

ଦ୍ରୁତତମ ଟ୍ବେଣ୍ଟି୨୦ ଶତକ: ଉର୍ବିଲଙ୍କ ସହ ଅଭିଷେକ ସମକକ୍ଷ

ନୂଆଦିଲ୍ଲୀ: ଟ୍ବେଣ୍ଟି୨୦ କ୍ରିକେଟରେ ଭାରତୀୟ ଭାବେ ଦ୍ରୁତତମ ଶତକ ହାସଲ କରିବାରେ ଗୁଜରାଟର ଉର୍ବିଲ ପଟେଲଙ୍କ ସହ ପଞ୍ଜାବ ଅଧିନାୟକ ଅଭିଷେକ ଶର୍ମା ସମକକ୍ଷ ହୋଇଛନ୍ତି। ଉର୍ବିଲ ୨୮ଟି ବଲରୁ ଶତକ ହାସଲ କରିଥିଲେ। ଅଭିଷେକ ଗୁରୁବାର ରାଜକୋଟ୍‌ରେ ସୟଦ ମୁସ୍ତାକ ଅଲୀ ଟ୍ବେଣ୍ଟି୨୦ରେ ମେଘାଳୟ ବିପକ୍ଷରେ ୨୯ଟି ବଲରୁ ୧୦୬ରନ କରିଥିଲେ। ସେଥିମଧ୍ୟରୁ ଅଭିଷେକ ୨୮ଟି ବଲରୁ ୧୧ଟି ଛକା ଓ ୮ଟି ଚୌକା ସହ ଶତକ ପୂରଣ କରିଥିଲେ। ପୂର୍ବରୁ ଉର୍ବିଲ ଇନ୍ଦୋରରେ ତ୍ରିପୁରା ବିପକ୍ଷରେ ୨୮ଟି ବଲରୁ ଶତକ ହାସଲ କରିଥିଲେ। ଯାହା ଟ୍ବେଣ୍ଟି୨୦ କ୍ରିକେଟରେ ଦ୍ବିତୀୟ ଦ୍ରୁତତମ ଶତକ ରହିଥିଲା।

ଏହା ସହିତ ଅଭିଷେକ ସମକକ୍ଷ ହୋଇଛନ୍ତି। ମେଘାଳୟ ୭ ୱିକେଟ ହରାଇ ୧୪୨ରନ କରିଥିଲା। ଜବାବରେ ପଞ୍ଜାବ ଅଭିଷେକଙ୍କ ୧୦୬ ରନ ବଳରେ ୯.୩ ଓଭର ଖେଳି ୩ ୱିକେଟ ହରାଇ ବିଜୟୀ ହୋଇଥିଲା। ସୂଚନାଯୋଗ୍ୟ, ଭାରତୀୟ ୱିକେଟ୍‌ ରକ୍ଷକ ବ୍ୟାଟ୍‌ସମ୍ୟାନ ଋଷଭ ପନ୍ତ୍‌ ୨୦୧୮ ଜାନୁଆରୀରେ ଦିଲ୍ଲୀ ପକ୍ଷରୁ ଖେଳି ହିମାଚଳ ପ୍ରଦେଶ ବିପକ୍ଷରେ ଟ୍ବେଣ୍ଟି୨୦ରେ ୩୨ଟି ବଲରୁ ଶତକ ହାସଲ କରିଥିଲେ। ଯାହା ଭାରତୀୟ ଭାବେ ଟ୍ବେଣ୍ଟି୨୦ରେ ଦ୍ରୁତତମ ଶତକ ରହିଥିଲା।

- Advertisement -

ଉକ୍ତ କୀର୍ତ୍ତିମାନକୁ ଉର୍ବିଲ ଗତ ୨୭ରେ ଭାଙ୍ଗିବାରେ ସଫଳ ହୋଇଥିଲେ। ଟ୍ବେଣ୍ଟି୨୦ରେ ଅନ୍ୟ ଭାରତୀୟଙ୍କ ମଧ୍ୟରେ ରୋହିତ ଶର୍ମା ୩୫ଟି ବଲରୁ ଓ ୟୁସୁଫ ପଠାନ ୩୭ଟି ବଲରୁ ଶତକ ହାସଲ କରିଛନ୍ତି। ଗତ ଜୁନରେ ସାଇପ୍ରସ ବିପକ୍ଷରେ ଇଷ୍ଟୋନିଆର ସାହିଲ ଚୌହ୍ବାନ ୨୭ଟି ବଲରୁ ଶତକ ହାସଲ କରିଥିଲେ। ଯାହା ଏବେ ସୁଦ୍ଧା ଦ୍ରୁତତମ ଟ୍ବେଣ୍ଟି୨୦ ଶତକର କୀର୍ତ୍ତିମାନ ରହିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories