ନୂଆବର୍ଷ ୨୦୨୫ରେ ବୃହସ୍ପତିଙ୍କ ଚଳନ : ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ.. କାହାର ବଢିବ ଦରମା, ସଫଳତା..

ନୂଆବର୍ଷ ୨୦୨୫ରେ ବୃହସ୍ପତିଙ୍କ ଚଳନ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଖୁବ୍‌ ମହତ୍ତ୍ୱପୂର୍ଣ୍ଣ । ବୃହସ୍ପତିଙ୍କୁ ଗୁରୁ ଗ୍ରହ ମଧ୍ୟ କୁହାଯାଏ । ବୃହସ୍ପତି ଚଳନ ଦ୍ୱାରା ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଜାଣନ୍ତୁ ୨୦୨୫ରେ ବୃହସ୍ପତି ଚଳନ ପରେ କେଉଁ ରାଶି ଉପରେ ପଡିବ କି ପ୍ରଭାବ..

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ପରିଶ୍ରମ କରି ସଫଳତା ପାଇବେ । ମାତ୍ର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିବ ।

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ । ନୂଆ ଯୋଜନାରୁ ଲାଭ ମିଳିବ । କର୍ମକ୍ଷେତ୍ରରେ ଶୁଭଫଳ ସହ ଆର୍ଥିକ ସ୍ଥିତି ମଜଭୁତ ହେବ । ପେଟ ଓ ହାଡ ଜନିତ ସମସ୍ୟା ହୋଇପାରେ ।

ମିଥୁନ – ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିଛି । ବୃହସ୍ପତିଙ୍କ କୃପାରୁ ଆର୍ଥିକ କ୍ଷେତ୍ରରେ ଲାଭବାନ୍‌ ହେବେ । କର୍ମକ୍ଷେତ୍ରରେ ଉଚ୍ଚ ପଦ ପ୍ରାପ୍ତି ହେବ । କାମ ପ୍ରତି ଆଗ୍ରହ ରହିବ । ପରିବାର ସହ ସୁଖମୟ ସମୟ ଅତିବାହିତ କରିବେ । ମାନସିକ ଶାନ୍ତି ମିଳିବ । ସାମାନ୍ୟ ସମସ୍ୟା ଆସିପାରେ ।

କର୍କଟ – ବ୍ୟବସାୟରେ ସାମାନ୍ୟ ସମସ୍ୟା ହୋଇପାରେ । ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ । ଆର୍ଥିକ ସ୍ଥିତି ମଧ୍ୟମ ଧରଣର ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ସିଂହ – କର୍ମକ୍ଷେତ୍ରରେ ସଫଳତା ମିଳିବ । ପଦନ୍ନୋତିର ଯୋଗ ରହିଛି । ପରିବାର ସଦସ୍ୟଙ୍କ ସହ ବୁଝାମଣା ରଖିବା ଦ୍ୱାରା ସୁଖଶାନ୍ତିର ବାତାବରଣ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ମାନସିକ ଓ ଶାରୀରିକ ଥକ୍କାପଣ ଦୂର ହେବ ।

କନ୍ୟା – ଆର୍ଥିକ ଦୃଷ୍ଟିକୋଣରୁୁ ଏହି ରାଶିଙ୍କ ପାଇଁ ଶୁଭ ସମୟ । ଆର୍ଥିକ ସ୍ଥିତି ମଜଭୁତ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ପିଠି ଓ ପେଟରେ ଯନ୍ତ୍ରଣା ଅନୁଭବ ହୋଇପାରେ ।

ତୁଳା – କର୍ମକ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି । ସମ୍ପର୍କୀୟଙ୍କ ଦ୍ୱାରା ଲାଭବାନ୍‌ ହେବେ । ମାନସିକ ଅଶାନ୍ତି ଦୂର ହେବ । ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

ବିଛା – ସଫଳତାର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ । ନୂଆ କାମ କରିବାର ସୁଯୋଗ ମିଳିବ । ପରିବାରରେ ଶାନ୍ତି ଓ ହସଖୁସିର ବାତାବରଣ ରହିବ । ସାମାନ୍ୟ କଳହ ହୋଇପାରେ । ଆର୍ଥିକ ସ୍ଥିତି ମଜଭୁତ ହେବ ।

ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ୨୦୨୫ ନୂଆବର୍ଷରେ ହେବେ ଭାଗ୍ୟଶାଳୀ…

ଧନୁ- କର୍ମକ୍ଷେତ୍ର ଓ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ନୁଆ ଯୋଜନା ଦ୍ୱାରା ଲାଭବାନ୍‌ ହେବେ । ପାରିବାରିକ ଜୀବନରେ ହସଖୁସିର ବାତାବରଣ ରହିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଆର୍ଥିକ ସ୍ଥିତି ମଜଭୁତ ହେବ । ସଫଳତା ମିଳିବ ।

ମକର – କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ମଧ୍ୟମ ରହିବ । ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

କୁମ୍ଭ – ଏହି ବର୍ଷରେ ମଧ୍ୟମ ଫଳ ମିଳିବ । ପରିବାର ସଦସ୍ୟଙ୍କ ପ୍ରତି ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆର୍ଥିକ ସ୍ଥିତିରେ ସାମାନ୍ୟ ସମସ୍ୟା ଆସିପାରେ । ମାତ୍ର ପରିସ୍ଥିତିରେ ପରିବର୍ତ୍ତନ ହୋଇ ଶୁଭଫଳ ମିଳିବ ।

ମୀନ – ଆର୍ଥିକ ସ୍ଥିତି ମଜଭୁତ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ପଦନ୍ନୋତି ସହ ନୂଆ ସୁଯୋଗ ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ମାନସିକ ଶାନ୍ତି ମିଳିବ । ସମସ୍ୟା ଦୂର ହେବ ।

 

Comments are closed.