www.samajalive.in
Friday, December 5, 2025
20.1 C
Bhubaneswar

ନୂଆବର୍ଷ ୨୦୨୫ରେ ୪ ଗ୍ରହଙ୍କ ଚଳନ; ବାସ୍‌ ଆପଣାନ୍ତୁ ଏହି ଉପାୟ, ବର୍ଷଯାକ ସୁନାଭଳି ଚମକିବ ଭାଗ୍ୟ, ହେବେ ମାଲାମାଲ୍‌..

ବର୍ଷ ୨୦୨୫ରେ ଗ୍ରହଙ୍କ ଚଳନ ଦୃଷ୍ଟିରୁ ଅନେକ ମହତ୍ତ୍ୱପୂର୍ଣ୍ଣ ହେବାକୁ ଯାଉଛି । ବର୍ଷ ୨୦୨୫ରେ ଅନେକ ବଡ ଗ୍ରହ ଚଳନ କରିବେ । ଏହାର ପ୍ରଭାବ ସମସ୍ତ ରାଶି ସହ ଦେଶ ଦୁନିଆ ଉପରେ ମଧ୍ୟ ପଡିବ । ନୂଆବର୍ଷରେ ଶନି, ମଙ୍ଗଳ, ଗୁରୁ ଓ କେତୁ ଭଳି ବଡ ଗ୍ରହ ଚଳନ କରିବେ । ଏହାକୁ ଦୃଷ୍ଟିରେ ରଖି କିଛି ବିଶେଷ ଉପାୟ ଆପଣାଇବା ଦ୍ୱାରା ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ଥିବା ସମସ୍ୟା ଦୂର ହେବ । ଅନେକ ସଫଳତା ମିଳିବା ସହ ଧନ ପ୍ରାପ୍ତି, କର୍ମକ୍ଷେତ୍ରରେ ଉନ୍ନତି, ଘରେ ହସଖୁସି, ସୁଖସମୃଦ୍ଧି ବୃଦ୍ଧି ପାଇବ ।

ବର୍ଷ ୨୦୨୫ ଆରମ୍ଭରେ ଶନି ନିଜ ସ୍ୱରାଶି କୁମ୍ଭ ରାଶିରୁ ମୀନ ରାଶିରେ ପ୍ରବେଶ କରିବେ । ଶନି ୨୯ ମାର୍ଚ୍ଚ ୨୦୨୫ରେ ମୀନ ରାଶିରେ ଚଳନ କରିବେ ।

- Advertisement -

ଏହାପରେ ମେ’ ମାସରେ ରାହୁ ମୀନ ରାଶିରୁ କୁମ୍ଭ ରାଶିରେ ଚଳନ କରିବେ । ୧୮ ମେ’୨୦୨୫ରେ ରାହୁ ମୀନ ରାଶି ଓ କେତୁ ସିଂହ ରାଶିରେ ଚଳନ କରିବେ ।

ଗୁରୁ ଗ୍ରହ ୨୦୨୫ରେ ବୃଷ ରାଶିରୁ ମିଥୁନ ରାଶିରେ ପ୍ରବେଶ କରିବେ, ଗୁରୁ ଗ୍ରହ ୧୪ ମେ’୨୦୨୫ରେ ଚଳନ କରିବେ ।
ବର୍ଷ ୨୦୨୫ରେ ୪ଟି ବଡ ଗ୍ରହ ଚଳନ କରିବେ । ତେବେ ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ କିଛି ବିଶେଷ ଉପାୟ ପାଳନ କରିବା ଦ୍ୱାରା ବର୍ଷଯାକ ଭାଗ୍ୟରେ ଶୁଭ ପରିବର୍ତ୍ତନ, ଚିନ୍ତା ମୁକ୍ତ, ସୁଖସମୃଦ୍ଧି ବୃଦ୍ଧି ହେବ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବା ସହ ମନସ୍କାମନା ମଧ୍ୟ ପୂରଣ ହେବ । ଜାଣନ୍ତୁ ସେହି ଉପାୟ ବିଷୟରେ..

ଶନି ଗ୍ରହଙ୍କ କୃପା ପ୍ରାପ୍ତି ପାଇଁ..
ଶନିବାର ଦିନ ଜଳରେ ଚିନି ଓ କଳା ରାଶି ମିଶାଇ ଅଶ୍ୱତ୍ଥ ବୃକ୍ଷ ମୂଳରେ ଅର୍ପଣ କରନ୍ତୁ । ସୂର୍ଯ୍ୟୋଦୟ ପୂର୍ବରୁ ଏହି ଉପାୟ କରି ପାରିବେ । ଏହାଦ୍ୱାରା ଶନି ଦେବଙ୍କ ବିଶେଷ କୃପା ମିଳିବ । ଶନିଙ୍କ ସରଳ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ଏହାଦ୍ୱାରା ଶନି ଦଶାରୁ ମଧ୍ୟ ମୁକ୍ତି ମିଳିବ ।
ଶନି ମନ୍ଦିରରେ ସୋରିଷ ତେଲରେ କଳା ରାଶି ମିଶାଇ ଦୀପ ଲଗାନ୍ତୁ । ଏହାଦ୍ୱାରା ଶନିଦେବଙ୍କ ବିଶେଷ କୃପା ପ୍ରାପ୍ତି ହେବ ।

ରାହୁଙ୍କ ଶୁଭ ଫଳ ପାଇଁ
ପକ୍ଷୀମାନଙ୍କୁ ନିୟମିତ ଖାଦ୍ୟ ଖାଇବାକୁ ଦିଅନ୍ତୁ । କଳା କୁକୁରକୁ ଶନିବାର ଦିନ କିଛି ଖାଇବାକୁ ନିଶ୍ଚୟ ଦିଅନ୍ତୁ ।
ସୋମବାର ଦିନ ଜଳରେ କଳା ରାଶି ମିଶାଇ ଶିବଲିଙ୍ଗରେ ଅର୍ପଣ କରନ୍ତୁ ।

କେତୁଙ୍କ ଶୁଭଫଳ ପାଇଁ
ଅସହାୟ ଲୋକଙ୍କୁ କମ୍ବଳ, ବିରି, ପୋଷାକ, ଛତା, ଲୁହା, ଆଦି ଦାନ କରନ୍ତୁ ।
କେତୁଙ୍କୁ ପ୍ରସନ୍ନ କରିବା ପାଇଁ କଳା କିମ୍ବା ଧଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ ।
ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଘିଅର ଦୀପ ଲଗାନ୍ତୁ ।

ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ୨୦୨୫ ନୂଆବର୍ଷରେ ହେବେ ଭାଗ୍ୟଶାଳୀ…

ଗୁରୁଙ୍କ ଶୁଭଫଳ ପାଇଁ
ଗୁରୁ ଗ୍ରହଙ୍କ ଶୁଭଫଳ ପାଇଁ ଗୁରୁବାର ଦିନ ଗୁରୁଙ୍କ ସରଳ ମନ୍ତ୍ର ଜପ କରନ୍ତୁ ।
ଗୁରୁବାର ଦିନ ସ୍ନାନ କରିବା ସମୟରେ ସେହି ପାଣିରେ ସାମାନ୍ୟ ହଳଦୀ ମିଶାନ୍ତୁ । ଏହାଦ୍ୱାରା ଗୁରୁଙ୍କ ଶୁଭଫଳ ପ୍ରାପ୍ତି ସହ ପରିବାରରେ ଉନ୍ନତି ଓ ହସଖୁସିର ବାତାବରଣ ରହିବ ।
ଘରର ଗୁରୁଜନଙ୍କୁ ନିୟମିତ ପ୍ରଣାମ କରନ୍ତୁ ।
ଜାତକରେ ଗୁରୁଙ୍କ ସ୍ଥିତି ମଜଭୁତ ପାଇଁ ବ୍ରତ ପାଳନ ସହ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରନ୍ତୁ ।
ଘରେ ଆଦୌ ଧନର ଅଭାବ ହେବ ନାହିଁ ।
ଶୀଘ୍ର ବିବାହ ମଧ୍ୟ ହେବ ।

 

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories