www.samajalive.in
Saturday, December 6, 2025
15.1 C
Bhubaneswar

ବ୍ୟାଙ୍କ ଠକେଇର ମିଳିତ ତଦନ୍ତ କରିବେ ସିବିଆଇ ଓ ଆରବିଆଇ

ସମାଜ ଡିଜିଟାଲ ଡେସ୍କ: ଏଣିକି ବ୍ୟାଙ୍କ ଠକେଇର ମିଳିତ ତଦନ୍ତ ହେବ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ମିଳିତ ଭାବେ ଠକେଇର ତଦନ୍ତ କରିବେ। ଦେଶର ଅନ୍ୟ ଛୋଟ ଛୋଟ ବ୍ୟାଙ୍କଗୁଡ଼ିକ ଏଥିରେ ସହଯୋଗ କରିବେ। ଏ ନେଇ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ (ଡିଏଫଏସ) ପକ୍ଷରୁ ଫ୍ରସ୍ତାବ ଦିଆଯାଇଛି। ତଦନ୍ତକୁ ତ୍ଵରିତ କରିବା ଲାଗି ବ୍ୟାଙ୍କ ଏବଂ ସିବିଆଇ ମଧ୍ୟରେ ନିୟମିତ ଆଲୋଚନା ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବରେ କୁହାଯାଇଛି। ଆରବିଆଇ, ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ଭାଗିଦାରିଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କ ଠକେଇ ମାମଲାର ତଦନ୍ତ ସମୟରେ ସିବିଆଇ ପକ୍ଷରୁ ଯେଉଁ ତଥ୍ୟ ମଗାଯାଉଛି ତାହାକୁ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଯାଞ୍ଚ କରାଯାଉଛି। ବ୍ୟାଙ୍କ ଏବଂ ସିବିଆଇ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିବାକୁ ଆଲୋଚନା ହୋଇଛି। ଠକେଇ ଘଟଣାରେ ସିବିଆଇ ନିକଟରେ କିପରି ଅଭିଯୋଗ ଦାଖଲ କରାଯିବ, ତଦନ୍ତର ନିୟମିତ ସମୀକ୍ଷା ଏବଂ ତଦନ୍ତ ସମୟରେ ବ୍ୟାଙ୍କଗୁଡ଼ିକଠାରୁ ସିବିଆଇ ଦରକାର କରୁଥିବା ସମସ୍ତ ପ୍ରକାର ସହଯୋଗ ଉପରେ ମଧ୍ୟ ଆଲୋଚନା କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories