www.samajalive.in
Saturday, December 13, 2025
23.1 C
Bhubaneswar

ଇଲେକ୍ଟ୍ରି ବିଲ୍‌ ପୈଠ ପାଇଁ ଆସୁଛି ମିଛ ମେସେଜ୍‌- ବିଲ୍ ପୈଠ ଠକେଇ ସମ୍ପର୍କରେ ଟିପିଏସ୍ଓଡିଏଲ୍ ତରଫରୁ ସତର୍କ ସୂଚନା ଜାରି

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏସ୍ଓଡିଏଲ୍) ପକ୍ଷରୁ ଉପଭୋକ୍ତାମାନଙ୍କୁ ଫିସିଂ ଠକେଇ ସମ୍ପର୍କରେ ସତର୍କ ସୂଚନା ଦିଆଯାଇଛି। ସାଇବର ଅପରାଧୀମାନେ ଉପଭୋକ୍ତାଙ୍କ ମୋବାଇଲ ନମ୍ବରକୁ ବକେୟା ବିଲ୍ ଯୋଗୁଁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ନେଇ ମେସେଜ ପଠାଉଥିବା ଦେଖିବାକୁ ମିଳୁଛି। ବିଶେଷ କରି +୯୧୮୪୮୧-୦୪୨୧୫୧ ନମ୍ବରରୁ ଏଭଳି ମେସେଜ ଆସୁଛି। କିଛି ସାଇବର ଠକ ବିଦ୍ୟୁତ ସେବା ବିଚ୍ଛିନ୍ନ ନହେବା ପାଇଁ ଉପଭୋକ୍ତାଙ୍କୁ ୬୨୯୦୩୧୭୩୯୫ ନମ୍ବରରେ କଲ୍ କରିବାକୁ କହୁଛନ୍ତି।

ଉପଭୋକ୍ତାଙ୍କ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ହାସଲ କରିବା ସହ ଅନଧିକୃତ ଉପାୟରେ ଟଙ୍କା ଉଠାଇବା ପାଇଁ ସାଇବର ଠକମାନେ ଏଭଳି ଫିସିଂ ମେସେଜ ପଠେଇଥାନ୍ତି। ତେଣୁ ଏଭଳି ଫୋନ୍ କଲ୍ କିମ୍ବା ମେସେଜରୁ ଦୂରେଇ ରହିବା ସହ ଠକେଇର ଶିକାର ନହେବା ପାଇଁ ଟିପିଏସ୍ଓଡିଏଲ୍ ତରଫରୁ ସତର୍କ ବାର୍ତ୍ତା ଜାରି କରାଯାଇଛି।

- Advertisement -

ଏ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ  ଅମିତ କୁମାର ଗର୍ଗ କହିଛନ୍ତି, “ଟିପିଏସ୍ଓଡିଏଲରେ ଉପଭୋକ୍ତାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଏ। ଏଭଳି ସନ୍ଦେହଜନକ ଫୋନ୍ କଲ୍ କିମ୍ବା ମେସେଜ ଆସିଲେ, ତୁରନ୍ତ ଆମ ଟୋଲ୍ ଫ୍ରି ନମ୍ବରରେ ଜଣାଇବା ପାଇଁ ଗ୍ରାହକମାନଙ୍କୁ ସଚେତନତା ବାର୍ତ୍ତା ଦିଆଯାଉଛି। କେବଳ ଟିପିଏସ୍ଓଡିଏଲ୍ ଦ୍ଵାରା ସ୍ଵୀକୃତିପ୍ରାପ୍ତ ତଥା ଅଧିକୃତ ମାଧ୍ୟମରେ ହିଁ ବିଲ୍ ପୈଠ କରିବା ଏବଂ ସମସ୍ତ ପ୍ରକାର ଯୋଗାଯୋଗ କରିବା ପାଇଁ ଆମେ ଉପଭୋକ୍ତାମାନଙ୍କୁ ଅନୁରୋଧ କରୁଛୁ।”

ଟିପିଏସ୍ଓଡିଏଲ୍ ପକ୍ଷରୁ କେବେ ବି ଗ୍ରାହକମାନଙ୍କୁ ପାସୱାର୍ଡ, ଓଟିପି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ କିମ୍ବା କଲ୍, ମେସେଜ, ଇମେଲ ପାସୱାର୍ଡ ଭଳି କୌଣସି ଗୋପନୀୟ ତଥ୍ୟ ଦେବା ପାଇଁ କୁହାଯାଏ ନାହିଁ। କେବଳ ଅଧିକୃତ ଏବଂ ସୁରକ୍ଷିତ ମାଧ୍ୟମରେ ହିଁ କମ୍ପାନୀ ପକ୍ଷରୁ ସମସ୍ତ ପ୍ରକାର ପେମେଣ୍ଟ ଏବଂ ଯୋଗାଯୋଗ କରାଯାଏ।

ଯେକୌଣସି ସହାୟତା ପାଇଁ ଉପଭୋକ୍ତାମାନେ ଟିପିଏସ୍ଓଡିଏଲର ୨୪×୭ ଟୋଲ୍ ଫ୍ରି ନମ୍ବର: ୧୮୦୦-୩୪୫-୬୭୯୭ କିମ୍ବା ୧୯୧୨ ରେ କଲ୍ କରି ଯୋଗାଯୋଗ କରିପାରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories