www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରତିଷେଧକ ପଦକ୍ଷେପ ରୋଗଠୁ ଦୂରରେ ରହିବାର ମାର୍ଗ

ଫୁଲବାଣୀ : ରୋଟାରୀ କ୍ଲବ୍‌ ଫୁଲବାଣୀ ତରଫରୁ ସ୍ଥାନୀୟ ପବ୍ଲିକ୍ ସ୍କୁଲ ପରିସରରେ  “ପ୍ରତିଷେଧକ ପଦକ୍ଷେପ ରୋଗଠୁ ଦୂରରେ ରହିବାରେ ସହାୟକ ହୋଇଥାଏ ” ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। କ୍ଳବ୍‌ ସଭାପତି ବିପ୍ରଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୃଙ୍ଖଳିତ ଜୀବନଶୈଳୀ ଓ ଖାଦ୍ୟ ଗ୍ରହଣ ସହ ସୁସ୍ଥ ପରିବେଶ ମଧ୍ୟରେ ଜୀବନଯାପନ ରୋଗଠୁ ଦୂରରେ ରହିବାର ମାର୍ଗ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ରୋଟାରୀ କ୍ଲବ୍‌ ସଦସ୍ୟଙ୍କ ତରଫରୁ ୨୦ଟି ଫୁଲ କୁଣ୍ଡ ସହ ଗଛ ଡାକ୍ତରଖାନାରେ ସୁନ୍ଦର ପରିବେଶ ପାଇଁ ପ୍ରଦାନ କରିବା ସହ ରୋଗୀ କଲ୍ୟାଣ ସମିତି ନିମନ୍ତେ ଆର୍ଥିକ ସହାୟତା ଦିଆଯାଇଥିଲା। ରୋଟାରୀ କ୍ଲବ୍‌ ତରଫରୁ ଏପରି ସହଯୋଗ ଏବଂ ପ୍ରୟାସ ନିମନ୍ତେ ଡାକ୍ତର ପାଢ଼ୀ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଟାରୀଆନ୍‌ ପ୍ରକାଶ ପଣ୍ଡା, ମନୋରଞ୍ଜନ ପଟ୍ଟନାୟକ, ହରଶ୍ଚନ୍ଦ୍ର ମହାରଣା, ଜ୍ଞାନ କୁମାର ଦୋରା,ବିରଜା ନାହାକ,ସନ୍ତୋଷ ପଣ୍ଡା, ଉପେନ୍ଦ୍ର ମହାପାତ୍ର,ରୂପକ ମହାନ୍ତିଙ୍କ ସମେତ ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories