www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ଜଳଖିଆ ଦୋକାନରେ ଲାଗିଲା ନିଆଁ ; ଅଳ୍ପକେ ବର୍ତ୍ତିଲେ ଗ୍ରାହକ, କର୍ମଚାରୀ..

ଜଗତସିଂହପୁର: ଜଗତସିଂହପୁର ସହର ମଧ୍ୟରେ ଥିବା ବାବା ବିଶ୍ୱନାଥ କ୍ୟାଣ୍ଟିନି ନାମକ ଏକ ଜଳଖିଆ ଦୋକାନରେ ଗ୍ୟାସ ଟାଙ୍କି ଫାଟିଯିବା ଫଳରେ ନିଆଁ ଲାଗି ଯିବାରୁ ଦୋକାନଟି ସମ୍ପୂର୍ଣ୍ଣ ପୋଡ଼ିଯିବା ସହିତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଏକ ବିରାଟ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି।

ରାହୁ-କେତୁ ଚଳନ : ୨୦୨୫ରେ ଭାଗ୍ୟଶାଳୀ ହେବେ ଏହି ୫ ରାଶି, ହଠାତ୍‌ ମିଳିବ ଧନ, ସବୁଥିରେ ସଫଳତା,ଚମକିବ ଭାଗ୍ୟ..


ସୂଚନା ଅନୁସାରେ ଜଗତସିଂହପୁର ସହରର ଗଣତନ୍ତ୍ର ଛକ ଉପରେ ଥିବା ବିଶ୍ୱନାଥ କ୍ୟାଣ୍ଟିନ ନାମକ ଏକ ଜଳଖିଆ ଦୋକାନରେ ୧୦ରୁ ଅଧିକ କର୍ମଚାରୀ ୪ଟି ଗ୍ୟାସ ଚୁଲା ଲଗାଇ ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ଏକ ଗ୍ୟାସ ହଠାତ୍‌ ଲିକ ହୋଇ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଯିବା ଫଳରେ କର୍ମଚାରୀମାନେ ଜୀବନ ବିକଳରେ ଦୌଡ଼ି ଥିଲେ। କିଛି କର୍ମଚାରୀଙ୍କର ଦେହରେ ନିଆଁ ଲାଗିଯାଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜଗତସିଂହପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଏହି ଘଟଣା ଘଟିବା ସମୟରେ ସେହି କ୍ୟାଣ୍ଟିନିରେ କିଛି ଗ୍ରାହକ ଫସିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ନିଆଁ ବଢିବା ଆଗରୁ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଜଳୁଥିବା ଗ୍ୟାସ ଟାଙ୍କି ଗୁଡିକୁ ଆଗ ଲିଭାଇବା ପାଇଁ ପ୍ରୟାସ କରିଥିଲେ। ୪ଟି ଗ୍ୟାସ ଟାଙ୍କି ମଧ୍ୟରୁ ତିନୋଟି ଟାଙ୍କିକୁ ଲିଭାଇବାରେ ସମର୍ଥ ହୋଇଥିବା ବେଳେ ଗୋଟିଏ ଟାଙ୍କି ସେହି ଦୋକାନ ଘର ମଧ୍ୟରେ ବିସ୍ଫୋରଣ ହୋଇଥିଲା। ଏଥିରେ କାହାର କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି। ଜନଗହଳି ପୂର୍ଣ୍ଣ ରାସ୍ତା କଡ଼ରେ ଏକାଧିକ ଗ୍ୟାସ ଟାଙ୍କିର ବ୍ୟବହାର କରିବା ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା କରି ନଥିବାରୁ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଗତସିଂହପୁର ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।

ଏହି ତାରିଖରୁ ବଦଳିବ ଓଟିପି, ମେସେଜ ନିୟମ; ସ୍ପାମ୍‌, ଠକେଇରୁ ମିଳିବ ମୁକ୍ତି..

- Advertisement -

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories