www.samajalive.in
Saturday, December 6, 2025
14.1 C
Bhubaneswar

‘ସମାଜ’ ଟାଉନ ହଲ୍‌ କାର୍ଯ୍ୟକ୍ରମରେ ଯୋଗଦେବେ ରାହୁଲ

ଭୁବନେଶ୍ବର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ‘ସମାଜ’ ପକ୍ଷରୁ ଆୟୋଜିତ ‘ଟାଉନ ହଲ’ କାର୍ଯ୍ୟକ୍ରମରେ ସେ ଯୋଗଦେବେ।
ଚଳିତବର୍ଷ ‘ସମାଜ’ ୧୦୦ବର୍ଷ ପୂରଣ କରୁଥିବା ଦୃଷ୍ଟିରୁ ଅନୁଷ୍ଠାନ ପକ୍ଷରୁ ବର୍ଷେବ୍ୟାପୀ ଶତବାର୍ଷିକୀ ସମାରୋହ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଦେଶର ପ୍ରମୁଖ ରାଜନେତା, ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିତ୍ବ ତଥା ଛାତ୍ର ଓ ଯୁବ ବର୍ଗଙ୍କୁ ଆମନ୍ତ୍ରଣ କରାଯାଇ ‘ଭାରତର ପୁନଃ ପରିକଳ୍ପନାରେ ଓଡ଼ିଶା କିଭଳି ପଥ ପ୍ରଦର୍ଶକ ହୋଇପାରିବ’ (ରି ଇମାଜିନିଙ୍ଗ ଇଣ୍ଡିଆ, କ୍ୟାନ ଓଡ଼ିଶା ସୋ ଏ ୱେ)ଶୀର୍ଷକ ପ୍ରସଙ୍ଗରେ ସେମାନଙ୍କ ମତାମତ ଲୋଡ଼ାଯିବ। ଏହି କାର୍ଯ୍ୟକ୍ରମକୁ ଏକ ଜାତୀୟସ୍ତରର ମଞ୍ଚ ଭାବେ ଗଢ଼ି ତୋଳିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ମଞ୍ଚ ମାଧ୍ୟମରେ ଦଳମତ ନିର୍ବିଶେଷରେ ରାଜନୀତିରୁ ଊର୍ଦ୍ଧ୍ବରେ ରହି ଜାତୀୟସ୍ତରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ବଙ୍କ ଓଡ଼ିଶା ପ୍ରତି ଆଭିମୁଖ୍ୟ ସମ୍ପର୍କରେ ରାଜ୍ୟର ବୁଦ୍ଧିଜୀବୀଙ୍କ ସହ ଖୋଲା ମତ ବିନିମୟ ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ଉପଯୁକ୍ତ
ଚିନ୍ତନର ଉପାଦାନ ଯୋଗାଇବାରେ ସହାୟକ ହେବ। ୨୫ ତାରିଖ ପୂର୍ବାହ୍ନ ୧୦.୩୦ରେ ରାହୁଲ ଗାନ୍ଧୀ ଭୁବନେଶ୍ବର ସ୍ଥିତ ହୋଟେଲ ମେ ଫେୟାର କନ୍‌ଭେନ୍‌ସନ୍‌ ହଲ୍‌ରେ ବୁଦ୍ଧିଜୀବୀ ସମାବେଶରେ ଯୋଗଦେବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories