www.samajalive.in
Saturday, December 6, 2025
14.1 C
Bhubaneswar

ଦିଲ୍ଲୀ ଫେରିଲେ ମୋଦୀ, ଶାହ

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ଵରରେ ଚାଲିଥିବା ଡିଜିପି ଓ ଆଇଜିପି ସମ୍ମିଳନୀ ଶେଷ ହେବା ପରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ଫେରିଯାଇଛନ୍ତି। ତାଙ୍କ ସହିତ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବି ନୂଆଦିଲ୍ଲୀ ଫେରିଛନ୍ତି। ସମ୍ମିଳନୀ ସରିବା ପରେ ପ୍ରଧାନମନ୍ତ୍ରୀ ଏବଂ ସ୍ଵରାଷ୍ଟ୍ରମନ୍ତ୍ରୀ ଲୋକସେବା ଭବନରୁ ବାହାରି ବିମାନବନ୍ଦର ଯାଇଥିଲେ। ସେଠାରୁ ସ୍ଵତନ୍ତ୍ର ବିମାନରେ ଦିଲ୍ଲୀ ଯାଇଥିଲେ।

୩ ଦିନ ଧରି ଲୋକସେବା ଭବନରେ ଡିଜିପି ଓ ଆଇଜିପି ସମ୍ମିଳନୀ ଚାଲିଥିଲା। ରବିବାର ସମ୍ମିଳନୀର ୩ୟ ଦିନ ଥିଲା। ଦେଶରେ ଆଭ୍ୟନ୍ତରୀୟଣ ସୁରକ୍ଷା, ଆଇନଶୃଙ୍ଖଳା ଦିଗରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ଏହା ସହିତ ଅନୁପ୍ରବେଶକାରୀ, ଡିଜିଟାଲ ଆରେଷ୍ଟ, ନିଶାଦ୍ରବ୍ୟ ଚାଲାଣ ଉପରେ ବି ବିଚାରବିମର୍ଶ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories