www.samajalive.in
Friday, December 5, 2025
20.1 C
Bhubaneswar

ସରକାରୀ ବାସଭବନରୁ ଉଦ୍ୟାନ ବିଭାଗ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଆରମ୍ଭ

ଫୁଲବାଣୀ :ଫୁଲବାଣୀ ଉଦ୍ୟାନ ବିଭାଗର ସରକାରୀ ବାସଭବନରେ ଦଉଡ଼ି ଦେଇ ଜଣେ କର୍ମଚାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକ ଫୁଲବାଣୀ ଉଦ୍ୟାନ ବିଭାଗ କର୍ମଚାରୀ ବିଜୟ କୁମାର ନାୟକ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଫୁଲବାଣୀ ଟାଉନ୍ ଥାନା ପୁଲିସର ପହଞ୍ଚି ମୃତଦେହ ଉଦ୍ଧାର ପରେ ବ୍ୟବଛେଦ ପାଇଁ ପଠାଇବା ସହ  ତଦନ୍ତ ଆରମ୍ଭ ‌କରିଛି। ସେପଟେ ବିଜୟଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ବିଶ୍ବାସ କରିପାରୁନାହାନ୍ତି ପରିବାର ଲୋକେ । ଅପରପକ୍ଷରେ ମୃତକଙ୍କ ପୁଅ ବିଶ୍ୱଜିତ ନାୟକ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି।

ସୂଚନା ପ୍ରକାରେ ଗତକାଲି ମୃତକ ବିଜୟ କୁମାର ନାୟକ ନିଜ ଝିଅ ଓ ସ୍ତ୍ରୀଙ୍କ ସହ ଫୋନରେ କଥା ହେବା ସହ ପୁଅ ପାଖକୁ ଅନ୍ ଲାଇନରେ ଦୁଇ ହଜାର ଟଙ୍କା ପଠାଇଥିଲେ। ଏଥିସହିତ ସେ ରାତିରେ ବସରେ ଭୁବନେଶ୍ୱର ଯିବେ ଏବଂ ସେଠାରୁ ଭଦ୍ରକ ନିଜ ଗାଁକୁ ଯିବେ ବୋଲି ସ୍ତ୍ରୀ ଙ୍କୁ କହିଥିଲେ । କିନ୍ତୁ ଅପରାହ୍ନରେ ବିଜୟ ନିଜ ସରକାରୀ ବାସ ଭବନରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଖବର ସ୍ତ୍ରୀ ବାସନ୍ତୀ ନାୟକଙ୍କୁ ଜଣାଇଥିଲେ ଉଦ୍ୟାନ କୃଷି ନିର୍ଦ୍ଦେଶକ । ଆଜି ପରିବାର ଲୋକେ ଫୁଲବାଣୀ ପହଞ୍ଚିବା ପରେ ପୁଲିସ୍ ମୃତଦେହକୁ ଉଦ୍ଧାର ପରେ ବ୍ୟବଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଅନ୍ୟପଟେ ପାରିବାର ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି  ଫୁଲବାଣୀ ଆଦର୍ଶ ଥାନା ପୁଲିସ ତଦନ୍ତ ଜାରି ରଖିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories