www.samajalive.in
Saturday, December 6, 2025
23.1 C
Bhubaneswar

ମୋହନଙ୍କ ୩ ସନ୍ତାନ ମନ୍ତବ୍ୟକୁ ବିରୋଧୀଙ୍କ ସମାଲୋଚନା

ସମାଜ ଡିଜିଟାଲ ଡେସ୍କ: ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ(ଆରଏସଏସ) ପ୍ରମୁଖ ମୋହନ ଭାଗବତଙ୍କ ୩ ସନ୍ତାନ ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିରୋଧୀ କଂଗ୍ରେସ, ସମାଜବାଦୀ ପାର୍ଟି ସମେତ ଅନ୍ୟାନ୍ୟ ଦଳଗୁଡ଼ିକ ମୋହନଙ୍କ ଏହି ମନ୍ତବ୍ୟକୁ ବିରୋଧ କରିବା ସହିତ କଡ଼ା ସମାଲୋଚନା କରିଛନ୍ତି।

ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସମୟରେ ମୋହନ ଭାଗବତ ଦେଶରେ ଜନସଂଖ୍ୟା ବୃଦ୍ଧି ହାର(ପ୍ରଜନନ ହାର) ହ୍ରାସ ପାଇବା ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ସେ କହିଥିଲେ, ଯେତେବେଳେ କୌଣସି ସମାଜର ଜନସଂଖ୍ୟା ବୃଦ୍ଧି ହାର ୨.୧ରୁ କମିଯାଏ, ସେତେବେଳେ ସେହି ସମାଜ ଧୀରେ ଧୀରେ ନଷ୍ଟ ହୋଇଯାଏ। ଆଧୁନିକ ଜନସଂଖ୍ୟା ବିଜ୍ଞାନ ଅନୁସାରେ, କୌଣସି ସଙ୍କଟ ନ ଥିଲେ ବି ପ୍ରଜନନ ହାର ୨.୧ରୁ କମିଲେ ଯେକୌଣସି ସମାଜ ଦୁନିଆରୁ ନଷ୍ଟ ହୋଇଯାଇଥାଏ। ଏହିପରି ଭାବେ ଅନେକ ଭାଷା ଏବଂ ସମାଜ ନଷ୍ଟ ହୋଇଯାଇଛି। ଜନସଂଖ୍ୟା ୨.୧ରୁ କମ୍‌ ହେବା ଅନୁଚିତ। ୨.୧ର ଜନସଂଖ୍ୟା ବୃଦ୍ଧି ହାର ବଜାୟ ରଖିବା ଲାଗି ସମାଜକୁ ଦୁଇରୁ ଅଧିକ ସନ୍ତାନର ଆବଶ୍ୟକତା ରହିଛି। ଏହିପରି ଭାବେ ସେ ୩ ସନ୍ତାନ ଉପରେ ଗୁରୁତ୍ଵ ଦେଇଥିଲେ।

- Advertisement -

ସେ ଆହୁରି କହିଥିଲେ, ଆମ ଦେଶର ଜନସଂଖ୍ୟା ନୀତି ୧୯୯୮ କିମ୍ବା ୨୦୦୨ରେ ସ୍ଥିର କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଜନସଂଖ୍ୟା ବୃଦ୍ଧି ହାର ୨.୧ରୁ କମ ହେବା ଅନୁଚିତ। ଯଦି ଆମକୁ ୨.୧ର ଜନସଂଖ୍ୟା ବୃଦ୍ଧି ହାର ଜରୁରୀ, ତେବେ ଦୁଇରୁ ଅଧିକ ସନ୍ତାନର ଆବଶ୍ୟକତା ରହିଛି। ଜନସଂଖ୍ୟା ବିଜ୍ଞାନି ବି ଏହା କହୁଛି। ସଂଖ୍ୟା ଗୁରୁତ୍ଵପୂର୍ଣ୍ଣ, କାରଣ ସମାଜକୁ ତିଷ୍ଠି ରହିବା ଜରୁରୀ।

ମୋହନଙ୍କ ଏପରି ମନ୍ତବ୍ୟ ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ। କଂଗ୍ରେସ ନେତା ଉମଙ୍ଗ ସିଂଘାର କହିଛନ୍ତି, ଯେଉଁମାନେ ପୂର୍ବରୁ ଅଛନ୍ତି ସେମାନଙ୍କୁ ଚାକିରି ଦେଇଦିଅ। ଚାକିରି ନାହିଁ, ଫସଲ ଜମି କମୁଛି। ଏମିତି ସ୍ଥିତିରେ ମୋହନ ଭାଗବତ କହୁଛନ୍ତି ଦୁଇରୁ ଅଧିକ ସନ୍ତାନ ଦରକାର।

ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଅସଉଦ୍ଦିନ ଓଓ୍ବେସୀ କହିଛନ୍ତି, ଭାଗବତ କହୁଛନ୍ତି ଜନସଂଖ୍ୟା ବୃଦ୍ଧି କରିବା ଦରକାର। କିନ୍ତୁ ସେ ଏହା ସୁନିଶ୍ଚିତ କରିପାରିବେ କି ଏହା ଦ୍ଵାରା ପିଲାଙ୍କୁ କିଛି ଲାଭ ମିଳିବ ? ସେ ଗରିବ ପରିବାରକୁ ପ୍ରତି ମାସରେ ୧୫୦୦ ଟଙ୍କା ଦେଇପାରିବେ ?

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories