www.samajalive.in
Friday, December 5, 2025
20.1 C
Bhubaneswar

ଭିତରକନିକାରେ ଇକୋ ରିଟ୍ରିଟ୍ ଉଦ୍‌ଘାଟିତ

ରାଜନଗର: କେନ୍ଦ୍ରାପଡ଼ା ଜିଲା ଭିତରକନିକାର ପେଣ୍ଠ ବେଳାଭୂମିରେ ଚଳିତବର୍ଷ ଇକୋ ରିଟ୍ରିଟ୍‌ ଅନୁଷ୍ଠିତ ହେଉଛି। ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ଭିତରକନିକାର ଇକୋ ରିଟ୍ରିଟ୍‌କୁ ଆସିବାକୁ ବୁକିଂ କରିଥିବା ଓ ଇଚ୍ଛା କରିଥିବା ପର୍ଯ୍ୟଟକ ଯେପରି ସକାରାମତ୍କ ଓ ନିଆରା ଅନୁଭୂତି ନେଇ ଫେରିବେ, ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଆଜି ପେଣ୍ଠଠାରେ ଇକୋ ରିଟ୍ରିଟ୍‌ ଉଦ୍‌ଘାଟନ ହୋଇଛି। ଭିତରକନିକାରେ ଏବେ ଚାଲିଛି ପର୍ଯ୍ୟଟନ ଋତୁ। ପ୍ରକୃତିପ୍ରେମୀ ପର୍ଯ୍ୟଟକମାନେ ଭିତରକନିକା ପରିଭ୍ରମଣ ଓ ଜଳଯାତ୍ରା କରିବାକୁ ପସନ୍ଦ କରିଥା’ନ୍ତି। ଇକୋ ରିଟ୍ରିଟ୍‌ରେ ରହିବାକୁ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଳପଥ ଓ ସ୍ଥଳପଥରେ ଭିତରକନିକା ପରିଭ୍ରମଣର ସୁଯୋଗ ଦିଆଯିବ। ଦିନରେ ଭିତରକନିକାର ଶୋଭା ଅନୁଭବ କରିବେ ଓ ରାତିରେ ବିଳାସପୂର୍ଣ୍ଣ କଟେଜରେ ରହିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବେ। ଇକୋ ରିଟ୍ରିଟ୍‌ ସ୍ଥଳରେ ସମୁଦ୍ରର ମଜା ନେଇ ପାରିବା ସହ ନିଆରା ଅନୁଭୂତି ସାଉଁଟିବେ। ପେଣ୍ଠ ବେଳାଭୂମି ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ। ବେଳାଭୂମିର ଶୋଭା ସହ ଭିତରକନିକାର ଶୋଭା ଉପଭୋଗ ପାଇଁ ପେଣ୍ଠରେ ଇକୋ ରିଟ୍ରିଟ ଆୟୋଜନ କରାଯାଇଛି। ଇକୋ ରିଟ୍ରିଟ୍‌ ସ୍ଥଳରେ ଚଳିତବର୍ଷ ୨୫ଟି କଟେଜ୍‌ର ବ୍ୟବସ୍ଥା କରାଯାଇଛି। କଟେଜ୍‌ଗୁଡିକ ବିଳାସପୂର୍ଣ୍ଣ କରାଯାଇଛି। ଦୁଇ ପ୍ରକାରର କଟେଜ ରହିଛି ଡିଲେକ୍ସ କଟେକ ମୂଲ୍ୟ ୪ ହଜାର ଥିବାବେଳେ ପ୍ରିମିୟମ କଟେଜର ମୂଲ୍ୟ ୫ ହଜାର ରହିଛି । ପ୍ରଥମ ଦିନରେ ୧୭ ଜଣ ୧୦ଟି କଟେଜ ବୁକ କରି ପଯ୍ୟଟକ ଇକୋ ରିଟ୍ରିଟ୍‌ ରେ ଆସିଥିବା ଜଣାପଡିଛି । ଏବଂ ସେମାନଙ୍କ ମଧ୍ୟରୁ ୨ ଜଣ ବିଦେଶୀ ଭାରତୀୟ (ସିଙ୍ଗାପୁର)ରୁ ଆସିଥିବା ଜଣାପଡିଛି ।  ରାଜନଗର ବିଧାୟକ ଧ୍ରୁବ ସାହୁ ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ , ଏଡିଏମ୍‌ ନିଲୁ ମହାପାତ୍ର , ପର୍ଯ୍ୟଟନ ବିଭାଗର ଡେପୁଟି ଡାଇରେକ୍ଟର ହିମାଳାୟ ତ୍ରିପାଠୀ, ପଞ୍ଚାୟତ ସମିତି ଅଧକ୍ଷା ପ୍ରତିଭା ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ରାଉତ,ତହସିଲଦାର ଅଜୟ ମହାନ୍ତି , ବିଡିଓ ଅଜିତ ନାରାୟଣ ପ୍ରସାଦ ଗିରି , ଅତିରିକ୍ତ ଏସପି ସୁଦାକର ସାହୁ,ଏସଡିପିଓ କ୍ଷମା ସାଗର ପଣ୍ଡା,ଆଇଆଇସି ଅଜୟ କୁମାର ଜେନା ପ୍ରମୂଖ ଏହି ଉଦଘାଟନ ପର୍ବରେ  ଯୋଗ ଦେଇଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories