www.samajalive.in
Saturday, December 6, 2025
23.1 C
Bhubaneswar

ଆଖି ଅବୁଝାକୁ ଲୁହା ଅବୁଝା ନାଟକ ମଞ୍ଚସ୍ଥ

ଆଠଗଡ: ଆଠଗଡ ବ୍ଲକର କନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ରାଉତରାପୁର ଗ୍ରାମରେ ମା ଚମ୍ପାଦେଇ ଡ୍ରାମାଟିକ ଆସୋସିଏସନ ଆନୁକୂଲ୍ୟରେ ଶୁକ୍ରବାର ରାତିରେ ‘ଆଖି ବୁଝେନା କି ଲୁହ ବୁଝେନା’ ନାଟକ ପରିବେଷଣ ହୋଇଯାଇଛି । ନିର୍ଦ୍ଦେଶକ ପ୍ରାଣକୃଷ୍ଣ ପତ୍ରୀ ଓ ସହନିର୍ଦ୍ଦେଶକ ଶିଶିର କୁମାର ମହାନ୍ତିଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ନାଟକରେ ଗ୍ରାମର କଳାକାରମାନେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ମୁଗ୍ଧ କରି ଦେଇଥିଲେ। ଏହି ନାଟକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ସମ୍ମାନିତ ଅତିଥି ଭାବେ ଆଠଗଡର ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ଯ ସୁଦର୍ଶନ ସାହୁ, ଶିଳ୍ପଦ୍ୟୋଗୀ ସଞ୍ଜିବ ପତ୍ରୀ, କନ୍ଦରପୁର ସରପଞ୍ଚ କଲ୍ୟାଣୀ ଖଟୁଆ, ପୂର୍ବତନ ସମିତିସଭ୍ଯ ମାନସ ରଞ୍ଜନ ସାହୁ, ସ୍ଵତନ୍ତ୍ର ଆମନ୍ତ୍ରିତ ଅତିଥି ରୂପେ ପୂର୍ବତନ ସମିତିସଭ୍ଯ ବିକ୍ରମ ପରିଡା, ସନ୍ତୋଷ ପରିଡା, ପୂର୍ବତନ ସୈନିକ ବିଶ୍ଵଜିତ ନାୟକ, ନାଏବ ସରପଞ୍ଚ ଭୁବନାନନ୍ଦ ରାଉତ ପ୍ରମୁଖ ଯୋଗଦେଇ ଉଦବୋଧନ ମାଧ୍ୟମରେ ସ୍ଥାନୀୟ କଳାକାରଙ୍କୁ ଉତ୍ସାହିତ କରିଥିଲେ । ନରେନ୍ଦ୍ର ସାହୁ, ସୁଧାକର ରାଉତ ଓ ଦୀପ୍ତିରଞ୍ଜନ ମଲ୍ଲିକ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories