www.samajalive.in
Friday, December 5, 2025
20.1 C
Bhubaneswar

ଦିଲ୍ଲୀ ଗଲେ କଳାହାଣ୍ଡିର ୬ କରାଟେ ପ୍ରତିଯୋଗୀ

ଲାଞ୍ଜିଗଡ: ଦିଲ୍ଲୀର ଏନସିଆର ଠାରେ ଆସନ୍ତା ଡିସେମ୍ବର ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଡିଏଭି ଜାତୀୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବାକୁ କଳାହାଣ୍ଡି ଜିଲ୍ଲାର ୬ ଜଣ କରାଟେ ପ୍ରତିଯୋଗୀ ଦିଲ୍ଲୀ ଗସ୍ତ କରିଛନ୍ତି। ଏହି ପ୍ରତିଯୋଗୀ ମାନେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ସ୍ଥିତ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ହୋଇଥିବା ବେଳେ ଗତ ଅକ୍ଟୋବର ୨୦ ତାରିଖରେ ଓଡ଼ିଶାର ଝାରସୁଗୁଡା ଡିଏଭି ପବ୍ଲିକ ସ୍କୁଲଠାରେ ଜୋନାଲ ସ୍ତରୀୟ କରାଟେ ପ୍ରତିଯୋଗିତା ଅଂଶଗ୍ରହଣ କରି ବିଭିନ୍ନ ବର୍ଗରେ ୫ ଟି ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ହାସଲ କରି ଡିଏଭି ଜାତୀୟ କରାଟେ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବାଳକ ବିଭାଗର ୧୪ରୁ କମ୍ ବର୍ଷ ବର୍ଗରେ ଛାତ୍ର ପୁଷ୍ପେନ୍ଦୁ ବିଶ୍ୱାଳ, ସୌନକ ସମଦର୍ଶୀ ସାହୁ ରହିଥିବା ବେଳେ ୧୭ରୁ କମ୍ ବର୍ଷ ବର୍ଗରେ ହିତେସ କୁମାର ମହାଖୁଡ଼ ଓ ଗଙ୍ଗାଧର ମଲ୍ଲିକ ଅଛନ୍ତି।ସେହିପରି ୧୯ରୁ କମ୍ ବର୍ଷ ବର୍ଗରେ କିରନ୍ ବେମାଲ ରହିଛନ୍ତି।ସେହିପରି ବାଳିକା ବିଭାଗର ୧୭ରୁ କମ୍ ବର୍ଷ ବର୍ଗରେ ଅର୍ପିତା ବାଡ଼ତିଆ ରହିଛନ୍ତି।
ସେମାନେ ଶୁକ୍ରବାର ଦିନ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି। ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ତତ୍ତ୍ୱାବଧାନରେ ଏହି କରାଟେ ପ୍ରତିଯୋଗିମାନେ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ଶିକ୍ଷକ ବେଦପ୍ରକାଶ ଉପାଧ୍ୟାୟ ଓ ଶିକ୍ଷୟିତ୍ରୀ ପ୍ରିୟଙ୍କା ରଥଙ୍କ ସହିତ ଏହି ପ୍ରତିଯୋଗୀ ମାନେ ଦିଲ୍ଲୀ ଗସ୍ତ କରିଛନ୍ତି। କଳାହାଣ୍ଡି ଉତ୍କଳ କରାଟେ ସ୍କୁଲ ଚିଫ ଟେକନିକାଲ ଡ଼ାଇରେକ୍ଟର ସେନସେଇ ସୁରେଶ ଜାଲ ୟାଦବ, ଲାଞ୍ଜିଗଡ଼ ଉତ୍କଳ କେରାଟେ ସ୍କୁଲ କୋଚ୍ କ୍ଷମାନିଧି ମହାଖୁଡ, ଡିଏଭି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଫଳତା ପାଇଁ କାମନା କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories