www.samajalive.in
Saturday, December 13, 2025
27.1 C
Bhubaneswar

ଲିଖିତ ପ୍ରତିଶ୍ରୁତି ପରେ ଅନଶନରୁ ଓହରିଲେ ବିସ୍ଥାପିତ ପରିବାର

ରେଙ୍ଗାଲିକ୍ୟାମ୍ପ: ଅତାବିରା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ  ଜମି ପଟା  ପ୍ରଦାନ ଦାବି ନେଇ ଆମରଣ ଅନଶନରେ ବସିଥିଲେ ହୀରାକୁଦ ବିସ୍ଥାପିତ ପରିବାର।  ଦୀର୍ଘ ୬ ଘଣ୍ଟା ପରେ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ  ଧାରଣ ସ୍ଥଳରେ ପହଞ୍ଚି  ଡିସେମ୍ବର ମାସ ୩୧ ତାରିଖ ସୁଦ୍ଧା ୨୫ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଜମି ପଟ୍ଟା ପ୍ରଦାନ କରିବା ଓ ଅବଶିଷ୍ଟ ପରିବାରଙ୍କ ସମସ୍ତ କାଗଜ ପତ୍ର ଯାଞ୍ଚ ପରେ ଜାନୁଆରୀ ୫ ସୁଦ୍ଧା ପଟ୍ଟା ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ସେମାନେ  ଧାରଣାରୁ ଓହରିଥିଲେ। ଉପଜିଲ୍ଲାପାଳଙ୍କ ସହ ସହକାରୀ ଜିଲ୍ଲାପାଳ ମଦନଲାଲ ପଣ୍ଡା, ଅତିରିକ୍ତ ତହସିଲଦାର ଅଙ୍କିତ ପଣ୍ଡା ଓ ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି  ବିଶ୍ଵର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଜଳଭଣ୍ଡାର ସୃଷ୍ଟି ପାଇଁ  ବିସ୍ଥାପିତ ହୋଇଥିବା ୨୬୫୦୧ ପରିବାରଙ୍କ ମଧ୍ୟରୁ ଅଧିକାଂଶ ଆଜିଯାଏଁ ଘରଡିହ ନ ପାଇ ଯାଯାବର ଭାବରେ ରହୁଛନ୍ତି । ସେମାନଙ୍କ ମଧ୍ୟରୁ  ଅତାବିରା ତହସିଲରେ  ୧୩୦୦ ଆବେଦନ ବିଚାରାଧୀନ ରହିଥିବା ତଥା  ପୂର୍ବତନ ତହସିଲଦାର ମର୍ଗଡରିଶିକା ପତ୍ର ସଂଖ୍ୟା ୧୭୩୪ ତା ୨୧-୧-୨୦୧୪ କୁ ଭୁଲ୍ ରୂପାନ୍ତରଣ କରି ବାଟବଣା କରି ସମସ୍ୟାକୁ ଅଧିକ ଜଟିଳ କରିବା, ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର  ବିସ୍ଥାପିତ ପରିବାରଙ୍କୁ ଜମି ଦେବାପାଇଁ  ବଦ୍ଧ ପରିକର ଥିବା ବେଳେ ଅତାବିରା ତହସିଲଦାର ଏମାନଙ୍କ ପ୍ରତି ଦୃଷ୍ଟି ଦେଉନଥିବା  ତଥା ଗତ ତା ୧୨-୩-୨୦୨୪ , ପତ୍ର ସଂଖ୍ୟା ୮୦୭ର  ଆଜି ଯାଏଁ ପାଳନ ହୋଇ ନଥିବା ନେଇ ଏହି ବିସ୍ଥାପିତ ପରିବାର ଆଜି ଅମାରବ ଅନଶନକୁ ଓହ୍ଲାଇ ଥିଲେ । ଯଦି ଜାନୁଆରୀ ୧୫ ସୁଦ୍ଧା ଉପ ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶ୍ରୁତି କୁ ପାଳନ କରାନ ଯାଏ, ତେବେ ସେମାନେ ପୁଣି  ଆମରଣ ଅନଶନ କରିବେ ବୋଲି ବିସ୍ଥାପିତ କଲ୍ୟାଣ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories