www.samajalive.in
Sunday, December 14, 2025
14.1 C
Bhubaneswar

ଦାନ୍ତ ଘଷିବା ବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ସାଧାରଣତଃ ଆମେ ସବୁଦିନ ଦାନ୍ତ ଘଷିଥାଉ। ହେଲେ ଆମେ ସଠିକ୍ ଉପାୟରେ ଦାନ୍ତ ଘଷୁଛନ୍ତି କି ନାହିଁ ସେଥିପ୍ରତି ଆମର ଧ୍ୟାନ ନଥାଏ। ଯେଉଁଥିପାଇଁ ଆମ ଦାନ୍ତ ଶୀଘ୍ର ନଷ୍ଟ ହେବା ସହ ଆମକୁ ଅନେକ ଯନ୍ତ୍ରଣା ସହିବାକୁ ପଡ଼ିଥାଏ। ଦାନ୍ତକୁ ସୁସ୍ଥ ରଖିବା ପାଇଁ ଦାନ୍ତ ଘଷିବା ସମୟରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ତେବେ ଚାଲନ୍ତୁ ଜାଣିବା, ଦାନ୍ତ ଘଷିବା ବେଳେ କେଉଁ ଦିଗ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ। ଯାହାଦ୍ବାରା ଆପଣଙ୍କ ଦାନ୍ତ ମଜବୁତ୍ ଓ ସୁସ୍ଥ ରହିବ –

ଅଧିକ ଚାପ ଦେଇ ଦାନ୍ତ ଘଷନ୍ତୁ ନାହିଁ : ଜୋର୍ ଚାପ ଦେଇ ଦାନ୍ତ ଘଷିବା ଦ୍ୱାରା ଦାନ୍ତ ମାଢ଼ି ଉପରେ ଖରାପ ପ୍ରଭାବ ପଡ଼ିଥାଏ ଓ ରକ୍ତ ମଧ୍ୟ ବାହାରିଥାଏ।

- Advertisement -

ଗୋଟିଏ ବ୍ରଶ୍ କୁ ଅଧିକ ଦିନ ବ୍ୟବହାର କରନ୍ତୁ ନାହିଁ : ସାଧାରଣତଃ ପ୍ରାୟ ବ୍ୟକ୍ତି ତାଙ୍କ ବ୍ରଶ୍ କୁ ବର୍ଷ ବର୍ଷ ଧରି ବ୍ୟବହାର କରିଥାଆନ୍ତି। ଏହା ଯୋଗୁଁ ଦାନ୍ତ ମାଢ଼ି ଖରାପ ହୋଇଥାଏ ଓ ମୁହଁରେ ଦୂର୍ଗନ୍ଧ ମଧ୍ୟ ହୋଇଥାଏ। ଏଥିସହିତ ରୋଗ ସଂକ୍ରମଣ ହେବାର ଆଶଙ୍କା ଥାଏ। ତେଣୁ ବ୍ରଶ୍ କୁ ୨ରୁ ୩ ମାସ ମଧ୍ୟରେ ବଦଳାଇବା ଉଚିତ୍।

ଖୁବ୍ କମ୍ ସମୟ ଦାନ୍ତ ଘଷନ୍ତୁ ନାହିଁ : ବହୁତ ଲୋକେ ସମୟ ବଞ୍ଚାଇବା ପାଇଁ ବହୁତ କମ୍ ସମୟ ମଧ୍ୟରେ ଦାନ୍ତ ଘଷି ଦିଅନ୍ତି। ଏମିତି କରିବା ଦ୍ୱାରା ଦାନ୍ତ ଓ ମୁହଁ ଠିକ୍ ଭାବେ ସଫା ହୋଇ ନଥାଏ। ଅତି କମରେ ଦାନ୍ତ ଘଷିବା ପାଇଁ ୨ ମିନିଟ୍ ସମୟ ନିଅନ୍ତୁ, ଯାହା ନିହାତି ଆବଶ୍ୟକ।

ଠିକ୍ ଭାବେ ଜିଭକୁ ସଫା କରନ୍ତୁ : ପ୍ରାୟତଃ କିଛି ଲୋକ ଦାନ୍ତ ଘଷି ସାରିବା ପରେ ଜିଭକୁ ସଫା କରିବା ଜରୁରୀ ବୋଲି ଭାବନ୍ତି ନାହିଁ କିମ୍ବା ଭଲ ଭାବେ ଜିଭକୁ ସଫା କରନ୍ତି ନାହିଁ। ହେଲେ ଜିଭ ସଫା କରିବା ମଧ୍ୟ ଖୁବ୍ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଜିଭକୁ ପରିଷ୍କାର ରଖିବା ଦ୍ୱାରା ମୁହଁରୁ ଦୂର୍ଗନ୍ଧ ଆସି ନଥାଏ ଓ ବ୍ୟାକ୍ଟେରିଆ ମଧ୍ୟ ଚାଲିଯାଏ।

ଶୋଇବା ପୂର୍ବରୁ ଦାନ୍ତ ଘଷନ୍ତୁ : ସାଧାରଣତଃ ସମସ୍ତେ ଦିନକୁ ଥରେ କେବଳ ଦାନ୍ତ ଘଷନ୍ତି। ହେଲେ ବହୁତ ଲୋକେ ଜାଣିନଥିବେ ଯେ ଦିନକୁ ୨ ଥର ଦାନ୍ତ ଘଷିବା ଉଚିତ୍। ପ୍ରତ୍ୟେକ ଦିନ ସକାଳୁ ଉଠିବା ପରେ ଓ ରାତି ଶୋଇବା ପୂର୍ବରୁ ନିଶ୍ଚିତ ଭାବେ ଦାନ୍ତ ଘଷନ୍ତୁ। ଏହା ଦ୍ୱାରା ମୁହଁରୁ ଦୂର୍ଗନ୍ଧ ଦୂର ହେବା ସହ ଦାନ୍ତ ମଜବୁତ୍ ଓ ସୁସ୍ଥ ରହିବ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories