www.samajalive.in
Saturday, December 6, 2025
15.1 C
Bhubaneswar

ପାନୀୟ ଜଳ ସମସ୍ୟା; ବୁଡ଼ାଗୁଡାରେ ନୂତନ ବୋରୱେଲ ଖନନ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତର ୯ ଓ ୧୦ ନମ୍ବର ୱାର୍ଡରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବାରୁ ଗ୍ରାମବାସୀ, ବିଡ଼ିଓ,ତହସିଲଦାର, ଥାନା ଓ ଜିଲାପାଳଙ୍କୁ ଲିଖିତ ଦେବା ଖବର ଦୈନିକ ଖବର କାଗଜ ‘ସମାଜ’ରେ ପ୍ରକାଶ ପାଇବା ପରେ ପ୍ରଶାସନକୁ ଚେତା ପଶିଲା। ଆଜି ପ୍ରଶାସନ ପକ୍ଷରୁ ବୁଡ଼ାଗୁଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ନୂତନ ବୋରୱେଲ ଖନନ କରି ସେଥିରେ ସରଞ୍ଜାମ ଲଗାଇ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ ବୋଲି ଜଣାପଡିଛି।
ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଷ୍ଣୁ ପାଣିଗ୍ରାହୀଙ୍କୁ ପଚାରିବାରୁ ଆଜି ନୂତନ ବୋରୱେଲ ଖନନ କରାଯାଉଛି। ୱାଟର ଲେବୁଲ ଦେଖି ସେଥିରେ ସରଞ୍ଜାମ ଲଗାଇ ଦୁଇଦିନ ମଧ୍ୟରେ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ। ପୁରୁଣା ବୋରୱେଲର ଜଳସ୍ତର କମି ଯାଇଥିବା ଯୋଗୁଁ ଏହିଭଳି ସମସ୍ୟା ଦେଖା ଦେଇଥିବା କହିଛନ୍ତି। ପ୍ରକାଶ ଥାଉକି ଦୁଇଟି ୱାର୍ଡରେ ପ୍ରାୟ (୭୦୦) ଲୋକ ବସବାସ କରି ଆସୁଛନ୍ତି। ଦୀର୍ଘ ବର୍ଷ ଧରି ବିଶୁଦ୍ଧ ପାନୀୟ ଜଳ ସମ୍ମୁଖୀନ ହୋଇଥିଲେ। ପ୍ରାୟ ୨୦ ଦିନ ହେବ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯାଇଛି। ପିଇବା ପାଣି ଟୋପାଏ ପାଇଁ ବହୁ ହନ୍ତସନ୍ତ ହେବାକୁ ପଡୁଛି। ଏହାର ସମସ୍ୟା ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଷ୍ଣୁ ପାଣିଗ୍ରାହୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ସୁଧା କୌଣସି ସୁଫଳ ମିଳି ପାରିନାହିଁ। ଦିନ ବିତୁ ଥିବା ବେଳେ ଲୋକଙ୍କ ସମସ୍ୟା ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଏହାକୁ ନେଇ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମସ୍ୟାର ସମାଧାନ ନ କରାଗଲେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ ସହ ଆମରଣ ଅନଶନ ଭଳି ଚରମପନ୍ଥା ଆପଣାଇବାକୁ ବାଧ୍ୟ ହେବୁ ବୋଲି ଗାନ୍ଧୀ ସାହୁକାର,ସଞ୍ଜୟ କୁମାର ପ୍ରଧାନ, ଶମ୍ଭୁ କୁର୍ସିକା, ନୁରୁ ମହମ୍ମଦ, ଦେବରାଜ ନାୟକ, ପୁଷ୍ପାଞ୍ଜଳି ପାତ୍ର, ହରି ପ୍ରଧାନ, ମିନାରାଓ ଗାଣ୍ଟା , ସୀତାଇ ମିଣିଆକା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାର ନକଲ ଥାନା ଅଧିକାରୀ ନୀଳକଣ୍ଠ ବେହେରା ଓ ତହସିଲଦାର ରଞ୍ଜନ କୁମାର ମାନସେଠଙ୍କୁ ଦେବାପରେ ଜିଲାପାଳଙ୍କ ଗୋଚରାର୍ଥେ ପ୍ରେରଣ କରା ଯାଇଥିଲା। ଏହାକୁ ନେଇ ଆଜି ପଞ୍ଚାୟତରେ ନୂତନ ବୋରୱେଲ ଖନନ କରି ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ।

ବୃହସ୍ପତି ଚଳନ: ୧୨ ବର୍ଷ ପରେ ଶୁଭ ଯୋଗ, ୨୦୨୫ରେ ଏହି ୫ ରାଶି ହେବେ ଭାଗ୍ୟଶାଳୀ, ମାଲାମାଲ୍‌..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories