www.samajalive.in
Monday, December 15, 2025
27.1 C
Bhubaneswar

ପ୍ରତିବର୍ଷ ଜଙ୍ଗଲରେ ୫ ଦିନ ଏକୁଟିଆ ରୁହନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିବର୍ଷ ଜଙ୍ଗଲରେ ୫ ଦିନ ଏକୁଟିଆ ରୁହନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବହୁ ବର୍ଷ ଧରି ସେ ଏହି ଅଭ୍ୟାସ ଜାରି ରଖିଛନ୍ତି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଫେସ୍‍ବୁକ୍‍ ପେଜ୍‍ ‘ଦ ହ୍ୟୁମାନ୍‍ସ୍‍ ଅଫ୍‍ ବମ୍ବେ’କୁ ସାକ୍ଷାତକାର ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପ୍ରତିବର୍ଷ ଦୀପାବଳୀ ସମୟରେ ମୁଁ ଏକୁଟିଆ କୌଣସି ଏକ ଜଙ୍ଗଲକୁ ଚାଲିଯାଏ। ସେଠାରେ ପାଞ୍ଚ ଦିନ ବିତାଇବା ପରେ ଫେରିଆସେ। ଏ ବିଷୟରେ ଅନେକେ ହୁଏତ ଜାଣିନାହାନ୍ତି। ଯିବା ବେଳେ ସାଙ୍ଗରେ ପାଞ୍ଚ ଦିନ ପାଇଁ ଖାଇବା ପିଇବା ନେଇ ଯାଇଥାଏ। ସେଠାରେ ଟିଭି, ଖବର କାଗଜ, କମ୍ପ୍ୟୁଟର, ଫୋନ୍‍ କିଛି ନଥାଏ। କେବଳ ଚତୁର୍ଦ୍ଦିଗରେ ଜଙ୍ଗଲ ଓ ଝରଣାର ଶାନ୍ତ ପରିବେଶ। ସେଠାରେ ମୁଁ ଆତ୍ମଚିନ୍ତନ କରେ।’ ନିଜ ଜୀବନର ଏହି ଗୁଢ଼ ରହସ୍ୟ ଉନ୍ମୋଚନ କରିବା ସହିତ କନିଷ୍ଠମାନେ ମଧ୍ୟ ଏହି ପନ୍ଥା ଅନୁସରଣ କରିବାକୁ ମୋଦୀ ଉପଦେଶ ଦେଇଛନ୍ତି। ବର୍ତ୍ତମାନର କ୍ଷୀପ୍ର ଜୀବନଶୈଳୀରେ ଶାନ୍ତି ଓ ଆତ୍ମଚିନ୍ତନ ପାଇଁ ଏହା ନିତାନ୍ତ ଆବଶ୍ୟକ ବୋଲି ମୋଦୀ କହିଛନ୍ତି। ସେଠାରେ ହିଁ ଜଣେ ଜଗତର ବାସ୍ତବ ସତ୍ୟକୁ ଉପଲବ୍ଧ କରିପାରିବ। ଅନ୍ୟମାନେ ଆପଣଙ୍କୁ କଣ କହୁଛନ୍ତି ତାହାର ସମୀକ୍ଷା ସହିତ ନିଜକୁ ଦୃଢ଼ ପ୍ରତିଜ୍ଞ କରିପାରିବ। ଆଗାମୀ ଦିନରେ ଏହି ଉପଲବ୍ଧି ଆପଣଙ୍କ ପାଇଁ ବହୁ ଉପାଦେୟ ସାବ୍ୟସ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ନିଜ ବାଲ୍ୟଜୀବନର ସ୍ମୃତିଚାରଣ କରି ମୋଦୀ କହିଛନ୍ତି ଯେ ‘୧୭ ବର୍ଷ ବୟସରେ ମୁଁ ଘର ତ୍ୟାଗ କରି ହିମାଳୟ ଚାଲିଗଲି। ସେଠାରୁ ଫେରିବା ପରେ ମୋତେ ଲାଗିଲା ଲୋକଙ୍କ ସେବାରେ ମୁଁ ନିଜକୁ ସମର୍ପିତ କରିବା ଆବଶ୍ୟକ। ସେଠାରୁ ମୁଁ ଅହମ୍ମଦାବାଦ ଗଲି। ତାହା ଥିଲା ମୁଁ ମୋ ଜୀବନରେ ଦେଖିଥିôବା ସବୁଠାରୁ ବଡ଼ ସହର। ସେଠାକାର ଜୀବନଶୈଳୀ ଖୁବ୍‍ କ୍ଷୀପ୍ର ଥିଲା। ଶାନ୍ତି ନଥିଲା। ମୁଁ ମୋ ଦାଦାଙ୍କ କ୍ୟାଣ୍ଟିନରେ ରହି ତାଙ୍କୁ ସହାୟତା କରୁଥିଲି। ଏହାପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୂର୍ଣ୍ଣକାଳୀନ ପ୍ରଚାରକ ପାଲଟିଗଲି। ଆରଏସ୍‍ଏସ୍‍ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ ଚା’ ପରସିବା, ଘର ସଫା କରିବା ବାସନ ମାଜିବା କାମ କରିବାକୁ ପଡ଼ୁଥିଲା। ଏହି ଅବସରରେ ମୁଁ ଅନେକ ବର୍ଗର ଲୋକଙ୍କ ସହିତ ଭେଟିବାର ଓ କାମ କରିବାର ସୁଯୋଗ ପାଇଲି। ତାହା ହିଁ ମୋ ଜୀବନର ମୋଡ଼ ବଦଳାଇ ଦେଲା। ଜୀବନ କ୍ଷୀପ୍ର ହୋଇଗଲା; କିନ୍ତୁ ହିମାଳୟରୁ ପାଇଥିବା ଶାନ୍ତି ଆଉ ନଥିଲା। ସେହି ଦିନଠାରୁ ନିଷ୍ପତ୍ତି ନେଲି ବର୍ଷକରେ ଥରେ ୫ ଦିନ ଏକୁଟିଆ ରହିିବି। ବେଳେ ବେଳେ କିଛି ଲୋକ ମୋତେ ପଚାରନ୍ତି କେଉଁଠାକୁ କାହା ପାଖକୁ ଯାଉଛ? ମୁଁ ଉତ୍ତର ଦିଏ ମୋ ନିଜକୁ ଭେଟିବାକୁ।’

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories