www.samajalive.in
Sunday, December 7, 2025
26.1 C
Bhubaneswar

ଆଜି ବାତ୍ୟାରେ ପରିଣତ ହେବ ‘ଫେଙ୍ଗାଲ’ ; ଜାଣନ୍ତୁ କେଉଁଠି ରଚିବ ତାଣ୍ଡବ, ଓଡିଶାରେ କ’ଣ ରହିବ ପ୍ରଭାବ..

ନୂଆଦିଲ୍ଲୀ : ସାରା ଦେଶରେ ଦ୍ରୁତ ଗତିରେ ପାଗରେ ପରିବର୍ତ୍ତନ ହେଉଥିବା ଦେଖାଯାଉଛି । ଅନେକ ରାଜ୍ୟରେ ଘନ କୁହୁଡି ସହ ଥଣ୍ଡା ପବନ ବହୁଛି । କିଛି ରାଜ୍ୟରେ ସାମୁଦ୍ରିକ ଝଡ ‘ଫେଙ୍ଗାଲ’ ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ଅନେକ ସ୍ଥାନରେ ସାମୁଦ୍ରିକ ଝଡର ପ୍ରଭାବରେ ବର୍ଷାର ସହ ପବନ ବହିବ । ବଙ୍ଗୋପସାଗରରେ ବୁଧବାର ଗଭୀର ଅବପାତ ବାତ୍ୟାରେ ପରିଣତ ହେବାର ଅଧିକରୁ ଅଧିକ ସମ୍ଭାବନା ରହିଛି । ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ବଙ୍ଗୋପସାଗରରେ ବାତ୍ୟା ‘ଫେଙ୍ଗାଲ୍‌’ ଆଜି ସୃଷ୍ଟି ହେବା ସହ ଅବପାତ ରୂପରେ ୬ ଘଣ୍ଟା ହେଲା ୮ କିଲୋମିଟର ବେଗରେ ଗତି କରୁଛି । ଆଗାମୀ ୨ ଦିନ ମଧ୍ୟରେ ଏହା ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନାନୁସାରେ ଦକ୍ଷିଣ ଦକ୍ଷିଣପୂର୍ବ ଚେନ୍ନାଇଠାରୁ ୭୨୦ କିଲୋମିଟର ଦୂର ବାତ୍ୟାର ସ୍ଥିତି ରହିଛି । ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଉପକୂଳ ବାସୀଙ୍କୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ମତ୍ସ୍ୟଜୀବୀଙ୍କୁ ମଧ୍ୟ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

ନଭେମ୍ବର ୨୭ରେ ତାମିଲନାଡୁ, ପଣ୍ଡିଚେରୀ ସହ ଅନ୍ୟାନ୍ୟ ସ୍ଥାନରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଅନୁଯାୟୀ, ୨୮ ନଭେମ୍ବରରେ ମଧ୍ୟ ତାମିଲନାଡୁର ତଟୀୟ ଅଞ୍ଚଳରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

ବୃହସ୍ପତି ଚଳନ: ୧୨ ବର୍ଷ ପରେ ଶୁଭ ଯୋଗ, ୨୦୨୫ରେ ଏହି ୫ ରାଶି ହେବେ ଭାଗ୍ୟଶାଳୀ, ମାଲାମାଲ୍‌..

- Advertisement -

ତେବେ ଓଡିଶା ଉପରେ ଏହାର ବିଶେଷ ପ୍ରଭାବ ନଥିବା ବେଳେ ୨୮ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ୧ ତାରିଖ ଯାଏଁ କିଛି ସ୍ଥାନରେ ପାଗ କୋହଲା ରହିବା ସହ ହାଲୁକା ବର୍ଷା ହୋଇପାରେ । ଏହାର ପ୍ରଭାବରେ ଓଡିଶା ଉପକୂଳ ଓ ଦକ୍ଷିଣର କିଛି ଜିଲାରେ ବର୍ଷା ସମ୍ଭାବନା ରହିଛି। ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଶୀତ କମିବା ନେଇ ମଧ୍ୟ ଆକଳନ କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମାଲକାନଗିରିରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଏହାସହ କୋରାପୁଟ, ରାୟଗଡାର କିଛି କିଛି ସ୍ଥାନରେ ବର୍ଷା ଆକଳନ କରାଯାଇଛି।

ଜାଣନ୍ତୁ କେତେ ରହିଛି ସୁନା ଦାମ୍‌; ରାଜଧାନୀରେ ଶସ୍ତା ହେଲା ସୁନା!

ଚେନ୍ନାଇରେ ୨୭ ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସପ୍ତାହରେ ତଟୀୟ ଅଞ୍ଚଳ ଆନ୍ଧ୍ରପ୍ରଦେଶ, ରାୟଲସୀମା, କେରଳ ଆଦି ଅଞ୍ଚଳରେ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ୨୭ରୁ ୨୯ ନଭେମ୍ବର ପର୍ଯ୍ୟନ୍ତ ୫୫-୬୫ କିମି ପ୍ରତି ଘଣ୍ଟାରେ ୭୫ କିମି ପର୍ଯ୍ୟନ୍ତ ଘଣ୍ଟା ପ୍ରତି ପବନ ବହି ପାରେ ।

ସେହିପରି ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ, ଉଦ୍ଧାରକାରୀ ଦଳ ଉପସ୍ଥିିତ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ୧ ଓ ୨ ଡିସେମ୍ବରରେ ମଧ୍ୟ ଦେଖିବାକୁ ମିଳିବ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories