www.samajalive.in
Monday, December 15, 2025
27.1 C
Bhubaneswar

ଶସ୍ତା ହେବ ଆଉ ୫୦ ଜୀବନରକ୍ଷାକାରୀ ଔଷଧ

ନୂଆଦିଲ୍ଲୀ: ପ୍ରାଣଘାତୀ କର୍କଟ ରୋଗ ଉପଶମକାରୀ ଔଷଧ ସମେତ ୫୦ଟି ଜୀବନରକ୍ଷାକାରୀ ଔଷଧ ଶସ୍ତା ହେବ। ପାଇକାରୀ ଓ ଖୁଚୁରା ବିକ୍ରେତାଙ୍କ ଲାଭାଂଶ ହ୍ରାସ ଜରିଆରେ ଏହି ସବୁ ଔଷଧର ଦର ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଡ୍ରଗ୍ସ ପ୍ରାଇସ୍‍ କଣ୍ଟ୍ରୋଲ୍‍ ଅର୍ଡର ଧାରା ୧୯ ଅନୁଯାୟୀ କେନ୍ଦ୍ର ସରକାର ଯେକୌଣସି ଔଷଧରେ ବିକ୍ରେତାଙ୍କ ଲାଭାଂଶ ହ୍ରାସ କରିପାରିବେ। ଏବେ କେନ୍ଦ୍ର ସରକାର ତାଲିକାଭୁକ୍ତ ଓ ନିୟନ୍ତ୍ରିତ ଔଷଧର ଲାଭାଂଶ ପାଇକାରୀ ଓ ଖୁଚୁରା ବିକ୍ରେତାଙ୍କ ପାଇଁ ଯଥାକ୍ରମେ ୮% ଓ ୧୬% ଧାର୍ଯ୍ୟ କରିଛନ୍ତି। ଅଣତାଲିକାଭୁକ୍ତ ଔଷଧ ଉପରେ ଉତ୍ପାଦନକାରୀ ଓ ବିକ୍ରେତାଙ୍କ ମଧ୍ୟରେ ବୁ୍‍ଝାମଣା ମାଧ୍ୟମରେ ମୂଲ୍ୟ ନିର୍ଦ୍ଧାରଣ ହେଉଛି।
ଜୀବନରକ୍ଷାକାରୀ ଔଷଧକୁ ଯଥାସମ୍ଭବ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଦିଆଯାଇଥିବା ପରାମର୍ଶ ଆଧାରରେ ଉପରୋକ୍ତ ପଦକ୍ଷେପ ନିଆଯାଇଛି। ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଶସ୍ତା ହେବାକୁ ଥିବା ଔଷଧର ତାଲିକା ପ୍ରସ୍ତୁତ କରିଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories