www.samajalive.in
Saturday, December 6, 2025
16.1 C
Bhubaneswar

ଭାରତର ସମ୍ବିଧାନ ବିଶ୍ବର ସର୍ବଶ୍ରେଷ୍ଠ ଗ୍ରନ୍ଥ 

ଆଠଗଡ଼: ଆଠଗଡ଼ ଯୁବ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ମଙ୍ଗଳବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ସଂସଦର ସଭାପତି ଇଂ ଗଣେଶ୍ୱର ନାୟକଙ୍କ ସଭାପତିତ୍ବ ଏବଂ ଆବାହକ ନିରାକାର ଲେଙ୍କାଙ୍କ ସଂଯୋଜନାରେ ଆୟୋଜିତ ସାଧାରଣ ସଭାରେ ପରିବେଶବିତ୍ ତଥା ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାୟ ଯୋଗଦେଇ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ପ୍ରଣୀତ ସମ୍ୱିଧାନ ଦେଶର ପବିତ୍ର ଗ୍ରନ୍ଥ ଏବଂ ବିଶ୍ବରେ ସର୍ବଶ୍ରେଷ୍ଠ ସମ୍ବିଧାନ ବୋଲି ମତପ୍ରକାଶ କରିଥିଲେ। ଏହା କେବଳ ଦେଶର ମାନଵ ସମାଜ ନୁହଁ ବରଂ ସମସ୍ତ ଜୀଵଜଗତକୁ ଅଧିକାର ଦେଇଛି। ଏହା ଆମର ଜାତୀୟ ଏକତା ଓ ଜାତୀୟ ସଂହତି ପାଇଁ ସଂଜିଵନୀ ସଦୃଶ। ମାତ୍ର ବିଭିନ୍ନ କାରଣରୁ ଏହାର ସୁରକ୍ଷା ଆଜି ଦରକାର ହୋଇପଡିଛି l କାରଣ ବର୍ତମାନ ରାଷ୍ଟ୍ର ସମ୍ଵିଧାନ ଵର୍ଣ୍ଣିତ କର୍ତ୍ତବ୍ୟ ଭୁଲି ଦେଶର ସମ୍ପତ୍ତିରୁ ଜନସାଧାରଣଙ୍କ ମାଲିକାନାକୁ ଉଚ୍ଛେଦ କରିବାକୁ ପ୍ରୟାସ କରୁଛି ବୋଲି ଶ୍ରୀ ସାମନ୍ତରାୟ ଅଭିଯୋଗ କରିଥିଲେ। ୭୫ ବର୍ଷ ତଳୁ ଦେଶରେ ହୋଇଥିବା ଉନ୍ନୟନ କାର୍ଯ୍ୟ ଏବଂ ବିଭିନ୍ନ ସରକାରୀ ଉଦ୍ୟୋଗ ଏବେ ଘରୋଇ ସଂସ୍ଥା ହାତକୁ ଟେକି ଦିଆଯାଉଛି । ବିଶ୍ଵ ଜଳବାୟୁ ପରିବର୍ତନ ଓ ଆର୍ଥିକ ବୈଷମ୍ୟତା ଏବେ ସମଗ୍ର ବିଶ୍ବ ପାଇଁ ଆହ୍ଵାନ ଥିବା ଵେଳେ ଏବେ ଆମ ଦେଶର ସମ୍ବିଧାନ ବିପଦ ଆଡକୁ ଅଗ୍ରସର ହେଉଛି ଓ ଦେଶ ଶାସନ ନାମରେ ଦେଶର ନାଗରିକମାନଙ୍କୁ ଉପେକ୍ଷା କରାଯାଉଛି ବୋଲି ଶ୍ରୀ ସାମନ୍ତରାୟଙ୍କ ସମେତ ଅନ୍ଯ ବକ୍ତା ମତବ୍ୟକ୍ତ କରିଥିଲେ। ଏଥିରେ ଲେଖକ ଓ ସ୍ତମ୍ଭକାର ଅମୀୟ ପାଣ୍ଡବ ମୁଖ୍ୟବକ୍ତା ଓ ସର୍ବୋଚ୍ଚ ନ୍ୟାୟାଳୟର ଯୁବ ଆଇନଜୀବୀ ଆଦିତ୍ଯ ପ୍ରତାପ ସ୍ୱାଇଁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଥିଲେ। ତିଗିରିଆର ଛାତ୍ର ସଂଗଠକ ତୋଫାନ ସାମଲ, ରଶ୍ମି ରଞ୍ଜନ ନାୟକ ପ୍ରମୁଖ ସ୍ଵତନ୍ତ୍ର ଅତିଥି ଭାବେ ମଞ୍ଚାସୀନ ଥିଲେ। ଆଇନଜୀବୀ ସଞ୍ଜୟ ଦାଶ, ଓକିଲ ସଂଘ ସଭାପତି ସତ୍ୟେନ ପଣ୍ଡା , ମନୋରଞ୍ଜନ ମହାନ୍ତି ଓ ତିଗିରିଆର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭାଗିରଥି ନନ୍ଦଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଆଠଗଡ଼ ଅଞ୍ଚଳର ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଶେଷରେ ମହମ୍ମଦ ଖାଲିଦ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories