www.samajalive.in
Saturday, December 6, 2025
23.1 C
Bhubaneswar

ଆସୁଛନ୍ତି ପ୍ରଧାନମନ୍ତ୍ରୀ: ୨୯ରେ ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରୋଡ୍ ଶୋ

ଭୁବନେଶ୍ବର : ଓଡ଼ିଶାରେ ଆସନ୍ତା ୨୯ରେ ପୁଲିସ ମହାନିର୍ଦେଶକ (ଡିଜିପି)ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପି ମାନେ ଅଂଶଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି । ଉକ୍ତ ସମ୍ମିଳନୀ‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୩୦ ଏବଂ ଡିସେମ୍ବର ୧ରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ୨୯ ତାରିଖରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସାଧାରଣ ନିର୍ବାଚନ ସମୟରେ ରାଜଧାନୀରେ ଦୁଇଥର ରୋଡ ଶୋ’ କରିଥିବା ବେଳେ ପୁଣି ଥରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରୋଡ ଶୋ’ କରିବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ନେଇ ଶ୍ରୀ ସାମଲଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଶ୍ରୀ ସାମଲ କହିଛନ୍ତି, ନଭେମ୍ବର ୨୯ ମଧ୍ୟାହ୍ନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀରୁ ଆସି ଭୁବନେଶ୍ବରରେ ପହଞ୍ଚିବେ । ସେହିଦିନ ଅପରାହ୍ଣ ୪ଟା ୧୫ମିନିଟରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି, ସାଂସଦ ଏବଂ ବିଧାୟକ ଆଦି ଦଳୀୟ ନେତା ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇବେ। ବିମାନ ବନ୍ଦର ନିକଟରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରୋଡ଼ ଶୋ’ରେ ଯିବେ । ରୋଡ ଶୋ’ ପରେ ପ୍ରଧାନମନ୍ତ୍ରୀ ସେଠାରୁ ବିଜେପି କାର୍ଯ୍ୟାଳୟକୁ ଯାଇ ଦଳୀୟ ବିଧାୟକ, ସାଂସଦ ଏବଂ ପଦାଧିକାରୀଙ୍କୁ ଗୁରୁମନ୍ତ୍ର ଦେବେ । ୨ଘଣ୍ଟା ପର୍ଯ୍ୟନ୍ତ ବିଜେପି କାର୍ଯ୍ୟାଳୟରେ ରହି ଦଳୀୟ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଓ ଡିଜିପି ସମ୍ମିଳନୀ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍‌ କଟକଣା ପାଇଁ ରୂପରେଖ ପ୍ରସ୍ତୁତି କରାଯାଇଛି । ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ଯେଭଳି କୌଣସି ତ୍ରୁଟି ନହେବ ସେଥିପାଇଁ ବ୍ୟାପକ ତର୍ଜମା କରାଯାଉଛି । ଡିଜିପି ସମ୍ମିଳନୀରେ ବିଭିନ୍ନ ସୁରକ୍ଷା ସଂସ୍ଥାର ମୁଖ୍ୟମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଜାତୀୟ ଏବଂ ରାଜ୍ୟସ୍ତରରେ ଥିବା ସୁରକ୍ଷା ଜନିତ ସମସ୍ୟା ସମ୍ପର୍କରେ ଉକ୍ତ ସମ୍ମିଳନୀରେ ଆଲୋଚନା କରାଯିବ। ପ୍ରଥମ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବେ । ପରବର୍ତ୍ତୀ ଦୁଇଦିନ ପ୍ରଧାନମନ୍ତ୍ରୀ ଡିଜିପିଙ୍କୁ ମାର୍ଗଦର୍ଶନ କରାଇବା କାର୍ଯ୍ୟକ୍ରମ ରହିଛି। ସରକାରଙ୍କ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସେଠାରେ ଆଲୋଚନା କରାଯିବ । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ସମସ୍ତ ରାଜ୍ୟର ଡିଜିପି ଏବଂ ସୁରକ୍ଷା ଏଜେନ୍ସି ମୁଖ୍ୟମାନେ ଭୁବନେଶ୍ବର ଆସୁଥିବାରୁ ରାଜଧାନୀକୁ ସୌନ୍ଦର୍ଯ୍ୟକରଣ କରାଯାଉଛି ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories