www.samajalive.in
Saturday, December 13, 2025
21.1 C
Bhubaneswar

ମିଲର ଧାନ କାଟିନେବା ଘଟଣାରେ ବାସିପିଠାରେ ଚାଷୀଙ୍କ ରାଜପଥ ଅବରୋଧ

ଖୁଣ୍ଟା : ବାସିପିଠା ଲ୍ୟାମ୍ପ୍ସରେ ଚାଷୀମାନଙ୍କ ଠାରୁ ମିଲର ଅଧିକ ପରିମାଣର ଧାନ କାଟିନେଉଥିବା ଅଭିଯୋଗ କରି ଚାଷୀ ମାନେ ମଙ୍ଗଳବାର ଅପରାହ୍ନରେ ଦୀର୍ଘ ଦୁଇ ଘଣ୍ଟା କାଳ ଉଦଳା -ବାରିପଦା ୧୯ ନମ୍ବର ରାଜପଥରେ ଧାନ ବସ୍ତା ପକାଇ ଅବରୋଧ କରିଥିଲେ। ରାସ୍ତା ଅବରୋଧ ଯୋଗୁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବାଧା ପ୍ରାପ୍ତ ହୋଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ମିଲର ଆସିବାରୁ ଚାଷୀମାନେ ଆଲୋଚନା କରିବାକୁ ରାଜି ହୋଇ ରାସ୍ତାରୁ ଉଠିଥିଲେ। ମିଲର କୁଇଣ୍ଟାଲ ପିଛା ୭କେଜିରୁ ୮କେଜି ଧାନ କାଟିବାକୁ କେନ୍ଦ୍ର କରି ମିଲର ଓ ଚାଷୀମାନଙ୍କ ମଧ୍ୟରେ ଉତ୍ତେଜନାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବାରମ୍ବାର ଏକ ନିର୍ଦିଷ୍ଟ ମିଲରଙ୍କ ବିରୋଧରେ ଧାନ କାଟି ରଖିବା ଅଭିଯୋଗ ହେବା ସହିତ ଅଧିକାଂଶ ସମୟରେ ଆନ୍ଦୋଳନାତ୍ମକ ପରିସ୍ଥିତି ସୃଷ୍ଟି ହେଉଥିବା ଆଭିଯୋଗ ହେଉଛି। ଅପର ପକ୍ଷେ ବାସିପିଠା ଲ୍ୟାମ୍ପ୍ସର କର୍ମଚାରୀଙ୍କ ମଧ୍ୟରେ ପଦବୀକୁ ନେଇ ଛକା ପଞ୍ଛା ଲାଗିଥିବାରୁ ନିୟମିତ ଭାବେ ଉକ୍ତ ଲ୍ୟାମ୍ପ୍ସରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି ଯାହା ମିଲରଙ୍କୁ ସୁହାଉଛି ବୋଲି ଚାଷୀ ଅଭିଯୋଗ କରିଛନ୍ତିା ଉଚ୍ଚ କର୍ତ୍ତୃପକ୍ଷ ଚାଷୀଙ୍କ ସ୍ୱାର୍ଥ୍ୟ ରକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଦାବି ହେଉଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories