www.samajalive.in
Saturday, December 13, 2025
21.1 C
Bhubaneswar

ସିନ୍ଧିଆ-ଶିବରାଜ ରାତିଅଧିଆ ବୈଠକ

ଭୋପାଳ : ଦୀର୍ଘ ୧୫ ବର୍ଷ ପରେ ମଧ୍ୟପ୍ରଦେଶରେ କ୍ଷମତାଚ୍ୟୁତ ହୋଇଥିବା ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସମସ୍ତ ତିକ୍ତତାକୁ ପଛରେ ପକାଇ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ ରାତିଅଧିଆ ବୈଠକ କରିଛନ୍ତି। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଦଳର ନେତାଙ୍କ ମଧ୍ୟରେ ସୋମବାର ମଧ୍ୟରାତ୍ରିରେ ଅନୁଷ୍ଠିତ ଏହି ବୈଠକକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଉଭୟ ନେତା ପରସ୍ପର ସହିତ ୪୫ ମିନିଟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ ମଧ୍ୟ ଏହା କେବଳ ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ପରେ ସାମ୍ବାଦିକଙ୍କୁ କହିଛନ୍ତି। ମାତ୍ର ହଠାତ୍‌ ଏଭଳି ହାଇପ୍ରୋଫାଇଲ ବୈଠକକୁ ନେଇ ରାଜନୈତିକ ସମୀକ୍ଷକମାନେ ଭିନ୍ନ ସମୀକରଣର ଆକଳନ କରିଛନ୍ତି।
ସାଧାରଣତଃ ରାଜ୍ୟ ରାଜଧାନୀକୁ ବିଶେଷ ଯିବାଆସିବା କରୁ ନ ଥିବା ସିନ୍ଧିଆ ନିଜ ପରିବାରର ୨ ଜଣ ଘନିଷ୍ଠ ସହଯୋଗୀଙ୍କ ଶେଷକୃତ୍ୟରେ ସାମିଲ ହେବା ନିମନ୍ତେ ଭୋପାଳରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମ ଶେଷ କରିବା ପରେ ସେ ହଠାତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ। ସିନ୍ଧିଆ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତି ରାଜ୍ୟର ଉନ୍ନତି ଦିଗରେ କାର୍ଯ୍ୟ କରିବା ଉଚିତ। ଏଣୁ ସେ ସମସ୍ତ ତିକ୍ତତା ଭୁଲି ଶିବରାଜଙ୍କୁ ସାକ୍ଷାତ କରିଛନ୍ତି। ଶିବରାଜ ମଧ୍ୟ ବୈଠକ ସୌଜନ୍ୟମୂଳକ ଥିଲା ବୋଲି ଦର୍ଶାଇଛନ୍ତି। ଏପରିକି ସେ ସିନ୍ଧିଆଙ୍କୁ ତାଙ୍କ କାର ପର୍ଯ୍ୟନ୍ତ ଛାଡିବାକୁ ଆସିଥି​‌େ​‌ଲ। ମୁଖ୍ୟମନ୍ତ୍ରୀ କମଳ ନାଥ ବିଶ୍ବ ଅର୍ଥନୈତିକ ଫୋରମରେ ଯୋଗଦେବା ଲାଗି ସମ୍ପ୍ରତି ଡାଭୋସ ଗସ୍ତରେ ଅଛନ୍ତି। ରାଜ୍ୟରେ ଉଭୟ ବିଜେପି ଓ କଂଗ୍ରେସ ପରସ୍ପର ବିରୋଧରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆରୋପ ପ୍ରତିଆରୋପ କରିବାରେ ଲାଗି ପଡିଛନ୍ତି। ଏଭଳି ସ୍ଥିତିରେ ସିନ୍ଧିଆ ଓ ଶିବରାଜଙ୍କ ବୈଠକକୁ ନେଇ ଆଲୋଚନା ସ୍ବାଭାବିକ। ମାତ୍ର ବିଜେପି ଏହି ବୈଠକ ସମ୍ବନ୍ଧରେ ଭିନ୍ନ ମତ ଉପସ୍ଥାପନ କରିଛି। ରାଜ୍ୟ ସରକାରରେ ସିନ୍ଧିଆଙ୍କୁ ଉପେକ୍ଷା କରାଯିବା ପରେ ସେ ଅସନ୍ତୁଷ୍ଟ ଥିବା ଦଳ ଦର୍ଶାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ କୁହାଯାଉଥିବା ସିନ୍ଧିଆ ମୁଖ୍ୟମନ୍ତ୍ରୀ ଦୌଡରେ ଥିଲେ। ଏହି ପଦ ପାଇଁ ଦଳ କମଳନାଥଙ୍କୁ ମନୋନୀତ କରିଥିଲା। ରାଜ୍ୟରେ ବିଜେପିର ପରାଜୟ ପରେ ଶିବରାଜଙ୍କୁ ମଧ୍ୟ ଦଳରେ କୋଣଠେସା କରାଯାଇଛି।
ବିରୋଧୀ ଦଳର ନେତା ପଦ ପାଇଁ ତାଙ୍କୁ ଝୁଲାଇ ରଖାଯାଇଥିବା ବେଳେ ତାଙ୍କ ପ୍ରସ୍ତାବିତ ‘ଆଭାର ରାଲି’କୁ ଦଳ ଅନୁମତି ଦେଇ ନାହିଁ। ଦଳ ତାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରୂପେ ନିଯୁକ୍ତ କରି ରାଜ୍ୟ ରାଜନୀତିରୁ ଦୂରେଇ ରଖିଛି। ଏସବୁ ଦୃଷ୍ଟିରୁ ଉଭୟ ନେତା ନିଜ ଦଳ ମଧ୍ୟରେ ଅସନ୍ତୁଷ୍ଟ ଥିବା କୁହାଯାଉଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories