www.samajalive.in
Tuesday, December 9, 2025
15.1 C
Bhubaneswar

ହେଜବୋଲ୍ଲାର ୧୨ ମିଲିଟାରୀ କମାଣ୍ଡ ସେଣ୍ଟରକୁ ଉଡ଼ାଇଲା ଇସ୍ରାଏଲ

ସମାଜ ଡିଜିଟାଲ ଡେସ୍କ: ହେଜବୋଲ୍ଲାର ୧୨ଟି ମିଲିଟାରୀ କମାଣ୍ଡ ସେଣ୍ଟର(ସାମରିକ ଆଦେଶ କେନ୍ଦ୍ର)କୁ ଉଡ଼ାଇ ଦେଇଛି ଇସ୍ରାଏଲ। ରବିବାର ଏୟାର ଷ୍ଟ୍ରାଇକ ଜରିଆରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ଗୋଟି ଗୋଟି କରି ଏହି କେନ୍ଦ୍ରଗୁଡ଼ିକୁ ଚିହ୍ନଟ କରିବା ସହିତ ଆକାଶ ମାର୍ଗରୁ ବୋମା ବର୍ଷଣ କରି ସେଗୁଡ଼ିକୁ ଧ୍ବଂସ କରିଦେଇଛନ୍ତି। ଏସବୁ କମାଣ୍ଡ ସେଣ୍ଟର ବେରୁଟର ଦହିୟେ ଅଞ୍ଚଳରେ ରହିଥିଲା। ହେଜବୋଲ୍ଲାର ଗୁଇନ୍ଦା ଶାଖା ଏସବୁ ସାମରିକ ଆଦେଶ କେନ୍ଦ୍ରକୁ ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ଯୋଜନା ଏବଂ କାର୍ଯ୍ୟକାରିତା ପାଇଁ ବ୍ୟବହାର କରୁଥିଲା ବୋଲି ଆଇଡିଏଫ କହିଛି।

ଆଇଡିଏଫ ଏହି ଅପରେସନ ସମ୍ପର୍କରେ କହିଛି ଯେ, ଏହାର ଯୁଦ୍ଧ ବିମାନଗୁଡ଼ିକ ଦହିୟେରେ ଥିବା ହେଜବୋଲ୍ଲାର ଗୁରୁତ୍ଵପୂର୍ଣ୍ଣ ମୁଖ୍ୟାଳୟଗୁଡ଼ିକୁ ଟାର୍ଗେଟ କରି ସେଗୁଡ଼ିକୁ ଧ୍ବଂସ କରିଦେଇଛନ୍ତି। ଯାହାଫଳରେ ହେଜବୋଲ୍ଲାର ଆକ୍ରମଣ ଦକ୍ଷତାକୁ ଦୁର୍ବଳ କରିଦିଆଯାଇପାରିବ। ବେରୁଟରେ ହେଜବୋଲ୍ଲାର ଅସ୍ତ୍ରାଗାର ଏବଂ ଅସ୍ତ୍ରଶସ୍ତ୍ର ନିର୍ମାଣ ହେଉଥିବା ସ୍ଥଳକୁ ବି ଟାର୍ଗେଟ କରାଯାଇଆସୁଛି। ଆକ୍ରମଣ ପୂର୍ବରୁ ଜନସାଧାରଣକୁ ଯେପରି କୌଣସି ପ୍ରକାର କ୍ଷତି ନ ପହଞ୍ଚିବ ସେଥିଲାଗି ଅନେକ ପଦକ୍ଷେପ ନିଆଯାଉଥିବା ଆଇଡିଏଫ କହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories