www.samajalive.in
Monday, December 15, 2025
16.1 C
Bhubaneswar

ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ବିଭିନ୍ନ ଦାବି ବିଷୟରେ ଗଣଶିକ୍ଷା ସଚିବଙ୍କ ଗୁରତ୍ୱପୂର୍ଣ୍ଣ ଆଲୋଚନା

ଭୁବନେଶ୍ୱର : ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଦେଢଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମୁଖ୍ୟ ଦାବି ବିଷୟରେ ଅଲ୍ ଓଡ଼ିଶା ପ୍ରାଇମେରୀ ଶିକ୍ଷକ ସଂଘ (ନୂତନ ପେନସନଭୁକ୍ତ)ର ଗୁରୁତ୍ୱପୂର୍ଣ୍ଣ ଦାବି ବିଷୟରେ ସୋମବାର ଦିବା ୧୨.୪୫ ମିନିଟ୍ ସମୟରେ ଲୋକସେବା ଭବନରେ ଗଣଶିକ୍ଷା ସଚିବଙ୍କ ପ୍ରକୋଷ୍ଠରେ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଗଣଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର, ସ୍ୱତନ୍ତ୍ର ସଚିବ ଯଦୁନାଥ ପଟ୍ଟନାୟକ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ପ୍ରାଥମିକ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ମାଟ୍ରିକ ସିଟି ପୋଷ୍ଟରୁ +୨ ସିଟି ପୋଷ୍ଟକୁ ଅପଗ୍ରେଡ଼ କରିବା ସହିତ ୪୨୦୦ ଗ୍ରେଡ୍ ପେ ବା ଓଆରଏସ୍ପି ନିୟମ-୨୦୧୭ ପ୍ରକାରେ ମୂଳ ଦରମା ବା ଲେବୁଲ୍-୯ରେ ୩୫,୪୦୦ ଟଙ୍କାରେ ଦରମା ପ୍ରଦାନ ଏବଂ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ନିଯୁକ୍ତି ଉଚ୍ଛେଦ ସହିତ ୬ ବର୍ଷ ଠିକା କାର୍ଯ୍ୟକାଳକୁ ମୂଳ ·କିରିରେ ଗଣନା କରିବା, ପଦୋନ୍ନତିକୁ ସରଳୀକରଣ କରି କାର୍ଯ୍ୟରେ ତ୍ୱରାନ୍ୱିତ କରିବା ସହିତ ପୁରୁଣା ପେନସନ ପୁନଃ ପ୍ରଚଳନ କରିବା ଆଦି ଦୁଇଦଫା ଦାବି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ପରେ ଗଣଶିକ୍ଷା ସଚିବ ସରକାରଙ୍କ ସହିତ ଏ ବିଷୟରେ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

- Advertisement -

ଉକ୍ତ ଦୁଇଦଫା ଦାବି ଅବିଳମ୍ବେ ପୂରଣ କରିବାକୁ ରାଜ୍ୟସଂଘ ତରଫରୁ ଗଣଶିକ୍ଷା ସଚିବଙ୍କୁ ଅନୁରୋଧ କରାଯାଇଥିଲା। ଯଦି ଦୁଇଦଫା ଦାବିକୁ ପୂରଣ କରାଯିବାରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତେବେ ଆଗାମୀ ଦିନରେ ସମସ୍ତ ଏନ୍ପିଏସ୍ ବର୍ଗର ଶିକ୍ଷକସଂଘ ମାନଙ୍କୁ ଏକାଠି କରି ତୃଣମୂଳସ୍ତରରୁ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଜୋରଦାର କରାଯିବ ଯିବ ବୋଲି ରାଜ୍ୟ ସଭାପତି ସୁଶାନ୍ତ କୁମାର ବେହେରା ଏବଂ ସମ୍ପାଦକ ବଙ୍କିମ ଚନ୍ଦ୍ର ସାଗର ସୂଚନା ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଉତ୍ତମ କୁମାର ଦାସ, ଜାମିନୀକାନ୍ତ ପଣ୍ଡା, ସୁରେନ୍ଦ୍ର ରାଉତ, ସୋମନାଥ ଗରଡ଼, ରମେଶ ଚନ୍ଦ୍ର ବେହେରା, ଗୋପାଳ ସ୍ୱାଇଁ, ରଘୁନାଥ ପୁରୀ, ପଦ୍ମଲୋଚନ ନାୟକ, ସନ୍ଦୀପ୍ତ ନାୟକ, କବିତା ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories