ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ..

୨୭ରୁ ୨୯ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା : ପାଣିପାଗ ବିଭାଗର ସୂଚନା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣରୁ ବର୍ଷା..

ଆଜିଠୁ ସଂସଦର ଶୀତ ଅଧିବେଶନ: ଆଦାନୀ ବିରୋଧରେ ଆମେରିକାରେ ମାମଲା, ମଣିପୁର ହିଂସା ଓ ଓ୍ବାକଫ୍ ବିଲକୁ ପ୍ରସଙ୍ଗରେ ଘେରାଉ ପାଇଁ ବିରୋଧୀଙ୍କ ସଜବାଜ, କାଉଣ୍ଟର ଲାଗି ତୟାର ଶାସକ ଦଳ, ଡିସେମ୍ବର ୨୦ ଯାଏଁ ଚାଲିବ ସେସନ୍, ଉପସ୍ଥାପନ ହେବ ୧୫ରୁ ଅଧିକ ବିଲ୍..

ଶୀତକାଳୀନ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦବୋଧନ : ସମ୍ବିଧାନର ୭୫ ବର୍ଷରେ ଆମେ ପ୍ରବେଶ କରିଛୁ , ନୂଆ ସାଂସଦ ମାନେ ନୂଆ ଆଶା ନେଇ କାମ କରିବାକୁ ଆସିଛନ୍ତି , ଅନେକ ସମସ୍ୟା ରହିଛି , ଅନେକ ବିଷୟରେ ଆଲୋଚନା କରିବାର ଅଛି..

୨୭ ନଭେମ୍ବରରେ ସୂର୍ଯ୍ୟ-ମଙ୍ଗଳଙ୍କ ଅତ୍ୟନ୍ତ ଶୁଭ ଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ମାଲାମାଲ୍‌..

କିଛି ସାଂସଦ ଲୋକଙ୍କ ଭାବନାକୁ ବୁଝନ୍ତିନି, ତାଙ୍କ ଦାୟିତ୍ଵ ଭୁଲିଯାନ୍ତି , ସେଥିପାଇଁ ଜନତା ତାଙ୍କୁ ବାରମ୍ବର ଅସ୍ଵୀକାର କରିଛନ୍ତି
ସଂସଦରେ ଚାଲିଥିବା ଚର୍ଚ୍ଚାରେ ସାମିଲ ହୁଅନ୍ତୁ , ହଙ୍ଗାମା କରନ୍ତୁନି, ସମସ୍ତ ଦଳର ନୂଆ ସାଂସଦଙ୍କୁ କହିବାକୁ ସୁଯୋଗ ମିଳୁ
ଆଶା କରୁଛି ଏହି ଅଧିବେଶନ ଅତ୍ୟନ୍ତ ଭଲ ହେଉ: ପ୍ରଧାନମନ୍ତ୍ରୀ..

୨୬ରୁ ବିଧାନସଭା ଶୀତକାଳୀନ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ..ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଆରମ୍ଭ : ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା ପ୍ରମୂଖ ଉପସ୍ଥିତ, ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଶୀତକାଳୀନ ଅଧିବେଶନ..

ବାଂଲାଦେଶୀ ଯୁବତୀଙ୍କ ସେକ୍ସ ରାକେଟ୍ ଅଭିଯୋଗ ଘଟଣାରେ କଟକ ଦଲାଲ ଦମ୍ପତି ଗିରଫ, ଭଡା ଘର ମାଲିକଙ୍କୁ ବି ପଚରାଉଚରା କରୁଛି ମଧୁପାଟଣା ପୁଲିସ୍..

ନୂଆପଡା ଜୁଙ୍କ ଥାନା ଅନ୍ତର୍ଗତ ଜୁଆ ଆଡ୍ଡା ଠାବ ଘଟଣାରେ ପୁଲିସ ଡିଜିଙ୍କ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ଆଇଆଇସି ସସପେଣ୍ଡ , ଶନିବାର ଧରାପଡିଥିଲେ ୮୧ ଜୁଆଡି, ଜବତ ହୋଇଥିଲା ୨୯ ଲକ୍ଷ ଟଙ୍କା..

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ , ଯାଜପୁରରେ ପହଞ୍ଚିଲା ଡିଏସପିଙ୍କ ନେତୃତ୍ଵରେ ୬ ଜଣିଆ ଟିମ୍ , ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ସହ ରାସ୍ତାରୋକ ଏବଂ ଟାଉନ୍ ଥାନା ଘେରାଉର ହେବ ଖୋଳତାଡ..

ଦେଖନ୍ତୁ ଭିଡିଓ; ଚଳନ୍ତା ଟ୍ରେନ୍‌ରେ ଯାତ୍ରୀଙ୍କର ହେଲା ହୃଦଘାତ, ଦେବଦୂତ ସାଜିଲେ ଟିଟିଇ, ଏମିତି ବଞ୍ଚାଇଲେ ଜୀବନ..

ଶିମିଳିପାଳର ଉତ୍ତର ଡିଭିଜନ୍ କୋର୍ ଏରିଆରେ ଗଲା ବାଘୁଣୀ ଜିନ୍ନତ , ଏନକ୍ଲୋଜରରୁ ବାହାରିବା ପରେ ଗଲା ଘଞ୍ଚ ଜଙ୍ଗଲକୁ, ୨୪ ଘଣ୍ଟିଆ ମନିଟରିଂରେ ରହିବ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ..

ଉତ୍ତରପ୍ରଦେଶ ଜାମା ମସଜିଦରେ ସର୍ଭେ ସମୟରେ ହିଂସାକାଣ୍ଡ : ପଥରମାଡରେ ୪ ମୃତ, ୩୦ରୁ ଉର୍ଦ୍ଧ୍ୱ ଲୋକ ଆହତ, ୨୦ ଗିରଫ, ଇଣ୍ଟରନେଟ୍ ସେବା ବନ୍ଦ..

 

Comments are closed.