କେମିତି କଟିବ ଏହି ସପ୍ତାହ: ସାପ୍ତାହିକ ରାଶିଫଳ
ମେଷ : ରବିବାର ଓ ସୋମବାର କର୍ମ ଅନୁରୂପ ଫଳ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ବ୍ୟାପକ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଯତ୍ନଶୀଳ ହେବେ। ଜଗିରଖି ଚଳିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶୁକ୍ରବାର ଓ ଶନିବାର ପ୍ରତିଷ୍ଠାଯୁକ୍ତ ହେବେ। ଦାମ୍ପତ୍ୟରେ ଆନନ୍ଦ ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଲକ୍ଷ୍ମୀ ମନ୍ତ୍ର ଜପ କରନ୍ତୁ।
ବୃଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଚାହଁୁଥିବା ଦିଗରୁ ଅର୍ଥ ଲାଭ ହେବ। ବୁଧବାର ଓ ଗୁରୁବାର ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଯଶ, ମାନ, ଗୌରବ ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶତ୍ରୁ ଦ୍ବାରା ପରାଭୂତ ହୋଇପାରନ୍ତି। ଧୈର୍ଯ୍ୟବାନ ହେବେ। କାର୍ଯ୍ୟକ୍ଷେତ୍ରରେ ଜଗିରଖି ଚଳିବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମିଥୁନ : ରବିବାର ଓ ସୋମବାର କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ ହେବ। ନୂତନ ନିଯୁକ୍ତି ମିଳିବାର ସମ୍ଭାବନା ଅଛି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଯୋଜନା ଅନୁସାରେ କାର୍ଯ୍ୟ କରି ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପାରିବାରିକ ଆନନ୍ଦ ଲାଭ ହେବ। ଶୁକ୍ରବାର ଓ ଶନିବାର ଚାହୁଁଥିବା ଦିଗରୁ ଅର୍ଥପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀନାରାୟଣ କବଚ ପାଠ କରନ୍ତୁ।
କର୍କଟ:ରବିବାର ଓ ସୋମବାର କର୍ମକ୍ଷେତ୍ରରେ ସାବଧାନତା ଅବଲମ୍ବନୀୟ। ସାମାନ୍ୟ ତ୍ରୁଟି ଅସୁବିଧାରେ ପକାଇପାରେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟରେ ପରିବର୍ତ୍ତନ ଆସିବ। କର୍ମ ଅନୁସାରେ ଫଳପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ପ୍ରତିଷ୍ଠାଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ କବଚ ପାଠ କରନ୍ତୁ।
ସିଂହ : ରବିବାର ଓ ସୋମବାର ପ୍ରେମରେ ସଫଳତା ଲାଭ କରିବେ। ଦାମ୍ପତ୍ୟରେ ଆନନ୍ଦ ପ୍ରାପ୍ତ କରିବେ। ସ୍ତ୍ରୀ ହେତୁକ ଧନଲାଭ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ପଡ଼ୋଶୀଙ୍କ ସହିତ କଳହ ହୋଇପାରେ। ଶୁକ୍ରବାର ଓ ଶନିବାର ଭାଗ୍ୟବାଦୀ ହେବେ। ମହିଳା ଓ ବିଦ୍ୟାର୍ଥୀ କର୍ମପ୍ରିୟ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ। କର୍ମପ୍ରିୟ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।
କନ୍ୟା:ରବିବାର ଓ ସୋମବାର ଯୋଜନା ଅନୁସାରେ କାର୍ଯ୍ୟକରି ଶତ୍ରୁକୁ ପରାସ୍ତ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପାରିବାରିକ ଶାନ୍ତି ଲାଭ ହେବ। ପ୍ରେମରେ ସଫଳତା ଲାଭ ହେବ। ଆର୍ଥିକ ଅନଟନ ଦୂରହେବ। ଶୁକ୍ରବାର ଓ ଶନିବାର ଜଗିରଖି ଚଳିବେ। ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଗଣେଶ ପୂଜା କରନ୍ତୁ ଓ ଗରିବଙ୍କୁ ଅନ୍ନଦାନ କରନ୍ତୁ।
ତୁଳା:ରବିବାର ଓ ସୋମବାର ସନ୍ତାନ ହେତୁକ ସମସ୍ୟା ଦୂରୀଭୂତ। ଦୂରଯାତ୍ରା କରିପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ଶତ୍ରୁଠାରୁ ଦୂରେଇ ରହିବା ଭଲ। ଆର୍ଥିକ ସ୍ଥିତି ମଧ୍ୟମ ରହିବ। ସୃଜନଶୀଳ ହେବେ। ଶୁକ୍ରବାର ଓ ଶନିବାର ଦାମ୍ପତ୍ୟରେ ସହଯୋଗ ପ୍ରାପ୍ତ ହେବ। ପ୍ରେମ ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀରୁଦ୍ରାଷ୍ଟକ ପାଠ କରନ୍ତୁ।
ବିଛା: ରବିବାର ଓ ସୋମବାର ସମ୍ବେଦନଶୀଳ ହେବେ। ବୁଝିବିଚାରି କାର୍ଯ୍ୟକଲେ ବିଳମ୍ବରେ ସଫଳତା ମିଳିବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। କ୍ରିୟାଶୀଳ ହେବେ। ନୂତନ ବିବାହିତ ଦମ୍ପତ୍ତି ସନ୍ତାନ ଲାଭ କରିପାରନ୍ତି। ଅର୍ଥ ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ଦୂରଯାତ୍ରା କରିପାରନ୍ତି। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀବଗଳାମୁଖୀ କବଚ ପାଠ କରନ୍ତୁ।
ଧନୁ: ରବିବାର ଓ ସୋମବାର ଭାଇଙ୍କ ସହଯୋଗ ପ୍ରାପ୍ତ ହେବ। ପରମ୍ପରାବାଦୀ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିବ। ଜମିବାଡ଼ି କିଣାବିକାଠାରୁ ଦୂରେଇ ରହିବା ଭଲ। ଶୁକ୍ରବାର ଓ ଶନିବାର କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବେ। ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ଆସିବ। ଅର୍ଥଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମ ଅନୁରୂପ ଫଳପ୍ରାପ୍ତ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀତାରାକବଚ ପାଠ କରନ୍ତୁ।
ମକର: ରବିବାର ଓ ସୋମବାର ଜଗିରଖି ଚଳିବା ଉଚିତ। ଯାନବାହାନ ଜନିତ ସମସ୍ୟା ଦେଖାଦେଇପାରେ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେବ। ମଙ୍ଗଳବାରଠାରୁ ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁକ୍ରବାର ଓ ଶନିବାର ସାବଧାନତା ଅବଲମ୍ବନୀୟ ବିବାଦଯୁକ୍ତ ହୋଇପାରନ୍ତି। ବାକ୍ ସଂଯମତା ଲୋଡ଼ା। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପ୍ରାପ୍ତ ଅଟେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଶନୈଶ୍ଚର କବଚ ପାଠ କରନ୍ତୁ। କୁମ୍ଭ:ରବିବାର ଓ ସୋମବାର ସଫଳତା ଲାଭ କରିବେ। ନୂତନ ନିଯୁକ୍ତି ମିିଳିପାରେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଦୂରଯାତ୍ରା କରିବା ଉଚିତ ନୁହେଁ । ଆର୍ଥିକ ସ୍ଥିତି ଚିନ୍ତାଜନକ ରହିବ। ଶୁକ୍ରବାର ଓ ଶନିବାର ଆନନ୍ଦ ଚିତ୍ତ ହେବେ। ଦୂରଯାତ୍ରା କରିପାରନ୍ତି। ଦେବ ଦର୍ଶନରେ ଆନନ୍ଦପ୍ରାୟ ହେବ। ମହିଳା ଓ ବିଦ୍ୟାର୍ଥୀ ଆନନ୍ଦଚିତ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀକାଳୀ କବଚ ପଢ଼ନ୍ତୁ।
ମୀନ : ରବିବାର ଓ ସୋମବାର ଅବସାଦ ଦେଖା ଦେଇପାରେ। ଅଯଥା ଚିନ୍ତାରେ ଭାରକ୍ରାନ୍ତ ହେବେ। ସାମାନ୍ୟ ଅସୁସ୍ଥତା ଦେଖାଦେଇପାରେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମରେ ସଫଳତା, ବ୍ୟବସାୟରେ ଲାଭ ତଥା ସାମାଜିକ ପ୍ରତିଷ୍ଠା ଲାଭ ହେବ। ଶୁକ୍ରବାର ଓ ଶନିବାର ଋଣଯୁକ୍ତ ହୋଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ କର୍ମ ଅନୁରୂପ ଫଳପ୍ରାପ୍ତ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଦୁର୍ଗା ସହସ୍ରନାମ ପାଠ କରନ୍ତୁ।
Comments are closed.