www.samajalive.in
Monday, December 15, 2025
16.1 C
Bhubaneswar

ମହାରାଷ୍ଟ୍ରରେ ଫଡନବୀସ, ସିନ୍ଦେ, ଆଦିତ୍ୟ ଠାକରେ ଆଗୁଆ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ର ନିର୍ବାଚନର ଭୋଟ ଗଣତି ଜାରି ରହିଥିବାବେଳେ ୩ ହେଭିଓ୍ବେଟ ନେତା ଆଗରେ ରହିଛନ୍ତି। ବିଜେପି ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ନାଗପୁର ସାଉଥ ଓ୍ବେଷ୍ଟ ଆସନରେ ଆଗୁଆ ରହିଛନ୍ତି। ୧୧ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ସେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ବିନୋଦରାଓ ଗୁଦାଢେଙ୍କଠାରୁ ୧୭ ହଜାର ୬୦୪ ଭୋଟରେ ଆଗରେ ଅଛନ୍ତି। ସେହିପରି କୋପରି ପଚପାଖଡ଼ି ଆସନରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଗ​‌ରେ ଅଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ତଥା ଶିବସେନା ୟୁବିଟି ପ୍ରାର୍ଥୀ କେଦାର ପ୍ରକାଶ ଡିଘେଙ୍କଠାରୁ ୪୧ ହଜାର ୯୩ ଭୋଟରେ ଆଗରେ ରହିଛନ୍ତି। ଅନ୍ୟପଟେ ଶିବସେନା ୟୁବିଟି ପ୍ରାର୍ଥୀ ଆଦିତ୍ୟ ଠାକରେ ମୁମ୍ବଇର ଓ୍ବର୍ଲି ଆସନରେ ଆଗୁଆ ଅଛନ୍ତି। ଏହି ଆସନରେ କଡ଼ା ପ୍ରତିଦ୍ଵନ୍ଦ୍ଵିତା ହେଉଛି। ୭ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ଆଦିତ୍ୟ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ତଥା ଶିବସେନା ପ୍ରାର୍ଥୀ ମିଲିନ୍ଦ ଦେଓରାଙ୍କଠାରୁ ୧୦୪୭ ଭୋଟରେ ଆଗରେ ରହିଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories