www.samajalive.in
Sunday, December 14, 2025
19.1 C
Bhubaneswar

ବ୍ଳକ ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ

ସିମୁଳିଆ: ମାର୍କୋଣା ସ୍ଥିତ ରଘୁନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ୯୧ଗୋଟି ପ୍ରକଳ୍ପ ପ୍ରଦର୍ଶିତ । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲା ସିମୁଳିଆ ବ୍ଳକ ରଘୁନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ଶିକ୍ଷାଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକଙ୍କ ଅଧ୍ୟକ୍ଷତାରେ ବ୍ଳକ ସ୍ତରୀୟ ବିଜ୍ଞାନ ପ୍ରକଳ୍ପକୁ ମୁଖ୍ୟଅତିଥି ଭାବେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗଦେଇ ଜଗନ୍ନାଥ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବ୍ଳକ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ବିଆରସିସି ଅଜୟ କୁମାର ପଣ୍ଡା, ବିଦ୍ୟାଧର ମହାଳିକ, ବ୍ଳକ ବିଜ୍ଞାନ ସଂଯୋଜକ ଚିତ୍ତରଞ୍ଜନ ମହାନ୍ତି, ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଣ୍ଡରାଇ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୂର୍ଯ୍ୟମଣି ବୋଇତି ମଞ୍ଚ ପରିଚାଳନା କରିଥିଲେ । ଏହି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ୯୧ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।

- Advertisement -

ସେଥି ମଧ୍ୟରୁ ୭ଜଣ ସର୍ବାଣୀ ନାୟକ, ସୁଚିସ୍ମିତା ସାହୁ,ପ୍ରିୟଙ୍କା ଦାସ,ଓମ ପ୍ରକାଶ ପାଡି, ଖୁସି ପ୍ରଧାନ, ଚନ୍ଦନ ଓଝା, ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ ପ୍ରମୁଖ କୁନି ବୈଜ୍ଞାନିକକୁ ଜିଲ୍ଲା ସ୍ତରୀୟ ନିମନ୍ତେ ଚୟନ କରାଯାଇଛି । ବିଚାରକ ଭାବେ ଶିକ୍ଷକ ନିରଞ୍ଜନ ନାୟକ ଓ ରଞ୍ଜନ କୁମାର ଦାସ କାର୍ଯ୍ୟ ତୁଲାଇଥିଲେ । ଶେଷରେ ଉଦଯାପନି ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ଳକ ଶିକ୍ଷାଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ଯୋଗଦେଇ ସମସ୍ତ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଏହି ମଞ୍ଚରେ ରାଜ୍ୟ ସରକାରଙ୍କ ନୂତନ କରି ଶିକ୍ଷକ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୁଖ୍ୟଅତିଥି ବିଧାୟକ ଶ୍ରୀ ପଣ୍ଡା ଓ ବ୍ଳକ ଶିକ୍ଷାଅଧିକାରୀ ଶ୍ରୀ ମହାଳିକ ସିମୁଳିଆ ବ୍ଲକରେ ନୂତନ କରି ନିଯୁକ୍ତି ପାଇଥିବା ୪୮ଜଣଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଉତ୍ତମ ଶିକ୍ଷା ପ୍ରଦାନ କରିବାକୁ ଆହ୍ୱାନ କରିଥିଲେ ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories