www.samajalive.in
Saturday, December 6, 2025
16.1 C
Bhubaneswar

ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଜିଲାପାଳଙ୍କୁ ଦାବିପତ୍ର

ସମ୍ବଲପୁର: ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ.୧ ଖୋଲିବା ଏବଂ ବନ୍ଦ ହେବା ସମୟରେ ଗୁରୁତର ଟ୍ରାଫିକ୍ ସମସ୍ୟା ପରିଲକ୍ଷିତ ହେଉଛି ଓ ପ୍ରତ୍ୟହ ଦୁର୍ଘଟଣାରେ ଛାତ୍ର ଛାତ୍ରୀ ଆହତ ମଧ୍ୟ ହେଉଛନ୍ତି। ଏହି ବିଦ୍ୟାଳୟ ଦେଇ ଯାଉଥିବା ରାସ୍ତା ଅଇଁଠାପାଲି, ବରେଇପାଲି, ଚେରୁଆପଡା, ଫାର୍ମ ରୋଡ୍, କ୍ଷେତରାଜପୁର, ମୋଦିପଡା ଭଳି ବହୁ ଜନବହୁଳ ଅଞ୍ଚଳକୁ ସଂଯୋଗ କରିବା ବ୍ୟତିତ ରେଳ ଷ୍ଟେସନ ଏବଂ ଜାତୀୟ ରାଜପଥ କୁ ମଧ୍ୟ ଏହା ସଂଯୋଗ କରୁଛି। ଏହି ରାସ୍ତାରେ ଗୁରୁ ନାନକ ପବ୍ଲିକ୍ ସ୍କୁଲ୍, ବିକାଶ ପ୍ରଥମ ଷ୍ଟେପ୍ ସ୍କୁଲ୍, ବିକାଶ ହସ୍ପିଟାଲ ରହିଥିବା ବେଳେ ଆହୁରି ଅନେକ ବିଦ୍ୟାଳୟ ଗୁଡିକର ଯାନବାହାନ ମଧ୍ୟ ଯାତାୟତ କରୁଛି। ଫଳରେ ବିଦ୍ୟାଳୟ ଖୋଲିବା ଏବଂ ବନ୍ଦ ହେବା ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ସଂଖ୍ୟା ବହୁ ଗୁଣିତ ଦିନକୁ ଦିନ ହେଉଛି ଓ ଜନଗହଳିପୁର୍ଣ ଏହି ରାସ୍ତା ଦେଇ ଭାରୀ ଯାନ ଚଳାଚଳ ସମସ୍ତଙ୍କୁ ସମ୍ଭାବ୍ୟ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ବିଦ୍ୟାଳୟ ସକାଳ ୭ ଟାରେ ଖୋଲାଯାଏ ଏବଂ ଦିବା ୧. ୪୦ ମି. ସମୟରେରେ ବନ୍ଦ ହୋଇଥାଏ। ମାସର ଶେଷ କାର୍ଯ୍ୟ ଦିବସ ଦିନ ବିଦ୍ୟାଳୟ ଘ. ୧୦. ୩୦ମି ସମୟରେରେ ବନ୍ଦ ହୋଇଥାଏ। ଏଣୁ ବିଦ୍ୟାଳୟ ଖୋଲିବା ଏବଂ ବନ୍ଦ ହେବା ସମୟରେ ଭାରୀ ଯାନ ଡମ୍ପର୍, ଟ୍ରାକ୍ଟର, ଟ୍ରକ୍, ହାଇଭା, ମ୍ୟାଟାଡୋର ଇତ୍ୟାଦି ଚଳାଚଳ ଉପରେ ପ୍ରତିବନ୍ଧକ ପାଇଁ ଜିଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କୁ ବୁଧବାର ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ପତ୍ର ଗ୍ରହଣ କରି ଜିଲାପାଳ ଶ୍ରୀ ବୋନ୍ଦର ତୁରନ୍ତ ବିଦ୍ୟାଳୟ ସମ୍ଭୁଖ ରେ ସ୍ପିଡ଼ ବ୍ରେକର ଲଗାଇବା, ବିଦ୍ୟାଳୟ ସମ୍ଭୁଖ ଭାଗ ଦେଇ ଯାଇଥିବା ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିଦ୍ୟୁତ ତାର ର ସ୍ଥାୟୀ ସମାଧାନ କରିବା, ବିଦ୍ୟାଳୟ ଖୋଲିବା ଏବଂ ବନ୍ଦ ହେବା ସମୟରେ ଟ୍ରାଫିକ ପ୍ରତିବନ୍ଧକ ଲଗାଇବାକୁ ଅଭିଭାବକ ସଂଘ ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଓ ଅଭିଭାବକ ସଂଘ ର ସଭାପତି ସରୋଜ ଦେଓଙ୍କ ନେତୃତ୍ୱରେ ଏହି ଦାବି ପତ୍ର ପ୍ରଦାନ ସମୟରେ ଅଭିଭାବକ ସଞ୍ଜୟ ବାବୁ, ସରୋଜ ସାହୁ, ଦୁଲାଲ ଚନ୍ଦ୍ର ରାୟ, ଶ୍ରୀମନ୍ତ ପଣ୍ଡା, ସୁବାଷ ଶତପଥି, ଗୌତମ ମିଶ୍ର ପ୍ରମୁଖ ସାମିଲ ଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories