www.samajalive.in
Monday, December 8, 2025
14.1 C
Bhubaneswar

ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କୁସୁମି ଅଞ୍ଚଳରେ କାର୍ଯ୍ୟରତ ବିଦ୍ୟୁତ ବିଭାଗ ସୁପରଭାଇଜରଙ୍କୁ କାତିରେ ଆକ୍ରମଣ ମାମଲାରେ ସଂପୃକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ଜଣେ ଅଭ୍ୟାସଗତ ଶିକାରୀ ବୁଡ଼ୁ ଦାସ ଏବଂ ତା’ ଘର ସିଙ୍ଗିବାଡିରେ ବୋଲି ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ଗତ ୧୮ ତାରିଖ ରାତିରେ ମହୁଡା ଫିଡରରେ ବାରମ୍ବାର ଟ୍ରିପ ହେବାରୁ ବିଦ୍ୟୁତ ବିଭାଗ ସୁପରଭାଇଜର ପ୍ରଦ୍ୟୁମ୍ନ କୁମାର ଜେନା ଓ ଅନ୍ୟ ୩ ଜଣ କର୍ମଚାରୀ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଝାଡବାଙ୍କଠାରେ ବାରହା ଶିକାର ପାଇଁ ୧୧ କେଭି ବିଦ୍ୟୁତ ଲାଇନରୁ ତାର ଟାଣି ବିଛାଇଥିବା ଦେଖିବାକୁ ପାଇଥିଲେ। ଏହି ତାର କିଏ ବିଛାଇଛି ଜାଣିବା ପାଇଁ ଜେନାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସେଠାରେ ଛପି ରହିଥିଲେ। ରାତି ପ୍ରାୟ ସାଢେ଼ ୨ ଟା ବେଳ ବୁଡୁ ସେଠାରେ ପହଞ୍ଚିଥିଲା। ଏ ନେଇ ଜେନା ବୁଡ଼ୁକୁ ପଚାରିବା ସମୟରେ ସେ ଉତ୍ତ୍ୟକ୍ତ ହୋଇ ଗାଳିଗୁଲଜ କରିବା ସହ ପାଖରେ ରଖିଥିବା ଏକ ଧାରୁଆ କାତିରେ କର୍ମଚାରୀମାନଙ୍କୁ ଆକ୍ରମଣ କରିଥିଲା। ଏଥିରେ ଜେନା ଆହତ ହୋଇଥିଲେ। ଘଟଣା ପରେ ବୁଡୁ ସେଠାରୁ ଚମ୍ପଟ ମାରିଥିଲା। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories