www.samajalive.in
Friday, December 5, 2025
20.1 C
Bhubaneswar

ବିଜେପି ଯୁବ ସଭାପତି କହି ଘର ଦେବା ନାଁରେ ଠକେଇ ଅଭିଯୋଗ

ଫୁଲବାଣୀ: ରାଜ୍ୟରେ ଦିନକୁ ଦିନ ଠକେଇ ମାମଲା ବଢିବାରେ ଲାଗିଛି। ଗରିବ ନିରୀହ ଲୋକଙ୍କୁ ବିଭିନ୍ନ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବା କହି ଟଙ୍କା ଠକି ନେଉଛନ୍ତି ଠକ। ଖାସ୍‌ କରି ଯୁବପୀଢିଙ୍କର ଏଭଳି ଘଟଣାରେ ସମ୍ପୃକ୍ତି ରହୁଥିବା ଦେଖିବାକୁ ମିଳୁଛି। ଏବେ ଠକେଇ କରିବା ପାଇଁ ବେକାରୀ ଯୁବକମାନେ ବିଭିନ୍ନ ପନ୍ଥା ଆପଣାଉଛନ୍ତି। କାହାକୁ ଚାକିରି ଦେବା ନାଁରେ ଟଙ୍କା ଠକେଇ କରୁଛନ୍ତି ତ ଆଉ କାହାକୁ ଘର ଦେବା ନାଁରେ ଠକୁଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁସାରେ, କନ୍ଧମାଳ ଜିଲା ଚକାପାଦ ବ୍ଲକ ଅନ୍ତର୍ଗତ ତଟାଗୁଡ଼ା ଗ୍ରାମରୁ। ଗାଁର ଘରବନ ବେହେରାଙ୍କ ପୁଅ ରାଜ କୁମାର ବେହେରା(ରାଜା) ନିଜକୁ ଚକାପାଦ ବ୍ଲକ ବିଜେପି ଯୁବ ସଭାପତିର ପରିଚୟ ଦେଇ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ଗରିବ ଲୋକଙ୍କୁ ୨ ଲକ୍ଷ ଟଙ୍କାର ଅନୁମୋଦନରେ ଘର ଯୋଗାଇ ଦିଆଯିବ କହି ଟଙ୍କା ଠକେଇ କରିଛନ୍ତି। ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆଡ଼ାସିପଡା ପଞ୍ଚାୟତର ପ୍ରଧାନପଡା ଗ୍ରାମର ଦୁର୍ବାସା ସାହାଣୀ ଏବଂ ମଲ୍ଲିକପଡା ଗ୍ରାମର ମନମାରି ମଲ୍ଲିକଙ୍କଠାରୁ ଆଧାର କାର୍ଡ, ବ୍ୟାଙ୍କ୍ ଖାତା, ଭୋଟର ପରିଚୟ ପତ୍ରର ନକଲ ସହିତ ପାସପୋର୍ଟ ଏବଂ ୧୫ ହଜାର ଟଙ୍କା ଲେଖାଏଁ ମାଗିଥିଲେ। ରାଜ କୁମାରଙ୍କ କହିବା ଅନୁଯାୟୀ, ଦୁର୍ବାସା ସାହାଣୀ ତାଙ୍କୁ ସମସ୍ତ ଡକ୍ୟୁମେଣ୍ଟ ଦେବା ସହିତ ୧୩ ହଜାର ଟଙ୍କା ନଗଦ ଦେଇଥିଲେ ଏବଂ ଫୋନ୍ ପେ ମାଧ୍ୟମରେ ୨ ହଜାର ଟଙ୍କା ପୈଠ କରିଥିଲେ।

ସେହିପରି ମନମାରୀ ମଲ୍ଲିକ ୨ ହଜାର ଟଙ୍କା ନଗଦ ଦେବା ସହିତ ସମସ୍ତ ଡକ୍ୟୁମେଣ୍ଟ ପ୍ରଦାନ କରିଥିଲେ। ଏନେଇ ଆଡାସିପଡା ଗ୍ରାମପଞ୍ଚାୟତର ସରପଞ୍ଚ ବ୍ରଜମୋହନ କହଁର ଏବଂ ସମିତିସଭ୍ୟ ସୁଷମା ନନ୍ଦଙ୍କୁ ଦୁର୍ବାସା ସାହାଣୀ ଜଣାଇବାରୁ ଏହର ସତ୍ୟାସତ୍ୟ ପରଖିବା ପାଇଁ ରାଜ କୁମାର ବେହେରାଙ୍କୁ ମଙ୍ଗଳବାର ସରପଞ୍ଚ କହଁର ନିଜ ବାସଭବନକୁ ଡାକିଥିଲେ। ପୂର୍ବ ଯୋଜନା ଅନୁଯାୟୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଖବର ଦେଇଥିଲେ। ସରପଞ୍ଚଙ୍କ ଘରକୁ ତୋଟାଗୁଡ଼ା ଗ୍ରାମର ରାଜ କୁମାର ବେହେରା ଏବଂ ପ୍ରସନ୍ନଜିତ୍ ବେହେରା ବାଇକରେ ଆସି ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ସରପଞ୍ଚ, ସମିତିସଭ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ରାଜ କୁମାର ବେହେରାଙ୍କୁ ସମସ୍ତ ବିଷୟ ପଚାରି ବୁଝିଥିଲେ। ସେ ନିଜକୁ ବିଜେପି ଚକାପାଦ ବ୍ଲକ ଯୁବ ସଭାପତିର ପରିଚୟ ଦେବା ସହିତ ଏହା କେନ୍ଦ୍ରୀୟ ଯୋଜନା ୨ ଲକ୍ଷ ଟଙ୍କା ଘର ନିର୍ମାଣ ପାଇଁ ସହାୟତା ଦିଆଯିବ ସେଥିପାଇଁ ୧୫ ହଜାର ଟଙ୍କା ଆବଶ୍ୟକ ରହୁଛି। ଭୁବନେଶ୍ୱର ହୋଟେଲ କ୍ରାଉନରେ ଏହାର ବୈଠକ ହୋଇଥିଲା, ଯେଉଁଥିରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ବ୍ରହ୍ମପୁର ସାଂସଦ ଉପସ୍ଥିତ ଥିଲେ ବୋଲି କହିବାରୁ ସନ୍ଦେହ ହୋଇଥିଲା। ତେଣୁ ସଙ୍ଗେ ସଙ୍ଗେ ବିଡିଓ ଏବଂ ଥାନା ଅଧିକାରୀ ଖଜୁରୀପଡ଼ାଙ୍କୁ ଖବର ଦେବା ସହିତ ଖଜୁରୀପଡ଼ା ବ୍ଲକ ସାଂସଦ ପ୍ରତିନିଧି ମନୋଜ ପଣ୍ଡା ଏବଂ ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲଙ୍କୁ ମଧ୍ୟ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ବାହିନୀ ସମେତ ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ବଲସକୁମ୍ପା ମଣ୍ଡଳ ସଭାପତି ରାଜେନ୍ଦ୍ର ବେହେରା, ଖଜୁରୀପଡ଼ା ମଣ୍ଡଳ ସଭାପତି ଦଶରଥ ସାହୁଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ରହି ରାଜ କୁମାରଙ୍କୁ ପଚାରି ବୁଝିଥିଲେ। ରାଜ କୁମାର ବେହେରା ବିଜେପିର ବ୍ଲକ ପ୍ରତିନିଧି ନ ଥିବା କହିଥିଲେ ବିଜେପି କର୍ମୀଙ୍କ ସମେତ ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ। ଲୋକଙ୍କୁ ଦଳ ନାଁ ନେଇ ଠକେଇ କରୁଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ଜଣାଇ ଜିମା ଦେଇଛନ୍ତି। ଏନେଇ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କୁ ପଚାରିବାରୁ ଏତଲା ଆସିନାହିଁ। ଏତଲା ଆସିବା ପରେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories