www.samajalive.in
Sunday, December 7, 2025
23.1 C
Bhubaneswar

ବନ୍ଦ ପଡିଥିବା ଘରୁ କଳାକନା ବୁଲାଇଲେ ଲୁଟେରା

ବାସୁଦେବପୁର : ବାସୁଦେବପୁର ଥାନା ପଛ ପାଖରେ ଥିବା ଧନେଶ୍ବର ରାଉତଙ୍କ ଘରୁ ଲୁଟ ହୋଇଛି। ବନ୍ଦ ରହିଥିବା ଘରୁ କଳାକନା ବୁଲାଇଛନ୍ତି ଲୁଟେରା। ପାଖାପାଖି ୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଗହଣା ସମେତ କେତେକ ସାମଗ୍ରୀ ଚୋରି କରି ନେଇଛନ୍ତି। ବେଙ୍ଗାଲୁରରେ ଚିକିତ୍ସା ପାଇଁ ଯାଇଥିବା ଶ୍ରୀ ରାଉତ ଘରକୁ ଫେରି ଏଭଳି ଘଟଣା ଜାଣି ଥାନାରେ ଅଭିଯୋଗ କରିଛନ୍ତି।

ବିଳମ୍ବ ସହ ବାରମ୍ବାର ବିବାହ ଭାଙ୍ଗୁଛି କି? ଗାଧୋଇବା ପାଣିରେ ମିଶାନ୍ତୁ ବାସ୍‌ ଏକ ଚୁଟ୍‌କି ଏହି ଜିନିଷ, ଶୀଘ୍ର ହେବ ବିବାହ, ମିଳିବ ଧନ..

- Advertisement -

ସୂଚନାନୁଯାୟୀ, ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଶ୍ରୀ ରାଉତ ଦୁର୍ଘଟଣାର ଶିକାର ହୋଇଥିଲେ। ଭୁବନେଶ୍ୱରରେ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବେଙ୍ଗାଲୁରୁ ଯାଇଥିଲେ। ସେଠାରେ ମେରୁଦଣ୍ଡରେ ଅସ୍ତ୍ରୋପଚାର ପରେ ପୁଅ ପାଖରେ ରହୁଥିଲେ। ଘରର ଦାୟିତ୍ବ ନିଜର ଶଳା ଓ ଷଢୁକୁ ଦେଇଥିଲେ। ସେମାନେ ସକାଳ ଓ ସନ୍ଧ୍ୟାରେ ରାଉତଙ୍କ ଘରେ ବୁଲି ଯାଇଥିଲେ। ଗତ ଦୁଇଦିନ ସେମାନେ ଆଉ ଘରକୁ ଆସିନଥିଲେ। ଏହି ସୁଯୋଗରେ କେହି ଘରର ତାଲା ଭାଙ୍ଗି ଉପର ତଳ ଦୁଇ ମହଲାରୁ ଲୁଟ କରିଥିଲେ। ଆଲମୀରା ଭାଙ୍ଗି ସୁନାରୂପା ଲୁଟି ନେଇଥିଲେ। ଗତ ମଙ୍ଗଳବାର ରାତିରେ ରାଉତ ଦମ୍ପତି ଘରେ ପହଁଚିବା ପରେ ଘରର ଏଭଳି ଘଟଣା ଦେଖି ହତବାକ ହୋଇଥିଲେ। ପୁଲିସ ପ୍ରାଥମିକ ତଦନ୍ତ କରି ଫେରିଛି। ୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ବେଳେ ଅନ୍ୟାନ୍ୟ ଜିନିଷ ଆକଳନ ହୋଇନଥିବା ଶ୍ରୀ ରାଉତ କହିଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories