www.samajalive.in
Friday, December 5, 2025
20.1 C
Bhubaneswar

ଭାରତର ଜି-୨୦ ନେତୃତ୍ବ ଆମ ପାଇଁ ପ୍ରେରଣା: ବ୍ରାଜିଲ ରାଷ୍ଟ୍ରପତି

ରିଓ ଡି ଜେନିରୋ : ବ୍ରାଜିଲର ରିଓ ଡି ଜେନିରୋରେ ଚାଲିଥିବା ଜି-୨୦ ସମ୍ମିଳନୀରେ ଭାରତର ପ୍ରଶଂସା କରାଯାଇଛି। ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଡିସିଲ୍‌ଭା କହିଛନ୍ତି ଯେ ଭାରତରେ ଗତବର୍ଷ ଆୟୋଜିତ ହୋଇଥିବା ଜି-୨୦ ସମ୍ମିଳନୀ ଆମ ପାଇଁ ପ୍ରେରଣାର ଉତ୍ସ। ୨୦୨୩ରେ ଭାରତ ନେତୃତ୍ବରେ ଆୟୋଜିତ ଜି-୨୦ ସମ୍ମିଳନୀ ସମସ୍ତଙ୍କ ପାଇଁ ଦୃଷ୍ଟାନ୍ତମୂଳକ। ଭାରତର ପ୍ରେରଣା କ୍ରମେ ବ୍ରାଜିଲ ଚଳିତ ବର୍ଷ ଜି-୨୦ ସମ୍ମିଳନୀ ପାଇଁ ଅନେକ ପଦକ୍ଷେପ ନେଇଥିବା ରାଷ୍ଟ୍ରପତି ଲୁଇଜ୍ କହିଛନ୍ତି। ବ୍ରାଜିଲ ଅଧ୍ୟକ୍ଷତାରେ ଚଳିତବର୍ଷ ଅନୁଷ୍ଠିତ ଜି-୨୦ ସମ୍ମିଳନୀର ମୂଳ ତତ୍ତ୍ବ ହେଉଛି ‘ବିଲ୍ଡଂ ଏ ଜଷ୍ଟ ୱାର୍ଲ୍ଡ ଆଣ୍ଡ ଏ ସସ୍‌ଟେନେବୁଲ ପ୍ଲାନେଟ୍‌’। ଏହାର ଲକ୍ଷ୍ୟ ହେଉଛି ବିଶ୍ବରୁ ଦାରିଦ୍ର୍ୟ ଦୂର କରିବା, ନିରନ୍ତର ବିକାଶ, ସାମାଜିକ ସହାବସ୍ଥାନ ଓ ବିଶ୍ବ ପ୍ରଶାସନିକ ସଂସ୍କାର। ଏହି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ବ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବିଭିନ୍ନ ବିଶ୍ବନେତାଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ବ୍ରିଟେନ ପ୍ରଧାନମନ୍ତ୍ରୀ କୈର ଷ୍ଟାର୍ମର, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଇଣ୍ଡୋନେସିଆର ନବ ନିର୍ବାଚିତ ରାଷ୍ଟ୍ରପତି ପ୍ରବୱୋ ସୁବିଆନ୍ତୋ, ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଲୁଇସ୍ ମୋଣ୍ଟେନେଗ୍ରୋ, ନରୱେର ପ୍ରଧାନମନ୍ତ୍ରୀ ଜୋନାସ୍ ଗହର୍ ଷ୍ଟୋର୍‌ ପ୍ରମୁଖଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ମେଲୋନିଙ୍କ ସହ ମୋଦୀଙ୍କର ଏହା ପଞ୍ଚମ ସାକ୍ଷାତ ଆଲୋଚନା। ମେଲୋନିଙ୍କ ସହ ମୋଦୀଙ୍କ ସାକ୍ଷାତ ସର୍ବଦା ଚର୍ଚ୍ଚାର ବିଷୟ ହୋଇଆସିଛି। ମୋଦୀଙ୍କୁ ସାକ୍ଷାତ କରିବା ପରେ ମେଲୋନି କହିଛନ୍ତି ଯେ ଏହା ତାଙ୍କ ପାଇଁ ସବୁଠାରୁ ଆନନ୍ଦର ମୁହୂର୍ତ୍ତ। ସୋସିଆଲ ମିଡିଆ ଏକ୍ସରେ ମେଲୋନି କରିଥିବା ପୋଷ୍ଟରେ ଲେଖିଛନ୍ତି ଯେ ମୋଦୀଙ୍କ ସାକ୍ଷାତ କରିବା ସର୍ବଦା ଆନନ୍ଦ ଦାୟକ। ମୋଦୀଙ୍କ ସହିତ ହୋଇଥିବା କଥାବାର୍ତ୍ତା ଦୁଇଦେଶର ସମ୍ପର୍କକୁ ନିବିଡ କରିବାରେ ସୁଯୋଗ ଆଣିଛି। ଉଭୟ ୨୦୨୫-୨୦୨୯ ପର୍ଯ୍ୟନ୍ତ ୫ବର୍ଷିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ଦୁଇଦେଶର ନାଗରିକଙ୍କ ପାଇଁ ସହାୟକ ହେବା ସହିତ ଆର୍ଥିକ ବିକାଶ ଆଣିବ। ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କ ସହିତ କଥାବାର୍ତ୍ତା ବେଳେ ମୋଦୀ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତିରେ ସନ୍ତୋଷ ବ୍ୟକ୍ତ କରିଥିଲେ। ଦୁଇ ପ୍ରଧାନମନ୍ତ୍ରୀ ଅର୍ଥବ୍ୟବସ୍ଥା, ବାଣିଜ୍ୟ, ନୂତନ ତଥା ଉଦୟମାନ ପ୍ରଯୁକ୍ତିବିଦ୍ୟା, ଅନୁସନ୍ଧାନ ଏବଂ ନବସୃଜନ, ସବୁଜ ଅର୍ଥ ଏବଂ ଲୋକମାନଙ୍କ ମଧ୍ୟରେ ଯୋଗାଯୋଗ କ୍ଷେତ୍ରରେ ଭାରତ-ୟୁକେ ବ୍ୟାପକ ରଣନୀତିକ ଭାଗୀଦାରିକୁ ମଜଭୁତ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗ ସହିତ ପାରସ୍ପରିକ ଆଗ୍ରହ ଉପରେ ସେମାନେ ମତ ବିନିମୟ କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories