ବ୍ଲାଙ୍କ ଫାୟାରିଂ କରି ୮ ଲକ୍ଷ ୩୦ ହଜାର ଲୁଟ୍
ବାଲୁଗାଁ : ବ୍ଲାଙ୍କ ଫାୟାରିଂ କରି ଏକ କାରରୁ ୮ ଲକ୍ଷ ୩୦ ହଜାର ଲୁଟିନେଲେ ଦୁର୍ବୃତ୍ତ । ଏନଏଚ୍-୧୬ ବାଣପୁର ବାଇପାସରୁ ଚାଉଳ ମିଲ୍ କର୍ମଚାରୀଙ୍କଠାରୁ ଲୁଟ୍ ହୋଇଛି । ଏକ ପଲସରରେ ଆସି ୮ ଲକ୍ଷ ଟଙ୍କା ସହ ୨ଟି ମୋବାଇଲ୍ ଓ କାର୍ ଚାବି ନେଇ ଫେରାର ହୋଇଗଲେ । ଲୁଟ୍ ନେଇ ବାଣପୁର ଥାନାରେ ଅଭିଯୋଗ ହୋଇଛି । ଲିଖିତ ଅଭିଯୋଗ ପରେ ପୁଲିସ ଛାନଭିନ୍ ଆରମ୍ଭ କରିଛି ।
Comments are closed.