www.samajalive.in
Friday, December 5, 2025
20.1 C
Bhubaneswar

ଭାଲେଣ୍ଟାଇନ୍ସ ଡେ’ ଅଫର୍‌; ସାଥୀଙ୍କୁ ଦିଅନ୍ତୁ ୧୫ ହଜାର ଟଙ୍କାରେ ଆପଲ୍‌ ଆଇଫୋନ

ଆଉ ମାତ୍ର କେଇଦିନ ରହିଲା ଭାଲେଣ୍ଟାଇନ୍‌ ଡେ’ (ପ୍ରେମ ଦିବସ) । ଖାସ୍‌ ଏହି ଅବସରରେ ନିଜ ସାଥୀଙ୍କୁ ଆପଲ୍‌ ଆଇଫୋନ ଉପହାର ଦେବାକୁ ଚାହୁଁଛନ୍ତି କି, ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ରହିଛି । ଆପଲ୍‌ ଆଇଫୋନ ଓ ଆଇପଡ୍‌ର କେତୋଟି ମଡେଲ ଉପରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ରିହାତି ପ୍ରଦାନ କରୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଅଫର୍‌ କେବଳ ଅଫଲାଇନ ଷ୍ଟୋରରେ ଉପଲବ୍ଧ । ଅପରପକ୍ଷରେ ଫ୍ଲିପକାର୍ଟ ଓ ଆମାଜନ ଭଳି ଇ-କମର୍ସ ୱେବସାଇଟରେ ଏହି ଅଫର ଉପଲବ୍ଧ ନାହିଁ । ଗ୍ରାହକମାନେ ଆପଲ ପ୍ରାଧିକୃତ ଷ୍ଟୋରକୁ ଯାଇ ଏଚ୍‌ଡିଏଫସି କାର୍ଡ ଜରିଆରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌ର ଲାଭ ଉଠାଇପାରିବେ । ଏହି ଅଫର କେବଳ ଇଏମ୍‌ଆଇ ଦେଣନେଣରେ ଉପଲବ୍ଧ । ଆପଲ ଷ୍ଟୋରରେ ଆଇପଡ୍‌, ଆଇପଡ୍‌ ମିନି ୪ ଓ ଆଇପଡ୍‌ ପ୍ରୋ ଉପରେ ୧୦ ହଜାର ଟଙ୍କାର କ୍ୟାସ୍‌ବ୍ୟାକ୍‌ ରହିଛି । ଏଥିସହ ଆଇଫୋନ ୬ ଏବଂ ଆଇଫୋନ ଏସ୍‌ଇ ଉପରେ ୭୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌ ଦିଆଯାଉଛି । ସୂଚନାଯୋଗ୍ୟ, ଏହି ଅଫର କେବଳ ୧୪ ଫେବୃଆରୀ ପର୍ଯ୍ୟନ୍ତ ରହିଛି ।
୯.୭ ଇଞ୍ଚ ଓ ୩୨ ଜିବି ଯୁକ୍ତ ଆପଲ ଆଫପଡ୍‌ ମୂଲ୍ୟ ଏବେ ୨୫ ହଜାର ଟଙ୍କା ରହିଛି । ଏଥିରେ ୧୦ ହଜାର ଟଙ୍କାର କ୍ୟାସ୍‌ବ୍ୟାକ୍‌ ପରେ ଏହା ଆପଣଙ୍କୁ ୧୫ ହଜାର ଟଙ୍କାରେ ମିଳିଯିବ । ଅପରପକ୍ଷରେ ଆଇଫୋନ ଏସ୍‌ଇ ମୂଲ୍ୟ ୨୨ ହଜାର ଟଙ୍କା ରହିଛି, ଯାହାକି କ୍ୟାସ୍‌ବ୍ୟାକ୍‌ ପରେ ୧୫ ହଜାର ଟଙ୍କାରେ ଏହି ଫୋନ ଆପଣ ପାଇପାରିବେ । ସେହିପରି ଆଇଫୋନ ୬ ମଧ୍ୟ ୨୦ ହଜାର ଟଙ୍କାରେ ପାଇପାରିବେ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories