www.samajalive.in
Saturday, December 6, 2025
19.1 C
Bhubaneswar

କୋଟିପତି ଡିଜିଏମ୍ ଗିରଫ

ବ୍ରହ୍ମପୁର: ଗିରଫ ହେଲେ ଓପିଏଚଡବ୍ଲ୍ୟୁସିର ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ୍ ମ୍ୟାନେଜର ସୁବାସ ଚନ୍ଦ୍ର ପଣ୍ଡା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ରାଜ୍ୟ ପୁଲିସ ହାଉସିଂ ୱେଲଫେୟାର ନିଗମ(ଓପିଏଚଡବ୍ଲ୍ୟୁସି)ର ବ୍ରହ୍ମପୁର ଡିଭିଜନ କାର୍ଯ୍ୟାଳୟର ଡିଜିଏମ ଇଂ ସୁବାଷଚନ୍ଦ୍ର ପଣ୍ଡାଙ୍କ ଘରେ ସୋମବାର ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଥିଲା।  ତାଙ୍କ ଘରୁ ୧ କିଲୋ ସୁନା ଅଳଙ୍କାର ସହ ନଗଦ ୧୩ ଲକ୍ଷ ଟଙ୍କା ଠାବ କରାଯାଇଛି। ସେହିପରି ଇଂ ପଣ୍ଡାଙ୍କ ନାଁରେ ବ୍ରହ୍ମପୁର ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଏକାଧିକ କୋଠା ଓ ୪ ଟି ଦାମୀ ପ୍ଲଟ୍‌ ଠାବ କରାଯାଇଛି।୨୦୨୨ରୁ ଓପିଏଚଡବ୍ଲ୍ୟୁସି ବ୍ରହ୍ମପୁର ଡିଭିଜନରେ ଡିଜିଏମ(ସିଭିଲ) ଭାବେ କାର୍ଯ୍ୟ କରୁଥିବା ଇଂ ପଣ୍ଡାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଭୁବନେଶ୍ବର ଭିଜିଲାନ୍ସ ଅଦାଲତ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲେ। ସେହିକ୍ରମରେ ସୋମବାର ସକାଳୁ ଭିଜିଲାନ୍ସର ୫ ଡିଏସପି ଓ ୭ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ଏକାଧିକ ଟିମ ବ୍ରହ୍ମପୁର ଓ ଭୁବନେଶ୍ବରର ୪ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲେ। ବ୍ରହ୍ମପୁରର ମେଡିକାଲ ବ୍ୟାଙ୍କ କଲୋନୀ ପ୍ରଥମ ଲାଇନରେ ଥିବା ଓପିଏଚଡବ୍ଲ୍ୟୁସି କାର୍ଯ୍ୟାଳୟରେ ଭିଜିଲାନ୍ସର ଏକ ଟିମ ଓ ବ୍ରହ୍ମପୁର ଖାରବେଳନଗର ଠାରେ ତାଙ୍କ ଭଡାଘରେ ଭିଜିଲାନ୍ସର ଆଉ ଏକ ଟିମ୍‌ ଚଢାଉ କରିଥିଲା।  ଭିଜିଲାନ୍ସର ଅନ୍ୟାନ୍ୟ ଟିମ୍ ଭୁବନେଶ୍ବର ଆଇଗିଣିଆ ଶଙ୍କରପୁର ମହାଦେବ ବିହାର ଠାରେ ଥିବା ଇଂ ପଣ୍ଡାଙ୍କ ବାସଭବନ, ମଞ୍ଚେଶ୍ବର ରାମଗଡ ସାହି ବରିମୁଣ୍ଡା ସ୍ଥିତ ପୈତୃକ ବାସଭବନ ଆଦିରେ ଚଢ଼ାଉ କରିଥିଲେ। ଚଢାଉବେଳେ ଇଂ ପଣ୍ଡାଙ୍କ ଘରୁ ୧ କିଲୋ ସୁନା ଅଳଙ୍କାର ନଗଦ ୧୩ ଲକ୍ଷ ଟଙ୍କା ଜବତ ହୋଇଥିଲା। ତେବେ ଭିଜିଲାନ୍ସ ଟିମ୍‌କୁ ଦେଖି ଇଂ ପଣ୍ଡା ନଗଦ ୧୦ ଲକ୍ଷ ଟଙ୍କା ପଡୋଶୀ ଘରକୁ ଫିଙ୍ଗି ଦେଇଥିଲେ। ଭିଜିଲାନ୍ସ ଅଧିକାରୀମାନେ ପଡୋଶୀ ଘରକୁ ଯାଇ ଉକ୍ତ ଟଙ୍କା ଜବତ କରିବା ସହ ଇଂ ପଣ୍ଡାଙ୍କ ଘରୁ ଆଉ ୩ ଲକ୍ଷ ଟଙ୍କାକୁ ମିଶାଇ ମୋଟ ୧୩ ଲକ୍ଷ ଜବତ କରିଥିଲେ। ଇଂ ପଣ୍ଡା ଓ ତାଙ୍କ ପରିବାର ଲୋକଙ୍କ ନାମରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଥିବା ୪ଟି ଦାମୀ ପ୍ଲଟ, ଏକ ୩ ମହଲା କୋଠା, ଗୋଟିଏ ୨ ମହଲା କୋଠା, ୨ଟି ଦାମୀ କାର ଏବଂ ବ୍ୟାଙ୍କ ଜମାକୁ ଭିଜିଲାନ୍ସ ଟିମ ଠାବ କରିଛି। ଭିଜିଲାନ୍ସ ଇଂ ପଣ୍ଡାଙ୍କୁ ନେଇ ଭିଜିଲାନ୍ସ ପଚରାଉଚରା କରିବା ସହ କିଛି ସ୍ଥାନରେ ଏବେ ବି ଚଢଉ ଜାରି ରଖିଛି। ପ୍ରକାଶ ଯେ ୨୦୧୦ରେ ଇଂ ପଣ୍ଡାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା।  ହେଲେ ଉଚ୍ଚ ନ୍ୟାୟାଳୟରେ ମାମଲା ସେ ଲଢି ପୁଣିଥରେ ଚାକିରିରେ ଯୋଗ ଦେଇଥିଲେ।  ଓପିଏଚଡବ୍ଲ୍ୟୁସି ବ୍ରହ୍ମପୁର କାର୍ଯାଳୟରେ ଇଂ ପଣ୍ଡା ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବାବେଳେ ନିକଟରେ ଡିଜିଏମ ଭାବେ ତାଙ୍କ ପଦୋନ୍ନତି ହୋଇଥିଲା।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories