www.samajalive.in
Sunday, December 7, 2025
23.1 C
Bhubaneswar

ଚର୍ଚ୍ଚାରେ କୁନି କଳ୍‌କୀ ବାବା: ମାମଲା ରୁଜୁ କଲା ଶିଶୁ ସୁରକ୍ଷା ଆୟୋଗ

ଖଣ୍ଡଗିରି : ରାଜଧାନୀରେ ଜଣେ କୁନି କଳ୍‌କୀ ବାବାଙ୍କ ଫଟୋ ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଛି। ଦୁଇ ଦିନ ହେଲା ଖଣ୍ଡଗିରି ବାରିରେ ଥିବା ବୈକୁଣ୍ଠ ଧାମ ଆଶ୍ରମ ସମ୍ମୁଖରେ ଉତ୍ତେଜନା ଲାଗି ରହିଛି। ରବିବାର କିଛି ସ୍ଥାନୀୟ ଲୋକ ଆଶ୍ରମ ଫାଟକ ତାଲା ଭାଙ୍ଗି ଭିତରକୁ ପଶିଥିଲେ। ଆଶ୍ରମରେ ଥିବା ଅନ୍ତେବାସୀ ବିରୋଧ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅପରପକ୍ଷରେ ରବିବାର ଶିଶୁ ସୁରକ୍ଷା ଆୟୋଗ ନିଜ ଆଡୁ ଏକ ମାମଲା ରୁଜୁ କରିଛନ୍ତି। ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି। ରାଜଧାନୀରେ ଏତେବଡ଼ ସରକାରୀ ଜମି କିପରି ବେଆଇନ ଜବରଦଖଲ କରାଯାଇଛି ସେ ନେଇ ତଦନ୍ତ କରାଯିବ ବୋଲି ଖୋର୍ଦ୍ଧା ଜିଲାପାଳ ନିର୍ଦେଶ ଦେଇଛନ୍ତି। ଅପରପକ୍ଷରେ ଶିଶୁ ସୁରକ୍ଷା ଆୟୋଗ ନିଜ ଆଡୁ ଉକ୍ତ ଘଟଣା ନେଇ ଏକ ମାମଲା କରିଛନ୍ତି। କିପରି ନାବାଳକ ପିଲା ପାଠପଢ଼ା ସମୟରେ ଏଭଳି କାମରେ ଲିପ୍ତ ରହୁଛି ଓ କାହା ପରାମର୍ଶରେ ଏଭଳି ଚାଲିଛି, ଉକ୍ତ ନାବାଳକ କୁନି ବାବା ସ୍ବାସ୍ଥ୍ୟଗତ ଅବସ୍ଥା କିପରି ଅଛି ସେ ନେଇ ତଦନ୍ତ ନିର୍ଦେଶ ଦେଇଛନ୍ତି। ୧୫ ଦିନ ମଧ୍ୟରେ ଭରତପୁର ଥାନା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲା ଶିଶୁ ମଙ୍ଗଳ କମିଟିକୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି।  ରାଜ୍ୟ ସମାଜସେବୀ ମହାସଂଘ ପକ୍ଷରୁ ରାଜଧାନୀରେ ଏତେ ବଡ଼ ସରକାରୀ ଜମି ବେଆଇନ ଜବରଦଖଲ ଅଭିଯୋଗ ପରେ ଜିଲା ପ୍ରଶାସନ ତତ୍ପର ହୋଇଛି। ଖୋର୍ଦ୍ଧା ଜିଲାପାଳ କିପରି ଏତେ ବଡ଼ ସରକାରୀ ଜମି ଜବରଦଖଲ ହେଲା ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି। ତେଣୁ ଆସନ୍ତା ସୋମବାର ସାଧାରଣ ପ୍ରଶାସନ ବିଭାଗ ଉକ୍ତ ଆଶ୍ରମ ଭିତରକୁ ଯାଇ ଜମିର କାଗଜପତ୍ର ଯାଞ୍ଚ କରିବ ବୋଲି ଜଣାପଡ଼ିଛି। ବିଏମ୍‌ସି ଓ ବିଡିଏ ମଧ୍ୟ ଏହି ମାମଲାରେ ଏତେଦିନ ଯାଏ କାହିଁକି ଚୁପ୍‌ ବସିଥିଲେ ସେନେଇ ସାଧାରଣ ଲୋକ ଓ ସମାଜସେବୀ ମହାସଂଘ ପ୍ରଶ୍ନ ଉଠାଇଛନ୍ତି। ଭରତପୁର ଥାନା ପୁଲିସ ଉକ୍ତ ଆଶ୍ରମରେ ଟଙ୍କା ଦେଣନେଣ ନେଇ ତଦନ୍ତ କରିଛି। ଆଶ୍ରମକୁ ଆସୁଥିବା ଅଧିକାଂଶ ଭକ୍ତ ବାହାର ଲୋକ ହୋଇଥିବାବେଳେ ସେଠାରେ ଥିବା ଅନ୍ତେବାସୀଙ୍କ ଆକାଉଣ୍ଟରେ ଟଙ୍କା ଦେଣନେଣ ସମ୍ପର୍କରେ ଜଣାପଡ଼ିଛି। ଏହା ଛଡ଼ା କୁନି ବାବା ଦାମୀ ଗାଡ଼ି ଚଢୁଥିବା ନେଇ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି। ସୂଚନା ଥାଉକି, ଖଣ୍ଡଗିରି ସ୍ଥିତ ବୈକୁଣ୍ଠ ଧାମ ଆଶ୍ରମରେ ଜଣେ କୁନି କଳ୍‌କୀ ବାବା ପାଦରେ ତୁଳସୀ ଓ ମୁଣ୍ଡରେ ମୟୂରଚନ୍ଦ୍ରିକା ଦେଇ ନିଜକୁ ଜଗନ୍ନାଥଙ୍କ ଅବତାର ଘଟଣା ପ୍ରଘଟ ପରେ ରାଜ୍ୟ ସମାଜସେବୀ ମହାସଂଘ ଏନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଶ୍ରମର ବାବା କାଶୀନାଥ ମିଶ୍ର ତାଙ୍କ ପୁଅକୁ ଭଗବାନଙ୍କ ଅବତାର କହି ପାଦରେ ତୁଳସୀ ଦେବା ସହ ମୁଣ୍ଡରେ ମୟୂର ଚନ୍ଦ୍ରିକା ଦେଇ କଳ୍‌କୀ ଅବତାର ଭାବେ ପୂଜା କରି ଭକ୍ତଙ୍କୁ ଭ୍ରମିତ କରୁଥିବା ଅଭିଯୋଗରେ ଦର୍ଶାଇଥିଲେ। ଏନେଇ ବୈକୁଣ୍ଠ ଧାମ ଆଶ୍ରମର ପ୍ରବଚକ ଶ୍ରୀ ମିଶ୍ର ମୁହଁ ଖୋଲିଛନ୍ତି। ସେ ରାଜ୍ୟ ବାହାରେ ଥିବାରୁ ଏନେଇ ଏକ ଭିଡିଓ ଜାରି କରିଛନ୍ତି। କାଶୀନାଥଙ୍କ କହିବା କଥା ତାଙ୍କ ପୁଅର ଯେଉଁ ଫଟୋ ପ୍ରଘଟ ହୋଇଥିଲା ସେ ଏବର ଫଟୋ ନୁହେଁ। ଦଶ ବର୍ଷ ତଳେ କିଛି ଭକ୍ତ ତାଙ୍କ ପାଦତଳେ ତୁଳସୀ ଦେଇ ପୂଜାର୍ଚ୍ଚନା କରିଥିଲେ। ସେ କେବେ ତାଙ୍କ ପୁଅକୁ ଜଗନ୍ନାଥଙ୍କ ଅବତାର ବୋଲି କହିନାହାନ୍ତି। ଏକଥା ମଧ୍ୟ କହିଛନ୍ତି ସେ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ଦିଗରେ ସବୁବେଳେ ପ୍ରବଚନ ଦିଅନ୍ତି। ତାଙ୍କଠାରୁ ବାହାରି ଆସିଥିବା କୁଚକ୍ରୀ ଗୋଷ୍ଠୀ ଏ ଫଟୋ ପ୍ରଘଟ କରି ଏଭଳି କାଣ୍ଡ ଭିଆଇଛନ୍ତି। ଘଟଣାର ତଦନ୍ତ ଚାଲିଛି। ଖୁବ୍‍ଶୀଘ୍ର ସତ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories