www.samajalive.in
Tuesday, December 9, 2025
19.1 C
Bhubaneswar

ଟ୍ରମ୍ପଙ୍କ ନୂଆ ଦଳରେ ହିନ୍ଦୁ ମହିଳା, ମିଳିଲା ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଦଳରେ ଜଣେ ହିନ୍ଦୁ ମହିଳା ସ୍ଥାନ ପାଇଛନ୍ତି । ତୁଳସୀ ଗବାର୍ଡଙ୍କୁ ଟ୍ରମ୍ପ ଜାତୀୟ ଗୁଇନ୍ଦାସଂସ୍ଥାର ନିର୍ଦ୍ଦେଶକ ରୂପେ ଚୟନ କରିଛନ୍ତି । ସେନାରେ ନିୟୋଜିତ ରହିସାରିଥିବା ତୁଳସୀ ୨୦୨୦ରେ ରାଷ୍ଟ୍ରପତି ନିର୍ବାଚନରେ ମଇଦାନକୁ ଓହ୍ଲାଇଥିଲେ । କିନ୍ତୁ ଏଥିରେ ସେ ଅସଫଳ ରହିଥିଲେ । ୨୦୨୨ରେ ସେ ଡେମୋକ୍ରେଟିକ୍ ଦଳ(ଜୋ ବାଇଡେନଙ୍କ ଦଳ) ଛାଡି ଦେଇଥିଲେ । ପରେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଅଭିଯାନରେ ସାମିଲ ହୋଇଥିଲେ ।

- Advertisement -

ତୁଳସୀ ଗବାର୍ଡଙ୍କ ମା’ ହିନ୍ଦୁ ଧର୍ମର ପାଳନ କରନ୍ତି । ହିନ୍ଦୁ ଧର୍ମ ସହ ଜଡିତ ଥିବାରୁ ତାଙ୍କ ମା’ ତାଙ୍କ ନାଁ ତୁଳସୀ ରଖିଥିଲେ । ସେ ସେନାରେ ଥିବା ସମୟରେ ଇରାକରେ ମଧ୍ୟ ନିୟୋଜିତ ଥିଲେ । ଅନେକ ଦିନ ହେବ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା କି ଟ୍ରମ୍ପଙ୍କ ବିଜୟ ପରେ ତାଙ୍କୁ ବଡ ଦାୟିତ୍ବ ମିଳିବ । ଘୋଷଣା ପରେ ସେ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ ସବୁ ସମୟରେ ମଥାରେ ତିଳକ ଲଗାନ୍ତି ଏବଂ ମଞ୍ଚ ଉପରେ ‘ରାମ ରାମ’ କୁହନ୍ତି ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories