www.samajalive.in
Sunday, December 7, 2025
23.1 C
Bhubaneswar

ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍ଗୀନ୍

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ମାନ ସଂଗୀନ ସ୍ଥିତିରେ ପହଞ୍ଚିଛି। ବୁଧବାର ଦିଲ୍ଲୀ ସହରର ବାୟୁ ମାନକ ସୂଚୀ (ଏକ୍ୟୁଆଇ) ୪୨୯ ରହିଥିବା ରେକର୍ଡ କରାଯାଇଛି। ଏକ୍ୟୁଆଇ ଏହି ସ୍ତରରେ ପହଞ୍ଚିଲେ ଏହାକୁ ସଂଗୀନ (ସିଭିୟର) ବୋଲି ବିବେଚନା କରାଯାଇଥାଏ। ଦିଲ୍ଲୀରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ସ୍ଥାପନ କରାଯାଇଥିବା ଥିବା ୩୬ଟି ବାୟୁ ମାନ ଅନୁଧ୍ୟାନକାରୀ ଷ୍ଟେସନ ମଧ୍ୟରୁ ୩୦ଟି ଷ୍ଟେସନରେ ବାୟୁ ମାନକୁ ସିଭିୟର ବୋଲି ଦର୍ଶାଯାଇଛି। ଯାନବାହନ ଚଳାଚଳ ଓ ନଡା ପୋଡି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ବୋଲି କୁହାଯାଇଛି। ଚଳିତ ଶୀତ ଋତୁରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଥମ ଥର ପାଇଁ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ଯାହା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇପାରେ। ସ୍ବାସ୍ଥ୍ୟ ଜଟିଳତାରୁ ଦୂରେଇ ରହିବା ଲାଗି ଜନସାଧାରଣଙ୍କୁ ଆବଶ୍ୟକ ସତର୍କତା ଯଥା ମାସ୍କ ପିନ୍ଧିବା, ଅଯଥା ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଦ୍ରୁତ ବେଗରେ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ଏକ୍ୟୁଆଇ ୩୩୪ ରେକର୍ଡ କରାଯାଇଥିଲା। ପ୍ରଦୂଷଣକୁ ହ୍ରାସ କରିବା ଲାଗି ବର୍ତ୍ତମାନ କୌଣସି ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କରାଯାଉ ନଥିବା ବାୟୁ ମାନ ପରିଚାଳନା କମିସନ (ସିଏକ୍ୟୁଏମ୍) କହିଛି। କମିସନ ଆଶା କରିଛନ୍ତି ଯେ ଗୁରୁବାର ପରିସ୍ଥିତିରେ କିଛିଟା ଉନ୍ନତି ଆସିବ। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା ୩୨.୮ ଡିଗ୍ରୀ ସେଲସିୟସ୍‌ ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି। ଏହି ତାପମାତ୍ରା ସାଧାରଣ ତାପମାତ୍ରା ଠାରୁ ୪.୩ ଡିଗ୍ରୀ ସେଲସିୟସ୍‌ ଅଧିକ। ସେହିପରି ସର୍ବନିମ୍ନ ତାପମାତ୍ରା ୧୭ଡିଗ୍ରୀ ରହିଥିବାବେଳେ ଏହା ସ୍ବାଭାବିକ ତାପମାତ୍ରା ଠାରୁ ୩.୫ ଡିଗ୍ରୀ ସେଲସିୟସ୍ କମ୍। ଏକ୍ୟୁଆଇ ୦ରୁ ୫୦ ମଧ୍ୟରେ ରହିଲେ ଏହାକୁ ଭଲ ବୋଲି ବିବେଚନା କରାଯାଇଥାଏ। ସେହିପରି ୫୧ରୁ ୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ମଧ୍ୟମ, ୨୦୧ରୁ ୩୦୦ ମଧ୍ୟରେ ନିମ୍ନ, ୩୦୧ରୁ ୪୦୦ ଅତିନିମ୍ନ, ୪୦୧ରୁ ୪୫୦ ସଂଗୀନ ଓ ୪୫୦ରୁ ଅଧିକ ହେଲେ ବାୟୁ ପ୍ରଦୂଷଣକୁ ଅତିସଂଗୀନ ବୋଲି ବିବେଚନା କରାଯାଇଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories