www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ; ହଠାତ୍‌ ପଶି ଆସିଲା ଷଣ୍ଢ; ଲାଲ୍‌ ସାର୍ଟ ପିନ୍ଧିଥିବା ବ୍ୟକ୍ତିଙ୍କୁ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ଭିଡିଓ ଭାଇରାଲ୍‌ ହୋଇଥାଏ । କିଛି ଭିଡିଓ ଆଶ୍ଚର୍ଯ୍ୟଚକିତ କରିବା ସହ ଭୟଭୀତ କରିଥାଏ। ସୋସିଆଲ ମିିଡିଆରେ ଏହା ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ନିଜ ଆଡକୁ ଆକର୍ଷିତ କରିଥାଏ। ନିକଟରେ ଷଣ୍ଢ ଆକ୍ରମଣର ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ଖୁବ୍‌ ଭୟଭୀତ କରୁଛି । ଭାଇରାଲ୍‌ ଭିଡିଓରେ ଦେଖିପାରିବେ, ଏକ ଷଣ୍ଢ କିଭଳି ଏକ ବାଇକ୍‌ ଏଜେନ୍ସି ମଧ୍ୟକୁ ହଠାତ୍‌ ପଶି ଯାଉଛି । ସେଠାରେ ଉପସ୍ଥିତ ଥିବା ଲୋକେ ଭୟରେ ଏଣେତେଣେ ଦୌଡିବାକୁ ଲାଗୁଛନ୍ତି ।


ଏହାସହ ଲାଲ ସାର୍ଟ ପିନ୍ଧିଥିବା ଜଣେ ଯୁବକଙ୍କ ଉପରେ ଷଣ୍ଢଟି ବାରମ୍ବାର ଆକ୍ରମଣ ମଧ୍ୟ କରୁଛି । କାରଣ ଲାଲ ରଙ୍ଗ ଦେଖିଲେ ଷଣ୍ଢ ଅଧିକ ରାଗି ଯାଇ ଆକ୍ରମଣ କରନ୍ତି ବୋଲି କୁହାଯାଏ । ଯୁବକ ଜଣକ ସୌଭାଗ୍ୟବଶତଃ ସେଠାରୁ ଦୌଡି ପଳାଇ ନିଜ ଜୀବନ ବଞ୍ଚାଉଛନ୍ତି । ଏହାସହ ସେଠାରେ ଥିବା ବାଇକ୍‌ ଗୁଡିକ ତଳେ ପଡିଯିବା ମଧ୍ୟ ଦେଖାଯାଉଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।
ସେହିପରି ଗତ କିଛି ଦିନ ତଳେ ଦିଲ୍ଲୀର ଏକ ଘଟଣା ମଧ୍ୟ ସିସିଟିଭିରେ କଏଦ ହୋଇଥିଲା । ଏଥିରେ ଜଣେ ବୟସ୍କ ମହିଳାଙ୍କ ଉପରେ ଷଣ୍ଢ ହଠାତ୍‌ ଆକ୍ରମଣ କରିଥିଲା । ମହିଳା ଜଣକ ଖୁବ୍‌ କଷ୍ଟରେ ନିଜ ଜୀବନ ରକ୍ଷା କରିଥିଲେ । ଷଣ୍ଢ ଆକ୍ରମଣର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥାଏ ।

୧୬ ନଭେମ୍ବରରୁ ସୂର୍ଯ୍ୟ ଚମକାଇବେ ଏହି ୫ ରାଶିଙ୍କ ଭାଗ୍ୟ, ମିଳିବ ଧନ, ସୁଖମୟ ହେବ ଦାମ୍ପତ୍ୟ ଜୀବନ..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories