www.samajalive.in
Monday, December 8, 2025
27.1 C
Bhubaneswar

ଭାରତ-ଅଷ୍ଟ୍ରେଲିଆ ଆନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ ମ୍ୟାଚ ଖେଳିବେ ସମ୍ବଲପୁରର ସୁଜଲ

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁଜଲ କେ ସିଂ ଭାରତର ଜାତୀୟ ୟୁନିଭର୍ସିଟି ଦଳରେ ସ୍ଥାନ ପାଇଛନ୍ତି। ଏଥିପାଇଁ ବିଶ୍ଵବିଦ୍ୟାଳୟ ତଥା ସମ୍ବଲପୁର ଜିଲାରେ ଖୁସିର ଲହର ଖେଳିଯାଇଛି। ସୁଜଲ ଆସନ୍ତା ନଭେମ୍ବର ୨୫ରୁ ଡିସେମ୍ବର ୬ ତାରିଖ ଯାଏ ଖେଳାଯିବାକୁ ଥିବା ଭାରତ ବନାମ ଅଷ୍ଟ୍ରେଲିଆ ଦ୍ବିପାକ୍ଷିକ ଆନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ ମ୍ୟାଚରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ମ୍ୟାଚଗୁଡିକ ମୁମ୍ବାଇ ଓ ଭୁବନେଶ୍ୱରରେ ଅନୁଷ୍ଠିତ ହେବ।

ସମ୍ବଲପୁର ବିଶ୍ୱବିଦ୍ୟାଳୟର କ୍ରୀଡା ଅଧିକାରୀ ଡ଼. ଅବିନାଶ କରଙ୍କ ସୂଚନା ମୁତାବକ, ସୁଜଲଙ୍କ ଭାରତୀୟ ବିଶ୍ୱବିଦ୍ୟାଳୟ ଦଳରେ ଖେଳିବା ପ୍ରକ୍ରିୟାରେ କୋଚିଂ, ରହଣି, ଯାତାୟାତ, କ୍ରୀଡା ସାମଗ୍ରୀ, କ୍ରୀଡା ପୋଷାକ ଇତ୍ୟାଦି ବାବଦରେ ପ୍ରାୟ ୮୮ ହଜାର ଟଙ୍କା ଖର୍ଚ୍ଚ ହେବ। ଏହି ଅର୍ଥ ସମ୍ପୂର୍ଣ୍ଣ ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବହନ କରିବେ ବୋଲି ଏକ ବୈଠକରେ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ, ସୁଜଲ ଗତବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ରିକେଟ ଦଳର ଅଧିନାୟକ ଥିଲେ। ତାଙ୍କ ନେତୃତ୍ୱରେ ଦଳ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଥିଲା।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories