www.samajalive.in
Saturday, December 13, 2025
23.1 C
Bhubaneswar

ଛାତ୍ରଛାତ୍ରୀଙ୍କୁ ଶ୍ରୀକାନ୍ତ ପାଇକରାୟ ମେଧା ପୁରସ୍କାର ବଣ୍ଟନ

ଧାମରା: କଇଥଖୋଲା ଠାରେ ଥିବା ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠରେ ଶ୍ରୀକାନ୍ତ ପାଇକରାୟ ମେଧା ପୁରସ୍କାର ବଣ୍ଟନ କରାଯାଇଛି। ସହୀଦ ତୀର୍ଥଯାତ୍ରୀ ଅନୁଷ୍ଠାନ, ଇରମ ପକ୍ଷରୁ ବିଦ୍ୟାଳୟ ପରିସରରେ ହୋଇଥିବା ସଭାରେ ବୈଲୋଚନ ଜେନା ସଭାପତିତ୍ୱ କରିଥିଲେ। ଏହି ଉତ୍ସବରେ ଉଦଘାଟକ ଭାବେ ବିଦ୍ୟାଳୟର ସଭାପତି ବନବିହାରୀ ମାଇତି, ମୁଖ୍ୟ ଅତିଥି ଭାବେ ବାଂଶଡା ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଗଜେନ୍ଦ୍ର କୁମାର ପାତ, ସମ୍ମାନୀତ ଅତିଥି, ଭାବେ ଶିକ୍ଷକ ତରୁଣ କୁମାର ଦାସ, ପ୍ରାୟୋଜକ ଭାବେ ପ୍ରଧାନ ଶିକ୍ଷକ ଶ୍ରୀଧର ସ୍ୱାଇଁ ଯୋଗ ଦେଇଥିଲେ। ବିଦ୍ୟାଳୟରେ କୃତୀ ପ୍ରତିଯୋଗୀ ମାନଙ୍କୁ ନେଇ ତର୍କ, ଜଣାଅଜଣା, ସଙ୍ଗୀତ ଆଦି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ସମସ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଭଦ୍ରକର ପୂର୍ବତନ ଜିଲ୍ଲାପାଳ ଶ୍ରୀକାନ୍ତ ପାଇକରାୟ ସମ୍ମାନରେ ସମ୍ମାନୀତ ସ୍ୱରୂପ ସିଲଡ ଏବଂ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ହୋଇଥିବା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ପିତାମ୍ବର ପତି, ପ୍ରକାଶ ଚନ୍ଦ୍ର ପୁହାଣ, ଶରତ କୁମାର ମହାପାତ୍ର, ସତ୍ୟନାରାୟଣ ପଣ୍ଡା, ଫକିର ମୋହନ ମାଇତି ପ୍ରମୁଖ ଉପସ୍ଥିତ ରହି ସମସ୍ତ ପ୍ରତିଯୋଗିତାକୁ ସୁଚାରୂ ରୂପେ ସଂପାଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧୟରେ ଶିକ୍ଷାକର୍ମୀ ସରୋଜ କୁମାର ପାତ୍ର, ସଞ୍ଜୀବ କୁମାର ଗିରି ସେକ ଅଫଜଲ ଅଲ୍ଲୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳାନରେ ସହଯୋଗ କରିଥିଲେ।

Hot this week

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

Related Articles

Popular Categories