www.samajalive.in
Wednesday, December 10, 2025
14.1 C
Bhubaneswar

ଅଷ୍ଟପ୍ରହରୀ ନାମଯଜ୍ଞ ଓ ୫୦୦୧ ଦୀପ ଯଜ୍ଞ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦରରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ମାସର ବଡ଼ ଏକାଦଶୀ ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ କରାଯାଇଛି। ଏଥିରେ ପ୍ରାୟ ୧୫ଟି ସଂକୀର୍ତ୍ତନ ମେଳ ଉପସ୍ଥିତ ରହି ନାମଯଜ୍ଞରେ ଭାଗ ନେଇଥିଲେ। ସଂକୀର୍ତ୍ତନ ମେଳକୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ  ସ୍ୱାଗତ କରିବା ସହ ସେମାନଙ୍କର ସମସ୍ତ ବ୍ୟବସ୍ଥା କରିଥିଲେ।

ସୋମବାର ସନ୍ଧ୍ୟାରେ ୧୦୮ କଳସରେ ନାଗାବଳୀ ଓ କଲ୍ୟାଣି ନଦୀ ମୁହାଣୀରୁ ଜଳ ସଂଗ୍ରହ କରି ନାମଯଜ୍ଞ ସ୍ଥଳରେ ସ୍ଥାପନ କରି ଥିଲେ। କର୍ତ୍ତା ମନ୍ଦିର ପରିଚାଳନା କମିଟିର ସଭାପତି ନରସିଂହ ପାଢ଼ୀ ରହିଥିବା ବେଳେ ପୁରହିତ ବାପିନ ମିଶ୍ର (ଲାରା) ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ରାମ ନାମ ଯଜ୍ଞ ଆରମ୍ଭ କରାଯାଇଥିଲା। ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସନ୍ଧ୍ୟାରେ ୫୦୦୧ଦୀପ ଯଜ୍ଞ କରାଯାଇଛି। ବହୁ ସଂଖ୍ୟାରେ ଭକ୍ତ ମାନେ ଉପସ୍ଥିତ ରହି ନାମ ଯଜ୍ଞ ଓ ଦୀପ ଯଜ୍ଞରେ ଭାଗ ନେଇଥିଲେ। ପ୍ରାୟ ଦୁଇ ହଜାର ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ବୁଧବାର ସକାଳ ୭ଟାରେ ନାମ ଯଜ୍ଞ ଶେଷ କରିବା ପରେ ପୂର୍ଣ୍ଣାହୁତି କରିବା ସହ ଦଧି ହାଣ୍ଡି ନଗର ପରିକ୍ରମା କରିବ ବୋଲି ଜଣାପଡିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories