www.samajalive.in
Monday, December 8, 2025
13.1 C
Bhubaneswar

ବାକି ସଉଦା ଟଙ୍କା ମାଗିବାରୁ ମା’- ପୁଅକୁ ମରଣାନ୍ତକ ଆକ୍ରମଣ

ଅମର୍ଦ୍ଦାରୋଡ଼ : ବାକିରେ ସଉଦା ଖାଇଲେ, ମାତ୍ର ଦୋକାନ ଖାତା ପୂଜା ସମୟରେ ବାକି ଟଙ୍କା ମାଗିବାରୁ ଦୁଇ ଜଣ ଗ୍ରାହକ ଜଣେ ଦୋକାନୀ ଏବଂ ତାଙ୍କ ମା’ଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏମିତି ଏକ ଘଟଣା ଘଟିଯାଇଛି ବସ୍ତା ଥାନା ଅଧୀନସ୍ଥ ବରୁଣଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମରେ। ଅଭିଯୋଗ ଅନୁଯାୟୀ ଗ୍ରାମର ସୁଶାନ୍ତ ପରିଡ଼ାଙ୍କ ଗ୍ରୋସୋରୀ ଦୋକାନରୁ ସେହି ଗ୍ରାମର ଦୁଇ ଗ୍ରାହକ ଗଣେଶ ପରିଡ଼ା ଓ ବାସୁଦେବ ପରିଡ଼ା ବାକିରେ ସଉଦା ନେଉଥିଲେ। ଧୀରେ ଧୀରେ ସଉଦା ଟଙ୍କା ବଢିବାରୁ ସୁଶାନ୍ତ ଦୁହିଙ୍କୁ ବାକି ଟଙ୍କା ମାଗିଥିଲେ। ମାତ୍ର ଦୁହେଁ ଆଜି ଦେବେ,କାଲି ଦେବେ କହି ସମୟ ଗଡ଼ାଇଥିଲେ। ତେବେ ଚଳିତ କାଳୀ ପୂଜାରେ ସୁଶାନ୍ତଙ୍କର ଦୋକାନ ପୂଜା ଥିବାରୁ ଦୁହିଙ୍କୁ ସୁଶାନ୍ତ ନିମନ୍ତ୍ରଣ କରିବା ସହ ବାକି ଟଙ୍କା ପରିଶୋଧ କରିବାକୁ କହିଥିଲେ। ମାତ୍ର ଦୁହେଁ ଆସିନଥିଲେ। ଗତ ଗୁରୁବାର ସନ୍ଧ୍ୟାରେ ସୁଶାନ୍ତ ଦୋକାନରେ ବସିଥିବା ସମୟରେ ଦୁହେଁ ସେଠାରେ ପହଞ୍ଚି ତାଙ୍କୁ ଦୋକାନରୁ ଘୋଷାରି ଆଣି ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ପାଟିତୁଣ୍ଡ ଶୁଣି ପାରି ସୁଶାନ୍ତଙ୍କ ମା’ ତାରାମଣି ସେଠାରେ ପହଞ୍ଚି ପୁଅକୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଥିବାବେଳେ ଗଣେଶ ଓ ବାସୁଦେବ ତାଙ୍କୁ ଟାଣି ଆଣି ତଳେ ଲୋଟାଇ ଠିଆ ଗୋଇଁଠା,ବିଧା ମାରିଥିଲେ। ଗ୍ରାମବାସୀ ସେଠାରେ ପହଞ୍ଚିଯିବାରୁ ଦୁହେଁ ସେଠାରୁ ଚମ୍ପଟ୍ ମାରିଥିଲେ। ମା’ ପୁଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବସ୍ତା ହସ୍ପିଟାଲକୁ ପଠାଯାଇଥିଲା। ଘଟଣା ସମ୍ପର୍କରେ ସୁଶାନ୍ତଙ୍କ ବାପା ରାଜେନ୍ଦ୍ର ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories